ଜାତୀୟ

ଶହୀଦ୍‌ ପରିବାରଙ୍କୁ ରାଜନାଥଙ୍କ ସୁରକ୍ଷା: ବର୍ଷେ ପର୍ଯ୍ୟନ୍ତ ରହିପାରିବେ ସରକାରୀ ଘରେ

ନୂଆଦିଲ୍ଲୀ,୨୬।୧୧: ଶହୀଦ୍‌ ପରିବାରଙ୍କ ସୁରକ୍ଷା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଶହୀଦ୍‌ ପରିବାର ୩ ମାସ ପର୍ଯ୍ୟନ୍ତ ସରକାରୀ ଘରେ ରହିବା ନିୟମ ଥିଲା। ତେବେ ଏବେ ଏହାକୁ ବଢ଼ାଇ ଏକ ବର୍ଷ କରିଦିଆଯାଇଛି।...

କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିସ୍ଫୋରଣ

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା କଶ୍ମୀର ବିଶ୍ୱବିଦ୍ୟାଳୟ ନିକଟରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୨ଜଣ ଆହତ ହୋଇଛନ୍ତି। ଏହା ଏକ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ବାହାରେ ଥିବା ସର ସୈଦ...

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ। ଏହା ପୂର୍ବରୁ ଭାଜପା ସବୁ ବିଧାୟକଙ୍କୁ ଡାକି ଏକ...

ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍‌ ବୋର୍ଡ: ମସଜିଦ୍‌ ଜମି ନେଇ ଏବେ ହେବନି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍‌ ଜମି ନେଇ କୌଣସି ଚର୍ଚ୍ଚା କରାଯିବ ନାହିଁ। ମଙ୍ଗଳବାର ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉପସ୍ଥିତ...

ପୁଅର ମୁକ୍ତି ପାଇଁ କାନ୍ଦୁଥିଲେ ମା’, କୋଳେଇ ନେଲେ ପୋଲିସ କନ୍‌ଷ୍ଟେବଳ

ଜଳନ୍ଧର, ୨୬।୧୧: ପଞ୍ଜାବରେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ନିଆରା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ ଫେରାଇ ଆଣିବାକୁ କହି ଭୋ ଭୋ ହୋଇ କାନ୍ଦୁଥିଲେ। ଏହି ସମୟରେ...

ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି ଗାଇଡେଡ୍‌ କ୍ଷେପଣାସ୍ତ୍ରର ଟ୍ୟାଙ୍କ୍‌ ସହିତ ବଙ୍କରକୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ରହିଛି।...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ବାଲାସାହେବଙ୍କୁ ବିଧାୟକ ଦଳର ନେତାଭାବେ ନିର୍ବାଚିତ କରାଯାଇଛି। ଅନ୍ୟପଟେ ପ୍ରୋଟେମ ସ୍ପିକର ବା...

ଇସ୍ତଫା ଦେଇପାରନ୍ତି ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ଏବେ ଅଡୁଆରେ ପଡିଯାଇଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁଏତ ସେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। କୁହାଯାଉଛି କି ସେ ସୋମବାର ଏନ୍‌ସିପି ମୁଖ୍ୟ ଶରଦ...

ଫଡ୍‌ନବିସଙ୍କ ଘରେ ପହଞ୍ଚିଲେ ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ସେଠାରେ ସମସ୍ତେ ଚଳଚଞ୍ଚଳ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କୋର୍ଟ ଭାଜପାକୁ ୩୦ ଘଣ୍ଟା ସମୟ ଦେଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ...

ଜଣେ ଭଗତ ସିଂ ଦେଶପାଇଁ ଜୀବନ ଦେଲେ ଅନ୍ୟ ଜଣେ ଗଣତନ୍ତ୍ରକୁ ହତ୍ୟା କଲେ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ହେଲେ ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜଣେ ଭଗତ୍‌ ସିଂ ଦେଶପାଇଁ ଜୀବନ ଦେଇଥିବା ବେଳେ...

କେନ୍ଦ୍ର ସହ ଏନ୍‌ଆର୍‌ସି ଲଢ଼େଇ ପାଇଁ ପ୍ରସ୍ତୁତ ମମତା: ୧୯୭୧ରେ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ଜମି ଦେବାକୁ ନିଷ୍ପତ୍ତି

କୋଲକାତା,୨୬।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍‌ଆର୍‌ସି ନେଇ କେନ୍ଦ୍ର ସହିତ ଲଢ଼େଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୯୭୧ ମାର୍ଚ୍ଚ ପରେ ପଶ୍ଚିମବଙ୍ଗକୁ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ମମତା ଜମି ଅଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ...

ଅଟୋ ଚାଳକଙ୍କୁ ମାଡ଼ମାରି ଅଡ଼ୁଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ: ଭିଡିଓ ଭାଇରାଲ

ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍‌ ସିଂହ ବେଶ୍‌ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍‌ ହେଉ ବା ଆମେରିକାର ପପ୍‌ ଗାୟକ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ଡ୍ୟାନ୍ସିଂ ଷ୍ଟାଇଲ୍‌ରେ ରଣଜିତ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri