ଜାତୀୟ

ଜିରୋରେ ପାଭିଲିୟନ୍‌ ଫେରିଲା ଶିବସେନା: ମିଳିଲାନି ମୁଖ୍ୟମନ୍ତ୍ରୀ ପଦ; ହେଲାନି ୫୦-୫୦

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଏଭଳି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ପରେ ଆଲୋଚନା ଜାରି ରହିଥିଲା। ତେବେ ଏନ୍‌ସିପିର ଅଜିତ୍‌ ପାଓ୍ବାର ଭାଜପା ସହିତ...

ଉତ୍ସବ ପାଳନ କଲା ଭାଜପା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା , ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ବେଳେ ଶନିବାର କିନ୍ତୁ ଏହାର ଓଲଟା ପରିଣତି ଦେଖାଯାଇଛି। ଶନିବାର ମହାରାଷ୍ଟ୍ର ଭାରତୀୟ ଜନତା...

ଭାଜପାର ନୂଆ ରଣନୀତି: ଫଡ଼ନବିସ ମୁଖ୍ୟମନ୍ତ୍ରୀ; ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ଶନିବାର ପୂର୍ବାହ୍ନ ୮ଟା ୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏନ୍‌ସିପିର ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ...

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଇ-ସିଗାରେଟ ଏବଂ ଅନୁରୂପ ସାମଗ୍ରୀ ଉତ୍ପାଦନ, ବିକ୍ରି ଓ ଆମଦାନୀ ବନ୍ଦ କରିବା ଲାଗି ଶୁକ୍ରବାର ଲୋକ ସଭାରେ ବିଲ୍‌ ଆଗତ ହୋଇଛି। ଇଲେକ୍ଟ୍ରୋନିକ୍‌ ସିଗାରେଟ ନିଷିଦ୍ଧ କରିବା ଲାଗି ସରକାର ନିକଟରେ ଅଧ୍ୟାଦେଶ ଜାରି କରିଥିଲେ। ଲୋକ...

ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ ଜାରି: ପାର୍ଲାମେଣ୍ଟ ପରିସରରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହରେ ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ବିରୋଧ ଜାରି ରହିଛି। ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ମିଛ କାରଖାନାରେ ପରିଣତ ହୋଇଛି ବୋଲି କଂଗ୍ରେସ ସମାଲୋଚନା କରିଛି।...

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ ହରାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୧୪ରୁ ଇତିମଧ୍ୟରେ ଅର୍ଥାତ୍‌ ୫ ବର୍ଷ...

ଚାଇନା ପ୍ରକଳ୍ପକୁ ନେଇ ପାକିସ୍ତାନକୁ ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ,୨୩ା୧୧: ଚାଇନା ଭିତ୍ତିଭୂମି ପ୍ରକଳ୍ପ ସହ ପାକିସ୍ତାନ ଯଦି ଦୀର୍ଘଦିନ ଜଡିତ ରହେ ତେବେ ଏହା ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ଚେତାଇ ଦେଇଛି। ଏହା ବଦଳରେ ଆମେରିକା ସହ ବ୍ୟବସାୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପ୍‌...

୩୫୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୨୩ା୧୧: ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ ୧୧,୫୭୮ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୩୫୦ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସେନା ଉଦ୍ଧାର କରିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। କ୍ରମାଗତ...

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭ ଲକ୍ଷ ଟଙ୍କା ସହିତ ୨୬.୪୯ ଲକ୍ଷ ଟଙ୍କାର ଅଚଳ ନୋଟ ଜବତ କରିଛି।...

ଆଧାର ଆଇନରେ ସଂଶୋଧନ ବିରୋଧରେ ପିଟିଶନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଆଧାର ଆଇନରେ ସଂଶୋଧନର ବୈଧତାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପରିଚୟ ପ୍ରମାଣ ଲାଗି ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯୋଗାଇଦେଉଥିବା ଆଧାର ତଥ୍ୟ ବ୍ୟବହାର ଲାଗି ଘରୋଇ ସଂସ୍ଥାଗୁଡିକୁ ଅନୁମତି ଦେବା ନିମନ୍ତେ କେନ୍ଦ୍ର...

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାର ଖୋଳତାଡ୍‌ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି। ତଥ୍ୟ ଅନୁଯାୟୀ, ୟେସୁରୁଧୟରାଜ୍‌ଙ୍କ...

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି। ମେୟର ପଦ ମଧ୍ୟ ଆଶାନୁରୂପ ଭାବେ ଭାଜପା ଦଖଲ କରିପାରି ନାହିଁ। ମୁମ୍ବାଇ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri