ଜାତୀୟ

୧୦ମ ଫେଲ୍‌ ୩ ଯୁବକ ୨୦ ଦେଶର ୧ ହଜାର ପିଏଚ୍‌.ଡି. ଛାତ୍ରଙ୍କଠାରୁ ଠକିନେଲେ ୨ କୋଟି

ଗାଜିଆବାଦ,୭।୨: ପାଠଘର ଶୂନ କିନ୍ତୁ କାରନାମା ଅନେକ। ୧୦ମ ଫେଲ୍‌ ୩ ଯୁବକ ପିଏଚ୍‌.ଡି. ଛାତ୍ରମାନଙ୍କୁ ପାଣି ପିଆଇ ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶ ଛାତ୍ରଙ୍କୁ ମଧ୍ୟ ଜାଲରେ ଫସାଇଛନ୍ତି ଗାଜିଆବାଦର ଏହି ଯୁବକମାନେ। ପୋଲିସ କହିବା ମୁତାବକ,...

ଓମାର,ମେହବୁବାଙ୍କ ବିରୋଧରେ ପିଏସଏ: ଚିଦାମ୍ବରମ କହିଲେ, ଲୋକତନ୍ତ୍ରରେ ଏହା ସବୁଠୁ କ୍ରୂର ପଦକ୍ଷେପ

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ କରିଛି। ମୁଫ୍‌ତି ଅଟକ ରହିଥିବା ବଙ୍ଗଳାକୁ ମାଜିଷ୍ଟ୍ରେଟ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଏହାକୁ...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି ଲାଞ୍ଚ ନେଉଥିବାବେଳେ ଗିରଫ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ ରହୁଥିବା ପ୍ରମୋଦ କୁମାରଙ୍କ ଭଣଜା ଅଭିଷେକ(୧୦) ୧୦ ଦିନ ପୂର୍ବେ ଖେଳୁଥିବାବେଳେ ପ୍ରବଳ...

ଦିଲ୍ଲୀ ନିର୍ବାଚନ: ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ଭୋଟରଙ୍କ ସଂଖ୍ୟା ୧୩୨

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଗୁରୁବାର ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଦିଲ୍ଲୀର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥର ନିର୍ବାଚନରେ ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ୧୩୨ ଜଣ ଭୋଟର ନିଜର...

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ ବିରୋଧରେ ବିଶେଷ ପ୍ରମାଣ ନ ଥିବାରୁ ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ...

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ କରିଛି। ମୁଫ୍‌ତି ଅଟକ...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପୋଡ଼ାଜଳା ଦେଶକୁ ଅରାଜକତା ଆଡକୁ ନେଇଯିବ ବୋଲି...

କେରଳରେ ଲାଗୁ ହେବନି ଏନ୍‌ପିଆର୍‌

ଥିରୁଭାନନ୍ଥପୁରମ୍‌,୭-୨ (ପି.ଟି.):ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) କେରଳରେ ଲାଗୁ ହେବନାହିଁ, କିନ୍ତୁ ଜନଗଣନା ପ୍ରକ୍ରିୟା ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟ ବିଧାନସଭାରେ କହିଛନ୍ତି। ଏନ୍‌ପିଆର୍‌କୁ ନେଇ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ଏବଂ ସରକାରୀ ଦଳ ମଧ୍ୟରେ ହଟ୍ଟଗୋଳ...

ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ ଜବାବ ମାଗିଲେ ତଳ କୋର୍ଟ: କେନ୍ଦ୍ର ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୭-୨(ପି.ଟି.):ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଭାଗ୍ୟ ସୁପ୍ରିମକୋର୍ଟରେ ଶୁକ୍ରବାର ନିର୍ଦ୍ଧାରଣ ହୋଇପାରେ। କାରଣ ସେମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଶୁଣାଇଥିବା ରାୟକୁ ଚ୍ୟାଲେଞ୍ଜ କରି...

ଢଳିଗଲା ୪ ମହଲା ବିଲ୍ଡିଂ: ଲୋକେ ଆତଙ୍କିତ

ବେଙ୍ଗାଲୁରୁ, ୭-୨:କର୍ନାଟକର ବେଙ୍ଗାଲୁରୁସ୍ଥିତ ବିନାୟକନଗରଠାରେ ଥିବା ଏକ ୪ ମହଲା ବିଲ୍ଡିଂ ବୁଧବାର ହଠାତ୍‌ ଢ଼ଳିଯିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘରୁ ସମସ୍ତେ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ଏଥିରେ କେହି ମୃତାହତ ହୋଇ...

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାରତୀୟ ଜନତା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri