ଜାତୀୟ

ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ବି ରୋମାଞ୍ଚକର

ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ବେଶ୍‌ ରୋମାଞ୍ଚକର। ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ସିନ୍ଧିଆ ହେଉଛନ୍ତି ଗୁଜରାଟ ବଡ଼ୌଦାର ଗାଏକ୍ୱାଡ୍‌ ମରାଠା ରାଜବଂଶର...

କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ

ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା ରଦ୍ଦ କରିଛି। ସେହିପରି ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିଜା...

୩ ଘଣ୍ଟାରେ ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ/ଭୋପାଳ,୧୨।୩(ପି.ଟି./ଆଇଏଏନ୍‌ଏସ୍‌) :ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ଧୂଆଁ ଶେଷରେ ନିଆଁର ରୂପ ନେଇ ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବସିଛି। ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ...

କରୋନା ବିଶ୍ୱ ମହାମାରୀ ଘୋଷିତ

ନୂଆଦିଲ୍ଲୀ,୧୨ା୩: କରୋନଜନିତ ମୃତ୍ୟୁସଂଖ୍ୟା ବୁଧବାର ୪୩୦୦ ଅତିକ୍ରମ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସାରା ପୃଥିବୀରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

ଇଟାଲି, ଇରାନରୁ ଭାରତୀୟଙ୍କୁ ଫେରାଇ ଅଣାଯିବ

ନୂଆଦିଲ୍ଲୀ, ୧୨।୩: କରୋନା ପ୍ରଭାବିତ ଇଟାଲି, ଇରାନ ଆଦି ଦେଶରୁ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଫେରାଇ ଅଣାଯିବା ଲାଗି କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଇଟାଲିକୁ ଏକ ଡାକ୍ତରୀ...

୩ ହିଜବୁଲ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୧୨।୩: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ାରୁ ୩ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ରାଜ୍ୟ ପୋଲିସ ଏବଂ ୫ ବିହାର ରେଜିମେଣ୍ଟ ପକ୍ଷରୁ ସୂଚନା ପାଇ ସ୍ଥାନୀୟ କ୍ରାଲ୍‌ପୋରା ଅଞ୍ଚଳରେ ଅତର୍କିତ ଚଢାଉ କରାଯାଇଥିଲା। ଗିରଫ ଆତଙ୍କବାଦୀ ହିଜବୁଲ କମାଣ୍ଡର...

ବେଜିଂକୁ ଦୋଷଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୩: ଅରୁଣାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବହୁବାର ସ୍ପଷ୍ଟ ଭାବେ ଚାଇନାକୁ ବୁଝାଯାଇଛି। ତଥାପି ବେଜିଂ ଜାଣିଶୁଣି ସୀମାବିବାଦକୁ ବଢ଼ାଇବା ଲାଗି ପ୍ରୟାସ କରୁଛି ବୋଲି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ...

ଶିବକୁମାର କର୍ନାଟକ କଂଗ୍ରେସ ମୁଖ୍ୟ

ବେଙ୍ଗାଲୁରୁ, ୧୨।୩: କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଡି. କେ. ଶିବକୁମାରଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଥିବା ଦୀନେଶ୍‌ ଗୁଣ୍ଡୁ ରାଓ ଗତବର୍ଷ ଡିସେମ୍ବରରେ ହୋଇଥିବା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଲାଗି ନିଜ...

ସାରା ଭାରତରେ କରୋନା ଆତଙ୍କ

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୨ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୬୦ରେ ପହଞ୍ଚତ୍ଛି। କର୍ନାଟକର କଳାବୁର୍‌ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମହମ୍ମଦ ହୁସେନ ସିଦ୍ଦିକୀ ନାମକ ବ୍ୟକ୍ତିଙ୍କର ମଙ୍ଗଳବାର ସରକାରୀ...

କରୋନା କବଳରେ ୧୨୧ ଦେଶ

ନୂଆଦିଲ୍ଲୀ,୧୨ା୩: ଚାଇନାର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ମାରାତ୍ମକ କରୋନା ଭୂତାଣୁ ଏବେ ୧୨୧ ଦେଶକୁ ବ୍ୟାପିଲାଣି। ଏଥିରେ ମୋଟ ୧,୨୧,୭୩୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୩୮୨ ଜଣଙ୍କ ମୃତ୍ୟୁ ହେଲାଣି। ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୭୯୦ ହୋଇଥିବାବେଳେ ୩୧୫୮...

ଭାଜପା ଜାରି କଲା ୯ ଜଣିଆ ତାଲିକା

ନୂଆଦିଲ୍ଲୀ,୧୨ା୩(ପି.ଟି.): ଆସନ୍ତା ୨୬ରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟାରେ ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଛାଡ଼ି ଭାଜପାରେ ସଦ୍ୟ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ...

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର ମାନେସାରସ୍ଥିତ ଗ୍ରାଣ୍ଡ ଆଇଟିସି ହୋଟେଲକୁ ନେଇଯାଇଛି। ଦିଲ୍ଲୀଠାରୁ ପାଖାପାଖି ୫୦ କିମି ଦୂରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri