ଜାତୀୟ

ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ ପଡ଼ିଛି ଯବନିକା’। ଏ କୌଣସି ଟେଲିଭିଜନର ସମାଚାର ପାଠ ନୁହେଁ, ବରଂ ମଧ୍ୟପ୍ରଦେଶ...

ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଲେ ସ୍ତ୍ରୀ

ଚେନ୍ନାଇ,୧୪।୧୧: ତାମିଲନାଡୁର ପୁଦୁକୋଟ୍ଟଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଛନ୍ତି ସ୍ତ୍ରୀ। କୃପାକୁଡିର ଦ୍ରାବିଡ କଲୋନୀରେ ରହୁଥିବା ଓ୍ବେତ୍ରଓ୍ବେଲ ୧୦୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ପିଚାଇଙ୍କୁ ୭୫ ବର୍ଷ...

ଖଟ୍ଟର କ୍ୟାବିନେଟର ହେବ ସମ୍ପ୍ରସାରଣ

ହରିୟାଣା,୧୪।୧୧: ହରିୟାଣାରେ ଭାଜପା-ଜେଜେପି ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଗତ ଅକ୍ଟୋବର ୨୪ରେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଥିବା ବେଳେ ୨୭ ଅକ୍ଟୋବରରେ ଜନନାୟକ...

ସ୍କୁଲ ପିଲାଙ୍କ ଗହଣରେ ଜନ୍ମଦିନ ପାଳିଲେ ପ୍ରିନ୍ସ ଚାର୍ଲସ

ମୁମ୍ବାଇ,୧୪।୧୧: ବ୍ରିଟେନ୍‌ ରାଜକୁମାର ପ୍ରିନ୍ସ ଚାର୍ଲସ ତାଙ୍କର ୭୧ତମ ଜନ୍ମଦିବସ ଭାରତରେ ପାଳନ କରିଛନ୍ତି। ଭାରତ ଗସ୍ତରେ ଥିବା ପ୍ରିନ୍ସ ଚାର୍ଲସ ମୁମ୍ବାଇଠାରେ ସ୍କୁଲ ପିଲାମାନଙ୍କ ଗହଣରେ ଗୁରୁବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହାସହ ଏହି ଦିବସକୁ ବେଙ୍ଗାଲୁରୁର...

ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ୫୧ ହଜାରର ଚେକ୍‌ ପ୍ରଦାନ କଲା ଶିହା ଓ୍ବାକଫ୍‌ ବୋର୍ଡ

ଲକ୍ଷ୍ନୌ,୧୪।୧୧: ଅଯୋଦ୍ଧାରେ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ଶିହା ଓ୍ବାକଫ୍‌ ବୋର୍ଡ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଶିହା ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଓ୍ବସୀମ୍‌ ରିଜଓ୍ବୀ ଶ୍ରୀରାମଙ୍କୁ ମୁସଲମାନ୍‌ଙ୍କ ପୂର୍ବଜ ବୋଲି କହିଛନ୍ତି। ରାମମନ୍ଦିର...

ଭାଜପାରେ ଯୋଗଦେଲେ ୧୫ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଉପସ୍ଥିତିରେ ଏମାନେ ଭାଜପା ହାତ ଧରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ବାଚସ୍ପତି କେଆର୍‌ ରମେଶ...

‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ: ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସୁପ୍ରିମ୍‌କୋର୍ଟରେ ମଞ୍ଜୁର

ନୂଆଦିଲ୍ଲୀ,୧୪।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫାଲ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେଇଥିଲେ। ଏହାକୁ ଶୀର୍ଷ ଅଦାଲତ ମଞ୍ଜୁର କରିବା ସହିତ ରାହୁଲଙ୍କୁ ଭବିଷ୍ୟତରେ...

ଏଚ୍‌ଟିଇଟି ପରୀକ୍ଷା ସମୟରେ ମହିଳାମାନେ ବିନ୍ଦି, ସିନ୍ଦୁର ପିନ୍ଧିବାକୁ ମିଳିଲା ଅନୁମତି

ଫତେହାବାଦ,୧୪।୧୧: ହରିୟାଣା ଟିଚର ଇଲିଜିବିଲିଟି ଟେଷ୍ଟ(ଏଚ୍‌ଟିଇଟି) ପରୀକ୍ଷାରେ ମହିଳାମାନେ ବିନ୍ଦି ଓ ସିନ୍ଦୁର ପିନ୍ଧି ପାରିବେ ବୋଲି ବୁଧବାର ଫତେହାବାଦ ଡେପୁଟି କମିଶନର ଧିରେନ୍ଦ୍ର ଖରାଗ ଘୋଷଣା କରିଛନ୍ତି। ପୂର୍ବରୁ ମହିଳାମାନଙ୍କୁ ଏସବୁ ବାରଣ କରାଯାଇଥିବା ବେଳେ ଏବେ ପୂର୍ବଭଳି...

ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୪।୧୧: ରାଫାଲ୍‌ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ୨୦୧୮ରେ ଶୀର୍ଷ ଅଦାଲତଙ୍କ ରାୟ ଉପରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ...

ପଣ୍ଡିତ ନେହେରୁଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍‌ କରି ନେହେରୁଙ୍କ ୧୩୦ତମ ଜନ୍ମଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।...

ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠରେ କରାଯାଉଥିଲା। ତେବେ ଏହା ୭ ଜଣିଆ...

ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କ ପରଲୋକ: ଆଇନଷ୍ଟାଇନ୍‌ଙ୍କ ସିଦ୍ଧାନ୍ତକୁ କରିଥିଲେ ଚ୍ୟାଲେଞ୍ଜ୍‌

ପାଟନା,୧୪।୧୧: ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କର ଗୁରୁବାର ପରଲୋକ ଘଟିଛି। ପାଟନାରେ ୭୪ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ସେ ମାନସିକ ରୋଗ ସିଜୋଫ୍ରେନିଆରେ ପୀଡ଼ିତ ଥିଲେ। ସେ ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକ ସିଦ୍ଧାନ୍ତକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri