ଜାତୀୟ

ଭାସ୍କର ଖୁଲ୍‌ବେ, ଅମରଜିତ୍‌ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ,୨୨ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶତାଦା ଭାବେ ଦୁଇଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ ଭାସ୍କର ଖୁଲ୍‌ବେ ଓ ଅମରଜିତ୍‌ ସିହ୍ନା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଦୁହେଁ ସଚିବ ସ୍ତର ପଦବୀରେ ଅବସ୍ଥାପିତ ହେବେ। ନିଯୁକ୍ତି...

୧୯୪୭ରେ ମୁସଲମାନଙ୍କୁ ପାକ୍‌ ପଠାଇଦେବା ଉଚିତ ଥିଲା

ପାଟନା, ୨୨ା୨: ଦେଶ ସ୍ବାଧୀନତା ବେଳେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଫାୟାର୍‌ବ୍ରାଣ୍ଡ ନେତା ଗିରିରାଜ ସିଂ କହିଛନ୍ତି। ଏଭଳି ନ କରି ଆମ ପୂର୍ବ ପୁରୁଷମାନେ ଭୁଲ୍‌ କରିଛନ୍ତି ।...

ସୁରକ୍ଷା ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗଠାରେ ଦୀର୍ଘ ୬୯ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଫଳରେ ଫରିଦାବାଦ-ନୋଏଡା ରାସ୍ତା ଅବରୋଧ ହୋଇ ରହିଥିଲା। ଶୁକ୍ରବାର ସକାଳେ ଆନ୍ଦୋଳନ ସ୍ଥାନରେ କିଛି ସମୟ ପାଇଁ...

୧୦ ମହିଳା କିରାଣିଙ୍କୁ ଉଲଗ୍ନ କରି ଡାକ୍ତରୀ ପରୀକ୍ଷା

ସୁରଟ୍‌,୨୨ା୨: ଗୁଜରାଟର ଭୁଜ୍‌ରେ ୬୮ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରି ଋତୁସ୍ରାବ ପରୀକ୍ଷା କରାଯିବାର ଦିନ କେଇଟା ପରେ ସୁରଟରେ ମହିଳାମାନଙ୍କ ପ୍ରତି ପୁଣି ଏକ ଅପମାନଜନକ ଘଟଣା ସାମନାକୁ ଆସିଛି। ସୁରଟ ମ୍ୟୁନିସିପାଲ କର୍ପୋରେଶନର ୧୦ ଜଣ ମହିଳା...

ସିଏଏ, ଏନ୍‌ଆର୍‌ସିକୁ ଭୟ କରନି: ଉଦ୍ଧବ

ନୂଆଦିଲ୍ଲୀ, ୨୨ା୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାଜପା ହାତ ଛାଡ଼ି ମହାରାଷ୍ଟ୍ରରେ କଂଗ୍ରେସ, ଏନ୍‌ସିପି ସହ ମିଶି ଶିବସେନା ସରକାର ଗଠନ କରିବା ପରେ ମୋଦିଙ୍କ...

ମୋଦି ଆସିବା ପରେ ଭଲ ହେଉଛି ବ୍ୟବସାୟ

ନୂଆଦିଲ୍ଲୀ,୨୧।୨: ରାଜଧାନୀ ଦିଲ୍ଲୀରେ ଲାଗିଥିବା ହୁନର ହାଟ ଏବେ ଆସିଛି ଚର୍ଚ୍ଚାକୁ। ବିଶେଷ କରି ଏହି ହୁନର ହାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖା ଖାଇବା ପରେ ଏହା ଆସିଥିଲା ଚର୍ଚ୍ଚାକୁ। ଆଉ...

ପ୍ରଶାନ୍ତ କିଶୋରଙ୍କ ସଦସ୍ୟତାକୁ ସ୍ବାଗତ କଲା ଏଏପି

ନୂଆଦିଲ୍ଲୀ,୨୧।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ବିଜୟ ହେବା ପଛରେ ପ୍ରଶାନ୍ତ କିଶୋରଙ୍କ ହାତଥିବା କୁହାଯାଉଥିବା ବେଳେ ଏବେ ସେ କିନ୍ତୁ ମୋଦିଙ୍କଠାରୁ...

ଟ୍ରମ୍ପ-ମୋଦିଙ୍କ ରୋଡ ଶୋ’ରେ ହାଇଟେକ୍‌ ସିକ୍ୟୁରିଟି: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଅନୁମତି!

ଅହମଦାବାଦ,୨୧।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଅହମଦାବଦରେ ଅନୁଷ୍ଠିତ ରୋଡ ଶୋ’କୁ ନେଇ ଆସୁଛି ନୂଆ ନୂଆ ଖବର। ଏହି ବହୁ ପ୍ରତିକ୍ଷିତ ରୋଡ ଶୋ’ ପାଇଁ ପ୍ରସ୍ତୁତି ଶେଷ...

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି ସାକ୍ଷାତ୍‌କାରକୁ ରାଜନୈତିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି।...

ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ପରିବାର ସହ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସୋମବାର ସେ ଗୁଜରାଟର ଅହମଦାବଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ବାବା ଭୋଳାନାଥଙ୍କ ସମ୍ମୁଖରେ ସବୁ ଭକ୍ତ ସମାନ। ଏହି ଅବସରରେ ଦିଲ୍ଲୀ ଭାଜପାର...

ଦିଲ୍ଲୀରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ମୋଦି, ସୋନିଆଙ୍କୁ କରିବେ ସାକ୍ଷାତକାର

ନୂଆଦିଲ୍ଲାୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବେସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନମୂଳକ ସାକ୍ଷାତକାର କରିବେ। ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀ ସଫଦରଜଙ୍ଗ ଲେନ୍‌-୧୫ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri