ଜାତୀୟ

ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ। ଏନେଇ ଲୋକ ସଭାରେ ବୁଧବାର ବିଲ୍‌ ଆଗତ ହୋଇଛି। ମାତାପିତା...

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭା ଟିଭି (ଆର୍‌ଏସ୍‌ଟିଭି) ସାମୟିକ ଭାବେ ଏହାର...

ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବ୍‌ଦୁର ରହମନ। ଏହି ବିଲ୍‌ ବିରୋଧରେ ଖୋଲାଖୋଲି ଭାବେ ବିକ୍ଷୋଭ କରିବା ପାଇଁ ସେ...

ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ନାଗରିକତ୍ୱ ଆଇନର ଭାଗ୍ୟ: ଚ୍ୟାଲେଞ୍ଜ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): କାମ ଦେଲାନି ବିରୋଧୀଙ୍କ ବିରୋଧ। ଲୋକ ସଭା ପରେ ରାଜ୍ୟ ସଭାରେ ଗୃହୀତ ହୋଇଛି ନାଗରିକତ୍ୱ ସଂଶୋଧନ ବିଲ୍‌। ଏହା ଆଇନରେ ପରିଣତ ହେବା ପାଇଁ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା। ତେବେ ଏହି ବିବାଦୀୟ ବିଲ୍‌ ସାମ୍ନାରୁ...

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ ଉଚ୍ଚ ସଦନରେ ଉପସ୍ଥାପନ କରିବାବେଳେ ବିଲ୍‌କୁ ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ...

ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି) ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଏହାପରେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଆସି ରହିଥିବା...

ଆସାମ-ତ୍ରିପୁରାରେ ସ୍ଥିତି ଅସମ୍ଭାଳ: ସେନା ସହାୟତା ଲୋଡିଲା ପ୍ରଶାସନ

ଗୁଆହାଟି/ଅଗରତାଲା,୧୧।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ...

ହାଇଦ୍ରାବାଦ୍‌ ଘଟଣା ପରେ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି ଲକ୍ଷେ ୩୦ ହଜାର: ୭ ସେକେଣ୍ଡରେ ମିଳିବ ଉତ୍ତର

ବେଙ୍ଗାଲୁରୁ,୧୧।୧୨: ହାଇଦ୍ରାବାଦ୍‌ ଘଟଣା ପରେ ବେଙ୍ଗାଲୁରୁରେ ଲକ୍ଷେ ୩୦ ହଜାର ଲୋକ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏନେଇ ବେଙ୍ଗାଲୁରୁ ପୋଲିସ ଡେପୁଟି କମିଶନର କୁଲଦୀପ୍‌ ଜୈନ କହିଛନ୍ତି ଏହି ଆପ୍‌ ଦ୍ୱାରା ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ୭ ସେକେଣ୍ଡ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ ଆସନ ପାଇଁ ମତଦାନ

ରାଞ୍ଚି,୧୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁରୁବାର ୮ଟି ଜିଲାର ୧୭ଟି ଆସନ ପାଇଁ ସକାଳ ୭ଟା ଠାରୁ ମତଦାନ କରାଯିବ। ଶାନ୍ତିପୂର୍ଣ୍ଣ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।...

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ସ୍କୁଲରେ ତୁମେ ପଢୁଛ...

ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହା ସହିିତ ଇସ୍ରାଏଲ୍‌, ଇଟାଲୀ ଏବଂ ଜାପାନର ଗୋଟିଏ...

ନାଗରିକତା ସଂଶୋଧନ ବିଲ୍‌ ନେଇ ହିଂସା: ଦିବ୍ରୁଗଡ଼ରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠି ଚାଳନା

ଦିବ୍ରୁଗଡ଼, ୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଆସାମରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ଉତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ ବିକ୍ଷୋଭକାରୀଙ୍କୁ ପୋଲିସ ପକ୍ଷରୁ ସତର୍କ ସୂଚନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri