ଜାତୀୟ

କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଘରେ ବନ୍ଦ ଥିବା ୧୩୦ କୋଟି ଭାରତୀୟଙ୍କ ମଧ୍ୟରୁ ୯୬...

ଲକ୍‌ଡାଉନ୍‌: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ୩୧.୪ ପ୍ରତିଶତ ଅର୍ଥାତ୍‌ ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ଆସନ୍ତା...

ଗୋଟିଏ ପରିବାରର ୧୩ ଜଣ କରୋନାରେ ପୀଡ଼ିତ

ମିରଠ,୩୦।୩: ଉତ୍ତରପ୍ରଦେଶର ମିରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ଗୋଟିଏ ପରିବାରର ୧୩ ଜଣ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଏମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। କାରଣ ଉକ୍ତ ପରିବାରର ୪୬...

ଏପ୍ରିଲ ୭ ସୁଦ୍ଧା ରାଜ୍ୟ ହେବ କରୋନା ମୁକ୍ତ: କେସିଆର

ହାଇଦ୍ରାବାଦ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ତେଲେଙ୍ଗାନାରେ କରୋନା ଭାଇରସ୍‌ରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ...

ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଯାନବାହନ ଚଳାଚଳ କରୁ ନ ଥିବାରୁ ଲୋକେ ହନ୍ତସନ୍ତ...

କରୋନା ଭୂତାଣୁ ନଷ୍ଟ କରିବା ଲାଗି ରାସ୍ତାରେ ହଳଦୀ-ନିମପତ୍ର ପାଣି ଛିଞ୍ଚିଲେ ଲୋକେ

ରାମନାଥପୁରମ୍‌,୩୦।୩: ଭାରତରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ବହୁ ଅଞ୍ଚଳରେ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ତେବେ ତାମିଲନାଡୁର ରାମନାଥପୁରମ୍‌ ଜିଲାର ମୁଥୁକୁଲାଥୁର ଠାରେ ଥିବା ପେରିୟାର ଗାଁରେ ଲୋକେ ରାସ୍ତାରେ ହଳଦୀ ଓ...

୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ

ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ ମଧ୍ୟପ୍ରଦେଶର ରାଜଗଡରେ କାମ କରନ୍ତି। ନିକଟରେ ତାଙ୍କ ସ୍ନାତକ ପରୀକ୍ଷା ଥିବାରୁ ସେ...

ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୩: କୋଭିଡ-୧୯ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବା ପରେ ଏବେ ଦିଲ୍ଲୀର ଅଲ ଇଣ୍ଡିଆ ଅନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟର ବିଲଡିଂକୁ କୋଭିଡ-୧୯ ହସ୍ପିଟାଲରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତ ନିଆଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର...

୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର ମୋଦି ଟୁଇଟରରେ ନିଜର ଏକ ୩ଡି ଆନିମେଟେଡ୍‌ ଭିଡିଓ ଜାରି କରିଛନ୍ତି। ଏଥିରେ...

ସାନିଟାଇଜର ଅଭାବରୁ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ

ଚେନ୍ନାଇ,୩୦।୩: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ସେହି ପରିମାଣର ସାନିଟାଇଜର ମିଳୁ ନ ଥିବାରୁ ଲୋକେ ଏବେ...

୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ଧରଣର କାର୍ଯ୍ୟ ବନ୍ଦ ରହିଥିବାରୁ ଏମାନେ ନିଜର ଜୀବିକା ହରାଇଛନ୍ତି।...

ଭାରତରେ ୧୧୭୩ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୩୨

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩୨ ଛୁଇଁଛି। ପଶ୍ଚିମବଙ୍ଗର ୫୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri