ଜାତୀୟ

ପିଆଜ ଖାଇଲେ ଦୂରହେବ କରୋନାଭାଇରସ!

ଚେନ୍ନାଇ,୨।୨: କରୋନାଭାଇରସ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି। ହେଲେ ଏହି ସମୟରେ ତାମିଲନାଡୁ କରାଇକୁଡିର ଜଣେ ହୋଟେଲ ମାଲିକ ସହଜ ଉପାୟରେ କରୋନାଭାଇରସଠାରୁ ଦୂରେଇ ରହିହେବ ବୋଲି କହିଛନ୍ତି। ସେ କହିଛନ୍ତି ଗୋଟିଏ ଛୋଟ ପିଆଜ ଖାଇଲେ...

୪ ରାଜନେତାଙ୍କ ଉପରୁ ହଟିଲା ନଜରବନ୍ଦୀ

ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରରେ ୪ ଜଣ ରାଜନେତାଙ୍କ ଉପରୁ ନଜରବନ୍ଦୀ ହଟାଇ ନିଆଯାଇଛି। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍‌ କନଫରେନ୍ସ୍‌ର ଅବଦୁଲ୍‌ ମଜିଦ୍‌ ଲାରମୀ, ଗୁଲାମ ନବୀ ଭଟ୍ଟ, ମହମ୍ମଦ ଶଫି ଏବଂ ମହମ୍ମଦ୍‌ ୟୁସୁଫ ଭଟ୍ଟ ରହିଛନ୍ତି। ୨୦୧୯ ଅଗଷ୍ଟ ୫...

ଶାହିନବାଗରେ ପ୍ରଦର୍ଶନକାରୀଙ୍କୁୁ ହଟାଇବାକୁ ପହଞ୍ଚିଲେ ସାଧାରଣ ଜନତା

ନୂଆଦିଲ୍ଲୀ,୨।୨: ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ଖାଲି କରିବା ପାଇଁ ସେଠାରୁ ପ୍ରଦର୍ଶନମାରୀଙ୍କୁ ହଟାଇବା ଲାଗି ରବିବାର ସାଧାରଣ ଜନତା ଏକାଠି ହୋଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ...

ଲାଲ୍‌ଚୌକରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨।୨: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣିଥରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ରବିବାର ଶ୍ରୀନଗର ଲାଲ୍‌ଚୌକଠାରେ ମୁତୟନ ଥିବା ସିଆର୍‌ପିଏଫ୍‌ ସି-୧୭୧ ବାଟାଲିୟନ୍‌ ଯବାନଙ୍କ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଛି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବାବେଳେ ଅନ୍ୟ ୨...

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଦିଲ୍ଲୀର ଚାଓ୍ବଲାରେ ଆଇଟିବିପି ଯବାନଙ୍କ...

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇବା ପାଇଁ କଂଗ୍ରେସ ଏହାର ଘୋଷଣା ପତ୍ରରେ ସୂଚନା ଦେଇଛି।...

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ ଯୋଗ ଦେବାର ପ୍ରଥମ କାରଣ ହେଉଛି ବର୍ତ୍ତମାନର ସରକାର ସୁଧାରର କଥା କହୁଥିବା...

ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ କରି ଚେନ୍ନାଇଠାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହାକୁ ନେଇ ଷ୍ଟାଲିନ କହିଛନ୍ତି...

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି। କିଛି କାର୍ଯ୍ୟାଳୟ ଏବଂ ଘରୋଇ ଅଞ୍ଚଳରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି।...

ସବୁଠାରୁ ଧନୀ ଗାଁ: ଏଠି ସବୁ କୃଷକ ଲକ୍ଷପତି

ନୂଆଦିଲ୍ଲୀ,୨।୨: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ। ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ୭ ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ...

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି। ଶିବସେନା ମୁଖପତ୍ର ସାମନାରେ ଏକ ସାକ୍ଷାତ୍‌କାରରେ ସେ...

ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri