ଜାତୀୟ

ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଛି ହାଫିଜ

ନୂଆଦିଲ୍ଲୀ,୧୦।୧୦: ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍‌-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ଆସନ୍ତା ୧୪ ତାରିଖରେ ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏହି ରାଲିକୁ ହାଫିଜ ନିଜେ ସମ୍ବୋଧନ କରିବେ। ମୁଜାଫରାବାଦରେ ଏହା ଅନୁଷ୍ଠିତ ହେବାକୁ ଥିବା...

ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଯବାବ ଦେଲେ ଭାରତୀୟ ସେନା

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପଟରୁ ଗୁରୁବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ପରେ ଏହାର କଡ଼ା ଯବାବ ଦେଇଛି ଭାରତୀୟ ସେନା। ବୁଧବାର ରାତିରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପଟରୁ ବହୁ ପରିମାଣରେ ଗୁଳି...

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଘେରିଛନ୍ତି ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ। ସୀତାରାମନ ମୁମ୍ବାଇର ନରୀମାନ ପଏଣ୍ଟରେ ଥିବା...

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ ସେଲଫି ଉଠାଇ ପଠାନ୍ତି, ତେବେ କନ୍ୟାଙ୍କୁ ୫୧ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ...

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର ଶିଶୁ ବନ୍ଧୁ ଆନନ୍ଦପାଲ। ବନ୍ଧୁପ୍ରକାଶ ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ବୋଲି ପଶ୍ଚିମବଙ୍ଗର ରାଷ୍ଟ୍ରୀୟ...

ପଞ୍ଜାବ ସୀମାରେ ପୁଣି ଦେଖାଗଲା ପାକିସ୍ତାନ ଡ୍ରୋନ

ଅମୃତସର,୧୦।୧୦: ପଞ୍ଜାବର ଫିରୋଜପୁର ଜିଲାରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ପାକିସ୍ତାନ ଡ୍ରୋନ୍‌ ଦେଖାଯିବାରୁ ବିଏସ୍‌ଏଫ୍‌ ଯବାନ ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସୀମାରେ ଏହା ଦେଖାଯାଇଥିବାରୁ ପାକିସ୍ତାନ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି। ସୋମବାର ଫିରୋଜପୁରର...

ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ ଦାୟୀ କରି ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ,...

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ ହାଜର ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନରେ ରାହୁଲ କହିଥିଲେ, ‘ସବୁ ଚୋରଙ୍କ...

ସାମ୍ନାକୁ ଆସିଲା ରାଫାଲ ଆର୍‌ବି-୦୦୨ର ପ୍ରଥମ ଫଟୋ

ନୂଆଦିଲ୍ଲୀ,୧୦।୧୦: ଯୁଦ୍ଧ ବିମାନ ରାଫାଲ ଆର୍‌ବି-୦୦୧ ପ୍ରାନ୍ସ ପକ୍ଷରୁ ଭାରତକୁ ହସ୍ତଗତ କରାଯିବାର ଗୋଟିଏ ଦିନ ପରେ ଆଉ ଏକ ରାଫାଲ ବିମାନର ଫଟୋ ଜାରି କରାଯାଇଛି। ଫ୍ରାନ୍ସ ବିମାନ ନିର୍ମାଣକାରୀ କମ୍ପାନି ଡାସଲ୍ଟ ଆଭିଏଶନ ପକ୍ଷରୁ ଟେଲ୍‌ ନମ୍ବର...

ଶିବସେନାକୁ ଝଟକା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା

ପୁଣେ,୧୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜୋର ଧରିଛି। ଶିବସେନାର ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଏବଂ ୨୬ ମହାନଗର ନିଗମ ପରିଷଦ ସଭ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ...

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ କରିବା ସକାଶେ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ରେଷ୍ଟୁରାଣ୍ଟରେ ଉନ୍ନତମାନର ଖାଦ୍ୟ...

ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବାକୁ ସରିଲାଣି ସମସ୍ତ ପ୍ରସ୍ତୁତି

ଚେନ୍ନାଇ,୧୦।୧୦: ଅକ୍ଟୋବର ୧୧-୧୨ରେ ଚାଇନା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ତାମିଲନାଡୁ ଆସିବେ ବୋଲି ଜଣାପଡିଛି। ଚେନ୍ନାଇଠାରେ ଏହି ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri