ଜାତୀୟ

ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ, ମଲ୍‌ ବନ୍ଦ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ୍‌, ସିନେମା ହଲ, ପର୍ଯ୍ୟଟନ ସ୍ଥଳ ଓ ଧର୍ମାନୁଷ୍ଠାନ ଆଦିକୁ ବନ୍ଦ କରିବା ଲାଗି...

୫୦ ଖିଲାପିଙ୍କ ତାଲିକା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୧୭।୩: ଲୋକ ସଭାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନାଦାୟ ଋଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସବୁଠାରୁ ଅଧିକ ଋଣ ଖିଲାପ କରି ଜାଣିଶୁଣି ଶୁଝୁ ନ ଥିବା ୫୦ ଜଣଙ୍କ ତାଲିକା ସରକାର ଦେବା...

ବ୍ରିଟେନ୍‌, ଇୟୁ, ତୁର୍କୀ ଯାତ୍ରୀଙ୍କୁ ଭାରତ ମନା

ନୂଆଦିଲ୍ଲୀ,୧୭।୩:କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ବିଦେଶୀ ଯାତ୍ରୀଙ୍କ ଆଗମନ ଉପରେ ସୋମବାର ଅଧିକ କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ୟୁରୋପୀୟ ସଂଘ (ଇୟୁ), ବ୍ରିଟେନ୍‌ ଏବଂ ତୁର୍କୀର ଯାତ୍ରୀଙ୍କ ଭାରତ ଆଗମନ ଉପରେ ନିଷିଦ୍ଧାଦେଶ...

ଜେଲରେ ପ୍ରତିଷେଧକ ବ୍ୟବସ୍ଥା ନେଇ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାରା ଦେଶରେ ଥିବା ଜେଲ୍‌ଗୁଡ଼ିକରେ ଅତ୍ୟଧିକ ବନ୍ଦୀଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ନିଜଆଡୁ ଏହାକୁ ମାମଲା ଭାବେ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି...

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର...

ମହାମାରୀ ବର୍ଷକୁ ନେଉଛି ୭.୨୦ ଲକ୍ଷ ଜୀବନ: ବିଶ୍ୱକୁ କ୍ଷତି ୩୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୩: ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ସତ୍ତ୍ୱେ କରୋନା ଭଳି ରୋଗ ମହାମାରୀ ରୂପ ନେଇଥିବା ଦେଖାଯାଇଛି। ଏଭଳି ବିଭିନ୍ନ ମହାମାରୀ ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥା ବୃହତ୍‌ କ୍ଷତି ସହୁଛି। ୟୁରୋପୀୟ ପାର୍ଲାମେଣ୍ଟର ଏକ ରିପୋର୍ଟ ମୁତାବକ ଏଭଳି ସମସ୍ୟା...

ରଞ୍ଜନ ଗୋଗୋଇ ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ, ୧୭।୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା...

ଆଜି ଆସ୍ଥାଭୋଟ ଲାଗି ସାନି ନିର୍ଦ୍ଦେଶ

ଭୋପାଳ,୧୭।୩: ମଙ୍ଗଳବାର ସୁଦ୍ଧା ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି। ଯଦି ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ନ ହୁଅନ୍ତି ତେବେ ଏହା ଆସ୍ଥା...

ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୃହରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ଏହି ଆଇନକୁ ସଂଶୋଧିତ କରିବା ପାଇଁ...

ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୋପାଳ,୧୬।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ ପାଇଁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଏହାକୁ ଦେଖି...

କରୋନା ଭୟ: ସିଦ୍ଧିବିନାୟକଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ଟ୍ରଷ୍ଟ

ମୁମ୍ବାଇ,୧୬।୩: କରୋନା ଭାଇରସ୍‌ ଆତଙ୍କକୁ ଦେଖି ଦେଶରେ ସବୁ ପ୍ରକାରର ସାବଧାନତା ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ, ମଲ ବନ୍ଦ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ୫୦ରୁ...

ହସ୍ପିଟାଲରୁ ଲୁଚି ପଳାଇଲେ ୧୧ କରୋନା ସନ୍ଦିଗ୍ଧ

ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନଭି ମୁମ୍ବାଇର ଏକ ହସ୍ପିଟାଲରୁ ୧୧ଜଣ କରୋନା ସନ୍ଦିଗ୍ଧ ରୋଗୀ ଲୁଚି ପଳାଇ ଯାଇଥିବା ଜଣାପଡିଛି। ଏମାନେ ଦୁବାଇରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ କରୋନା ଭାଇରସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri