ଜାତୀୟ

ପଛଘୁଞ୍ଚାର ପ୍ରଶ୍ନ ଉଠୁନି; ସିଏଏ ବିରୋଧୀ ବିକ୍ଷୋଭ ପଛରେ ୧୦୦ ପ୍ରତିଶତ ରାଜନୀତି: ଶାହା

ନୂଆଦିଲ୍ଲୀ,୧୮ା୧୨ (ଆଇଏଏନ୍‌ଏସ୍‌): ସିଏଏ ପଛରେ ୧୦୦ ପ୍ରତିଶତ ରାଜନୀତି ରହିଛି। କେତେକ ରାଜନୈତିକ ଦଳ ହିନ୍ଦୁ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ହିଂସା ଉସୁକାଉଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସମାଲୋଚନା କରିଛନ୍ତି। ଏହାସହ...

ଜାମିଆ ଛାତ୍ରଙ୍କୁ ଲାଠିମାଡ଼: ପୋଲିସ ଜୁଲମ ହାଏ ହାଏ

ଓ୍ବାଶିଂଟନ,୧୮ା୧୨: ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଏବଂ ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭସର୍ସିଟି (ଏଏମ୍‌ୟୁ) ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଜୁଲମକୁ ବିଦେଶୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ଅକ୍ସଫୋର୍ଡ, ହାଓ୍ବାର୍ଡ, ୟେଲ୍‌,...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ...

ସିଏଏ ପ୍ରତ୍ୟାହାର କର:ରାଷ୍ଟ୍ରପତିଙ୍କୁ ଭେଟିଲେ ୧୨ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୧୮।୧୨(ପି.ଟି.):ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସର ଦମନଲୀଳା ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରୁଛି। ଏଭଳି ସ୍ଥିତିରେ ବିରୋଧୀ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ...

ଶାନ୍ତ ରହିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ବିଶେଷତଃ ଦିଲ୍ଲୀରେ ଏହାର ବହୁଳ ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ପରେ ମଙ୍ଗଳବାର...

ପୋଲିସରେ ଭର୍ତ୍ତି ହେଲେ କୃଷକଙ୍କ ୨ଝିଅ, ଜଣେ ପୁଅ

ଲକ୍ଷ୍ନୌ,୧୭।୧୨: ପରିବାରରେ ଯେତେବେଳେ ଜଣେ ପୁଅ ପୋଲିସ ପୋଷାକ ପିନ୍ଧେ ସେତେବେଳେ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି। ହେଲେ ଉତ୍ତରପ୍ରଦେଶ ମୁରଦାବାଦରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ଝିଅଙ୍କ ସଫଳତା ଲୋକଙ୍କୁ ଗର୍ବ କରିବାକୁ ଶିଖାଇଦେଇଛି। ସୋମବାର...

ବିହାରରେ ଲଜ୍ଜା: ବଳାତ୍କାର ଉଦ୍ୟମ ସଫଳ ନ ହେବାରୁ ନାବାଳିକାଙ୍କୁ ଗୁଳି କଲେ ଯୁବକ

ରୋହତାସ,୧୭।୧୨: ବିହାରରେ ପୁଣି ଲଜ୍ଜା। ବିହାର ରୋହତାସ ଜିଲାର ରାଜପୁରରେ ୧୦ମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଛି। ଉଦ୍ୟମରେ ସଫଳ ନ ହେବାରୁ ପୀଡିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପୀଡିତା ଜେଜେମାଙ୍କ...

ଅଭିନେତ୍ରୀ ପାୟଲଙ୍କୁ ମିଳିଲା ଜାମିନ

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ...

ଜାମିଆ ପରେ ସିଲମପୁରକୁ ବ୍ୟାପିଲା ସିଏଏ ହିଂସା: ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀର ଜାମିଆ ପରେ ଏବେ ସିଲମପୁରକୁ ବ୍ୟାପିଛି ନାଗରିକତା ସଂଶୋଧନ ଆଇନ (ସିଏଏ) ହିଂସା। ମଙ୍ଗଳବାର ଜଫରାବାଦରେ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାରି ଭିତରେ ପୋଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ ସମୟରେ...

ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ: କିଲୋ ପ୍ରତି ଦର୧୫୦ଟଙ୍କା

ନୂଆଦିଲ୍ଲୀ,୧୭।୧୨: ନିକଟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ପିଆଜ ଦର ପୁଣି ଆକାଶଛୁଆଁ ହୋଇଛି। କାରଣ ବର୍ଷା ଯୋଗୁ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର ପିଆଜ ପହଞ୍ଚିପାରିନାହିଁ। ଫଳରେ ଦିନକୁ ଦିନ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି।...

ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍‌କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ନିଜକୁ ଦୂରେଇ ରଖିବାରୁ ଏହାର...

ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍‌’ କହିଲେ ଉଦ୍ଧବ

ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଛାତ୍ରମାନେ ହେଉଛନ୍ତି ‘ଯୁବ ବମ୍‌’। ତେଣୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri