ଜାତୀୟ

ସୋସିଆଲ୍‌ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି

ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍‌ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବାସ କରୁଥିବା ବେଳେ ଭଉଣୀ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଛନ୍ତି।...

କର୍ନାଟକ ବିଧାନସଭା ନିର୍ବାଚନ: ସାମାନ୍ୟ ଆଶ୍ୱସ୍ତ ଅଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭାର ୧୫ ଆସନ ପାଇଁ ହୋଇଥିବା ନିର୍ବାଚନର ଗଣତି ସୋମବାର ସକାଳୁ ଆରମ୍ଭ ହୋଇଛି। ସକାଳ ପ୍ରାୟ ୧୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ...

ତେଲେଙ୍ଗାନା ଗଣ ବଳାତ୍କାର ମାମଲା: ହାଇକୋର୍ଟରେ ଏନ୍‌କାଉଣ୍ଟରର ଶୁଣାଣି

ହାଇଦ୍ରାବାଦ,୯।୧୨: ତେଲେଙ୍ଗାନାର ଭେଟରିନାରୀ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟରକୁ ନେଇ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ହେବ। କୋର୍ଟ ଅଭିଯୁକ୍ତଙ୍କ ମୃତଦେହକୁ ୯ ଡିସେମ୍ବର ରାତି ୮ ପର୍ଯ୍ୟନ୍ତ ସୁରକ୍ଷିତ...

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପୁଣି ଫୁଟିଲା ଗୁଳି: କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯବାନ

ରାଞ୍ଚି,୯।୧୨: ଗତ ସପ୍ତାହରେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ ପୁଣି ସୋମବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଖେଳଗାଓ୍ବଁ ସ୍ଥିତ କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କମ୍ପାନୀ କମାଣ୍ଡରଙ୍କ ସହିତ ଜଣେ ଯବାନଙ୍କର କୌଣସି କାରଣରୁ ଯୁକ୍ତି ତର୍କ...

ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ: ଶିବସେନା

ମୁମ୍ବାଇ,୯।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି କହିଛି ଯେ, ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ,...

ସୋନିଆ ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ !

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ।...

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର...

ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ

ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଥିବାବେଳେ ନାଇଡୁ ସେଥିରେ ଏକମତ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀ ବି.ଏସ୍‌....

ମୃତ୍ୟୁ ନିଆଁରେ ରାଜନୀତି

ନୂଆଦିଲ୍ଲୀ,୯ା୧୨: ଦିଲ୍ଲୀର ଅନାଜ ମଣ୍ଡି ନିଆଁରେ ଜଳିଯାଇଛି ୪୩ ଜୀବନ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏଥିରେ ବି ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି ଦଳ। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ଜୋର...

୫ ବର୍ଷରେ ୨୭ ଆଇଆଇଟି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା

ଇନ୍ଦୋର,୯ା୧୨(ପି.ଟି.): ଗତ ୫ ବର୍ଷ ମଧ୍ୟରେ ଦେଶର ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି)ରେ ୨୭ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଆବେଦନରୁ ଜଣାପଡିଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା...

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ କେନ୍ଦ୍ରର ଏନ୍‌ଡିଏ ସରକାର ସଂକଳ୍ପବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଦେଶ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri