ଜାତୀୟ

ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ...

ଆତଙ୍କବାଦୀଙ୍କ ଗୁଳିରେ ଠିକାଦାର ମୃତ

ଶ୍ରୀନଗର,୧୦ା୨(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ରବିବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ନିହତ ହୋଇଛନ୍ତି। ସେ ହେଲେ ତ୍ରାଲ ଅଞ୍ଚଳର ଠିକାଦାର ଗୁଲାମନବୀ ମୀର। ୫୫ ବର୍ଷୀୟ ଗୁଲାମନବୀ ସନ୍ଧ୍ୟା ୭ଟା ୩୦ରେ ପାୟିନସ୍ଥିତ ତାଙ୍କ ଘର ବାହାରେ...

ଗିରିରାଜ୍‌ କିଶୋରଙ୍କ ପରଲୋକ

କାନ୍‌ପୁର, ୧୦ା୨(ପି.ଟି.): ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍‌ ପଦ୍ମଶ୍ରୀ ଗିରିରାଜ୍‌ କିଶୋର(୮୨)ଙ୍କ ରବିବାର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୭ରେ ଉତ୍ତରପ୍ରଦେଶର ମୁଜାଫର ନଗରଠାରେ ଜନ୍ମିତ ଗିରିରାଜ୍‌ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି...

ଭାଜପା ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଗୁରଗାଓଁ,୧୦ା୨(ପି.ଟି.): ଅନ୍ୟ ଜଣକ ସହ ଅନୈତିକ ସମ୍ପର୍କ ରଖିବା ସନ୍ଦେହରେ ଉତ୍ତରପ୍ରଦେଶର ଗୁରଗାଓଁରେ ଜଣେ ଭାଜପା ନେତ୍ରୀଙ୍କୁ ତାଙ୍କ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଭାଜପା କିଷାନ ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ମୁନେଶ ଗୋଧରା ଶନିବାର ସନ୍ଧ୍ୟାରେ ଭଉଣୀଙ୍କ ସହ...

‘ଧର୍ମ ଆଧାରରେ ବିଭାଜନକୁ ଗ୍ରହଣ କରି ନ ଥିଲେ ଗାନ୍ଧିଜୀ’

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ଗାନ୍ଧିଜୀ ତାଙ୍କ ସାଧାରଣ ଜୀବନରେ ପ୍ରତି ମୁହୂର୍ତ୍ତରେ ଭାରତର ଏକତା ପାଇଁ ସଂଗ୍ରାମ କରୁଥିଲେ। ଧର୍ମ ଆଧାରରେ ଭାରତ ବିଭାଜିତ ହେଉ ବୋଲି ସେ କେବେ ଗ୍ରହଣ କରି ନ ଥିଲେ ବୋଲି ରବିବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

କଂଗ୍ରେସ, ଭାଜପା ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ, ୧୦ା୨(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀ ଗସ୍ତକରି ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ମନ୍ଦିର ଯାଇ ପ୍ରାର୍ଥନା କରିଥିବାବେଳେ ଏହାକୁ ନେଇ ବିଏସ୍‌ପି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ବର୍ଷିଛନ୍ତି। କଂଗ୍ରେସ,...

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ହଜାରିବାଗ୍‌, ୧୦ା୨: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଓ୍ବାର୍ଡ ନଂ. ୨୪ର କୁମ୍‌ହାର ଟୋଲିରେ ନିର୍ମିତ ଏହି ପ୍ରତିମୂର୍ତ୍ତିରେ ଗାନ୍ଧିଜୀ ବାଡ଼ି ଧରିଥିବା ଡାହାଣ ହାତଟି ଶରୀରରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି। ଏଥିସହ ୨...

ଗାର୍ଗୀ କଲେଜରେ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ନୂଆଦିଲ୍ଲୀସ୍ଥିତ ଗାର୍ଗୀ କଲେଜର କେତେଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଯୌନ ଉତ୍ପୀଡ଼ନ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଜଟିଳ ହେଉଛି କରୋନା ସ୍ଥିତି: ସହଯୋଗର ହାତ ବଢ଼ାଇଲା ଭାରତ

ବେଜିଂ/ନୂଆଦିଲ୍ଲୀ/ ପଣଜୀ, ୧୦ା୨(ପି.ଟି.): ଦିନକୁ ଦିନ କ୍ରମଶଃ ଜଟିଳ ହେବାରେ ଲାଗିଛି କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି। ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୮୧୧ ଜଣ ପ୍ରାଣ ହରାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୯୮କୁ ବୃଦ୍ଧି ପାଇଛି। ଦିନ କେଇଟା...

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ, ରାତି ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ଘୋଷଣାରେ ବିଳମ୍ବ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଭୋଟ ପ୍ରତିଶତ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ କହିଛନ୍ତି, ଚଳିତ ନିର୍ବାଚନରେ ୬୨.୫୯ ପ୍ରତିଶତ ମତଦାନ ହୋଇଛି। ୨୦୧୫ର ମତଦାନ ହାରଠାରୁ...

ଦିଲ୍ଲୀ ନିର୍ବାଚନ: ଭୋଟ ହାର ଘୋଷଣାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୯ା୨: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ବିଧାନସଭାର ୭୦ ଆସନରେ ନିର୍ବାଚନ ଶେଷ ହୋଇଛି। ଇତିମଧ୍ୟରେ ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡାନ୍ତ ଭୋଟିଂ ପ୍ରତିଶତ ଘୋଷଣା କରି ନ ଥିବାରୁ ଏହାକୁ...

ଆରଏସ୍‌ଏସ୍‌ର ବରିଷ୍ଠ ପ୍ରଚାରକ ପି. ପରମେଶ୍ୱରନ୍‌ଙ୍କ ପରଲୋକ

କୋଚି,୯।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଆରଏସ୍‌)ର ବରିଷ୍ଠ ପ୍ରଚାରକ ପି ପରମେଶ୍ୱରନଙ୍କର ରବିବାର ପରଲୋକ ହୋଇଛି। କେରଳର ପାଲାକ୍କାଡ ଜିଲାର ଓଟ୍ଟାପ୍ପାଲମାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ପରମେଶ୍ୱରନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri