ଜାତୀୟ

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପ୍‌ଙ୍କ ଫଟୋ ଥିବା ହୋଡିଂ ଲଗାଯାଉଛି। ଅହମଦାବାଦ୍‌ ବିମାନ ବନ୍ଦରଠାରୁ ପ୍ରଥମେ ସାବରମତୀ...

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛନ୍ତି ସେଠାରେ ଏଭଳି ଆବେଦନ କରାଯାଉ। ଭାଜପା ନେତା...

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର...

ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୦।୨: ଫାଶୀ ଦଣ୍ଡାଦେଶକୁ ଏଡେଇବାକୁ ଯାଇ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଗୋଟିଏ ପରେ ଗୋଟିଏ ଉପାୟ ଚିନ୍ତା କରୁଛନ୍ତି। ଏହି ମାମଲାର ଦୋଷୀ ବିନୟ ଶର୍ମା ପୁଣିଥରେ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଥର ସେ ତାଙ୍କ...

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି ବଡ଼ ମିଛ ଧରାପଡ଼ିଛି। ପ୍ରଥମେ ଫେବୃୟାରୀ ୧୫ରେ ଟ୍ରମ୍ପ୍‌ କହିଥିଲେ ଫେସବୁକ୍‌ରେ ସେ...

‘ହୁନର ହାଟ’ରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ ବୁଲି ଯାଇଥିବା ଦେଖାଯାଇଛି। ସେଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତଶିଳ୍ପ...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର ସମ୍ଭାବନା ରହିଛି। ଗୁରୁବାର ସୁନା ୧୦ ଗ୍ରାମ ଦାମ ୪୧ ହଜାର ୭୯୮...

ରାଜ୍ୟ ସଭାରେ ହଙ୍ଗାମା କଲେ ଭୋଟିଂ ଅଧିକାରରୁ ବଞ୍ଚିତ ହେବେ ସଦସ୍ୟ !

ନୂଆଦିଲ୍ଲୀ,୨୦।୨: ଏଣିକି ରାଜ୍ୟ ସଭାରେ ହଙ୍ଗାମା କଲେ ସଦସ୍ୟଙ୍କ ବିରୋଧ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଭୋଟିଂ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ରାଜ୍ୟ ସଭା ଜେନେରାଲ ପ୍ରପୋଜ୍‌ କମିଟି(ଜେପିସି)ରେ ହଙ୍ଗାମା କରୁଥିବା ସଦସ୍ୟଙ୍କ ବିରୋଧରେ...

ପରୀକ୍ଷାର୍ଥୀଙ୍କୁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇ ପ୍ରିନ୍ସପାଲ୍‌ ଗିରଫ

ଲକ୍ଷ୍ନୌ,୨୦।୨: ଏବେ ଉତ୍ତରପ୍ରଦେଶ ସେକେଣ୍ଡାରୀ ଏଜୁକେଶନ ବୋର୍ଡ(ୟୁପିଏସ୍‌ଇବି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇଥିବା ଜଣେ ପ୍ରିନ୍ସପାଲ୍‌ଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାର...

ଆଇପିଏସ୍‌ ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଓଲଟିଲା ଡଙ୍ଗା

ଭୋପାଳ,୨୦।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଇଣ୍ଡିଆନ ପୋଲିସ ସର୍ଭିସ(ଆଇପିଏସ୍‌) ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ଏହି ଇଭେଣ୍ଟ ଆୟୋଜିତ ହୋଇଥିବା ହ୍ରଦରେ ଗୋଟିଏ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ଆଇପିଏସ୍‌...

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ ଫାଶୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଆଇନଗତ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି।...

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ନୋ ବ୍ୟାଗ୍‌ ଡେ’: ଗେହଲଟ

ଜୟପୁର,୨୦।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଥା ହୋଇଥିଲେ। ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି ବୋଲି ସେ କହିଛନ୍ତି। ଏହାସହ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri