ଜାତୀୟ

‘କରୋନା ଉପରେ ନିର୍ଭର କରେ ଅର୍ଥ ବ୍ୟବସ୍ଥା ଭାଗ୍ୟ’

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭାଗ୍ୟ ନିର୍ଭର କରେ। ଏହି ଭାଇରସ ବ୍ୟାପିବା ଆରମ୍ଭ କଲେ ଭାରତ ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ବାମୀନାଥନ ଆୟର ସରକାରଙ୍କୁ ସତର୍କ...

ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କୁ ଧାରୁଆ ଅସ୍ତ୍ରରେ କରାଯାଇଥିଲା ଆକ୍ରମଣ

ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ମାସରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କତି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ତେବେ ଅଙ୍କିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର...

୧୪୫ ଦେଶରେ କରୋନା ମହାମାରୀ: ମୃତ୍ୟୁ ସଂଖ୍ୟା ୫୪୩୬, ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ

ଜେନେଭା,୧୪।୩: କରୋନା ମହାମାରୀ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୪୫ଟି ଦେଶରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା କରୋନା ସଂକ୍ରମଣଙ୍କ ମୃତ୍ୟୁ ସଂଖ୍ୟା ୫୪୩୬ ଛୁଇଁଛି। ସେହିପରି ଲକ୍ଷେ ୪୫ ହଜାର ୬୩୪...

ସିନ୍ଧିଆଙ୍କ କାର୍‌କୁ ଢେଲାମାଡ଼

ନୂଆଦିଲ୍ଲୀ, ୧୪।୩(ପି.ଟି.): କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ସହ ଶୁକ୍ରବାର ରାଜ୍ୟ ସଭା ଲାଗି ନାମାଙ୍କନପତ୍ର ଦାଖଲ କରିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍‌ ଉପରକୁ ଢେଲାମାଡ଼ କରାଯାଇଛି। ଭାଜପା ଜାତୀୟ ଉପସଭାପତି ଶିବରାଜ ସିଂ ଚୌହାନଙ୍କ ସହ...

ନିର୍ଭୟା ମାମଲାରେ ହାଇକୋର୍ଟ ଗଲେ ବିନୟ ଶର୍ମା

ନୂଆଦିଲ୍ଲୀ,୧୪ା୩(ପି.ଟି.): ଫାଶୀ ପାଇବାକୁ ଆଉ ସପ୍ତାହେ ବାକି ଥିବାବେଳେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ଅପରାଧୀ ବିନୟ ଶର୍ମା ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ରାଜକ୍ଷମା ଆବେଦନ ଖାରଜ କରିବା ଲାଗି ରାଷ୍ଟ୍ରପତି ରାମନାଥ...

ସୁପ୍ରିମକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୪ା୩(ପି.ଟି.): ଘାତକ ମହାମାରୀ କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାବେଳେ ଏହି ସଂକ୍ରମଣକୁ ଏଡାଇବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୬ରୁ ସୁପ୍ରିମକୋର୍ଟରେ କେବଳ ଜୁରୁରୀ ମାମଲାଗୁଡ଼ିକର ଶୁଣାଣି ହେବ। ବିଚାର ବେଳେ କୋର୍ଟରୁମ୍‌ରେ କେବଳ...

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି ଭୂତାଣୁ ଅନ୍ୟମାନଙ୍କୁ ବ୍ୟାପିବା ଆଶଙ୍କା ରହିଛି। ସେମାନେ ଦେଇଥିବା ଠିକଣା ଭୁଲ୍‌ ବୋଲି...

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ ଆସିଥିବା ଏହି ତୀର୍ଥଯାତ୍ରୀମାନେ ଶୁକ୍ରବାର ମଧ୍ୟାହ୍ନରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଜୟସାଲମେରସ୍ଥିତ...

ସାର୍କ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ, ୧୪।୩: ଚାଇନା ପରେ ଇଟାଲି, ଇରାନ, ଦକ୍ଷିଣ କୋରିଆ ଆଦି ଦେଶଗୁଡ଼ିକରେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହା ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି।...

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଦିଲ୍ଲୀରେ ୬୮ ବର୍ଷୀୟା ମହିଳା ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।...

କରୋନା ପାଇଁ ଏଭରେଷ୍ଟ ପର୍ବତାରୋହଣ ଉପରେ ଲାଗିଲା କଟକଣା

କାଠମାଣ୍ଡୁ୧୩।୩: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏଭରେଷ୍ଟ ପର୍ବତାରୋହଣ ଅଭିଯାନ ଉପରେ ଶୁକ୍ରବାର କଟକଣା ଲଗାଯାଇଛି। ଚାଇନା ପକ୍ଷରୁ ଏଭରେଷ୍ଟ ଚଢ଼ାଯିବାକୁ ବନ୍ଦ କରାଯିବାର ଗୋଟିଏ ଦିନ ପରେ ନେପାଳ ସରକାର ମଧ୍ୟ ଏହି ଅଭିଯାନକୁ ବନ୍ଦ କରିଦେଇଛନ୍ତି।...

କମଲନାଥଙ୍କ ୬ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

ଭୋପାଳ,୧୩।୩: ମଧ୍ୟପ୍ରଦେଶରେ ପୁଣି ଥରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସରେ ମନ୍ତ୍ରିମଣ୍ଡଳର ୬ଜଣ ସଦସ୍ୟଙ୍କୁ ବହିଷ୍କୃତ କରିଛନ୍ତି। ସେମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। କଂଗ୍ରେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri