ଜାତୀୟ

ଲକ୍‌ଡାଉନ ୩.୦: ଚାଲିବନି ଟ୍ରେନ୍‌-ବିମାନ, ଖୋଲିବନି ମଲ୍‌-ସିନେମା ହଲ୍‌

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍‌ଡାଉନ ୩.୦ ଜାରି କରିଛନ୍ତି। ପୁଣି ୨ ସପ୍ତାହ ପାଇଁ ବଢିଛି ଏହି ଲକ୍‌ଡାଉନ ଅବଧି। ଏହି ସମୟ...

ଦୁଇ ସପ୍ତାହ ବଢିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର...

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍‌- ସବ୍‌ସିଡି ରୋଷେଇ ଗ୍ୟାସ୍‌ର ଦାମ ଏବେ କମ୍‌ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଓ ଆଇଓସି ଦ୍ୱାରା ଶୁକ୍ରବାର ଏହି ଘୋଷଣା କରାଯାଇଛି। ରାଜଧାନୀ ଦିଲ୍ଲୀରେ...

ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳଙ୍କ ଡ୍ରାଇଭର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୩୫୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଲେଣି। ଏହିକ୍ରମରେ ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳ ନିଧି ଶ୍ରୀବାସ୍ତବଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ସହରରେ ଆତଙ୍କ...

ଦେଶରେ ୨୪ ଘଣ୍ଟାରେ ୧,୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧।୫: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ହାର କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧,୯୯୩ କରୋନା ପଜିଟିଭ ଚିହ୍ନଟ ହେବା ପରେ...

ଲକ୍‌ଡାଉନ ବଢ଼ିଲେ ଅଧିକାଂଶ ମୃତ୍ୟୁ ଭୋକରେ ହେବ: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ,୧।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ଅବଧି ମେ’ ୩କୁ ଶେଷ ହେବାକୁ ଥିବା ବେଳେ ଦେଶରେ ଲକ୍‌ଡାଉନକୁ ଆହୁରି ବୃଦ୍ଧି କରାଯିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଆଶଙ୍କା ମଧ୍ୟରେ ଦେଶର ପ୍ରତିଷ୍ଠିତ...

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି ସ୍ଥାପନ କରିବେ ବୋଲି ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଟୁଇଟ୍‌ କରି...

କରୋନା ଭୟ: ଦିଲ୍ଳୀ-ଗୁରୁଗ୍ରାମ ବର୍ଡର ସିଲ୍‌

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟକୁ ଦେଖି ଏବେ ଗୁରୁଗ୍ରାମ ସୀମାକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ କେବଳ ସେହି ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ, ଯେଉଁମାନଙ୍କ ପାଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପାସ୍‌ ଜାରି କରାଯାଇଥିବ।...

ରେଡ୍‌ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍‌ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଜୋନର ତାଲିକା ପ୍ରକାଶ କରିଛି। ସମ୍ପୃକ୍ତ...

ଆରମ୍ଭ ହେଲା ଶ୍ରମିକଙ୍କ ଘରବାହୁଡା: ତେଲେଙ୍ଗାନାରୁ ଝାଡ଼ଖଣ୍ଡ ଅଭିମୁଖେ ବାହାରିଲା ୨୪କୋଚ ଥିବା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ,୧।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମୋଦନ ପରେ ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର ଶ୍ରମିକମାନଙ୍କୁ ଫେରାଇ...

ଆଶ୍ୱସ୍ତ ହେଲେ ଉଦ୍ଧବ: ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ମୁମ୍ବାଇ,୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅନ୍ତ ଘଟିଛି। ଶୁକ୍ରବାର ନିର୍ବାଚନ ଅୟୋଗ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର...

କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଧନୀ କି ଗରିବ, ଛୋଟ କିମ୍ବା ବୃଦ୍ଧ କେହି ଏହା କବଳରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri