ଜାତୀୟ

ଜେଏନ୍‌ୟୁ ହିଂସା: ଅଭିଯୁକ୍ତଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ତଲବ; ସୋମବାର ହେବେ ହାଜର

ନୂଆଦିଲ୍ଲୀ,୧୨।୧: ଜେଏନ୍‌ୟୁରେ ଘଟିଥିବା ହିଂସାରେ ଚିହ୍ନଟ ହୋଇଥିବା ୯ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ହାଜର ହେବା ପାଇଁ ତଲବ କରାଯାଇଛି। ସେମାନେ ସୋମବାର ସ୍ଥାନୀୟ କମଳା ମାକେର୍ଟ ସ୍ଥିତ କ୍ରାଇମ୍‌ ବ୍ରାଞ୍ଚ୍‌ର ଏସ୍‌ଆଇଟି କାର୍ଯ୍ୟାଳୟରେ ହାଜର...

ଓମାନ ସୁଲତାନଙ୍କ ସମ୍ମାନରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବ ଭାରତ

ନୂଆଦିଲ୍ଲୀ,୧୨।୧: ଓମାନ ସୁଲତାନଙ୍କ ସମ୍ମାନରେ ଭାରତ ଗୋଟିଏ ଦିନ ଅର୍ଥାତ୍‌ ଜାନୁୟାରୀ ୧୩ରେ ରାଷ୍ଟ୍ରୀୟ ଶୋକ ପାଳନ କରିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ କୌଣସି ଉତ୍ସବ ପାଳନ କରାଯିବ ନାହିଁ।...

ଖୁବ୍‌ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବସିପାରନ୍ତି ନଡ୍ଡା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜେ.ପି ନଡ୍ଡା ବସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଆସନ୍ତା ୧୯ କିମ୍ବା ୨୦ ଜାନୁୟାରୀରେ ତାଙ୍କୁ ଏହି ପଦ ମିଳିପାରେ। ଆଲୋଚନା ହେଉଛି କି ୧୯ ଜାନୁୟାରୀରେ ୮୦...

ଭାରତ-ନେପାଳ ସୀମାରେ ଲଗାତାର ୪୫ ମିନିଟ ଧରି ଗୁଳି ଚାଳନା କଲେ ଯବାନ: ଫରଓ୍ବାର୍ଡ ପୋଷ୍ଟରେ ହଇଚଇ

କିଶନଗଞ୍ଜ,୧୨।୧: ବିହାର କିଶନଗଞ୍ଜର ଭାରତ-ନେପାଳ ସୀମାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୁତୟନ ଥିବା ସଶସ୍ତ୍ର ସୀମା ସୁରକ୍ଷା ବଳ ଯବାନ ଅଭୟ କୁମାର ଲଗାତର ୪୫ ମିନିଟ ଧରି ଆକାଶକୁ ଗୁଳିଚାଳନା କରିଥିଲେ। ଅପରାହ୍ନ ୩ଟାରେ ଘଟିଥିବା...

ଗୁଡ଼ିରେ ମୋଦି-ଶାହା ଯୋଡି

ଲୁଧିଆନା,୧୨।୧: ମକର ସଂକ୍ରାନ୍ତି ଓ ଲୋରି ପାଖେଇ ଆସୁଥିବା ବେଳେ ପଞ୍ଜାବର ଲୁଧିଆନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏଠାରେ ବିକ୍ରି କରାଯାଉଥିବା ଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଯୋଡି ଦେଖିବାକୁ ମିଳିଛି। କିଛି...

ସିଏଏକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଲେଖାହେଲା ୫.୫ ଲକ୍ଷ ଚିଠି

ଅହମ୍ମଦାବାଦ,୧୨।୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଅହମ୍ମଦାବାଦବାସୀ ସିଏଏକୁ ସମର୍ଥନ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାକୁ ପ୍ରାୟ ୫.୫...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲ୍‌ରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ ପ୍ରିୟଙ୍କା ଆମେଠିରେ ରହିବେ। ଏଠାରେ ସେ ଦଳୀୟ ସଦସ୍ୟଙ୍କ ଗହଣରେ ଜନ୍ମଦିନ ପାଳନ...

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିବେ ବୋଲି ରବିବାର ପାଲଘର ଜିଲାପାଳ କୈଳାଶ...

ବେଲୁର ମଠରେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ହାଓ୍ବଡାରେ ଥିବା ରାମକ୍ରିଷ୍ଣ ପରମହଂସଙ୍କ ବେଲୁର ମଠ ଗସ୍ତ କରି ସେଠାରେ ସେ ରାମକ୍ରିଷ୍ଣ ପରମହଂସଙ୍କୁ ପ୍ରଣିପାତ କରିବା...

ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୧: ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିବେକାନନ୍ଦଙ୍କ ୧୫୭ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଯୁଗ ଯୁଗ ଧରି ସ୍ବାମୀ...

ବିଦେଶୀ ପୁଞ୍ଜିନିବେଶ ପାଇଁ ଦ୍ୱାର ଖୋଲିବାକୁ ପିଏମ୍‌ଓର ଯୋଜନା: ଆଣବିକ ଶକ୍ତିରେ ଏଫ୍‌ଡିଆଇକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୨ା୧(ଆଇଏଏନ୍‌ଏସ୍‌): ଆଣବିକ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ପକ୍ଷ ଭାବେ ଗଢ଼ି ତୋଳିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଏହି କ୍ଷେତ୍ର ଲାଗି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ଦ୍ୱାର ଖୋଲିବାକୁ ସରକାର ଚିନ୍ତା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri