ଜାତୀୟ

ପାକିସ୍ତାନ ଯିବାକୁ ଏସ୍‌. ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପକାଶ ପର୍ବ ପାଇଁ...

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୭।୧୧: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ଜିଲାର ଜେରେପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ କିଛି ମାଓବାଦୀ ଲୁଚି ଥିବା ଖବର ପାଇ ସିଆର୍‌ପିଏଫ୍‌ ୧୫୧ ବାଟାଲିୟନ୍‌ ଏବଂ ୨୦୪ କୋବ୍ରା ବାଟାଲିୟନ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେଶନ୍‌...

ବଢ଼ିଛି ଭାରତୀୟଙ୍କ ଆୟୁଷ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ। ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର ସୁସ୍ଥ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏବେକାର କର୍ମମୟ ଜୀବନରେ ଅନେକ ଲୋକ...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ କ୍ୟାନସରଜନିତ ମୃତ୍ୟୁ ହାର ମଧ୍ୟ ଅଧିକ।...

ନୀରବ ମୋଦିଙ୍କ ଜାମିନ ଆବେଦନ ନାମଞ୍ଜୁର

ନୂଆଦିଲ୍ଲୀ, ୭।୧୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦ କୋଟି ଟଙ୍କାର ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବଙ୍କ ଜାମିନ...

ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍‌

ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର ନଗରର ବିଭିନ୍ନ କଲେଜରେ ୮ଟି ଅସ୍ଥାୟୀ ଜେଲ୍‌ ତିଆରି କରାଯାଇଛି। ରାୟ ପ୍ରକାଶ...

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଖୁବ୍‌ଶୀଘ୍ର ମାନବ ସମାଜ ଏଥିପାଇଁ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ...

ମୋଦି-ଶାହଙ୍କ ପାଖରେ ରହିଛି ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ: ଜୟରାମ ରମେଶ

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ମୋଦି-ଶାହଙ୍କ ପାଖରେ ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ ରହିଛି। ଏହାର ବଳରେ ବଳୀୟାନ ହୋଇ ସେମାନେ ରାଜନେତାଙ୍କ ଚରିତ୍ର...

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି। ମଙ୍ଗଳବାର ରାତିରେ ଗୋବିନ୍ଦପୁର କଲୋନିରେ ଥିବା ସର୍ଭିସ...

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ମାମଲାର...

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ ରବି ବର୍ମା ଏବଂ ଯବାନ ବିଚିତ୍ର ବୋହ୍‌ରାଙ୍କୁ ସିବିଆଇ ଓ ଆଇବିର ମିଳିତ...

ଜେଲ୍‌ରୁ ମୁକୁଳିଲେ ହନିପ୍ରୀତ୍‌

ପଞ୍ଚକୁଲା, ୭ା୧୧(ଆଇଏଏନ୍‌ଏସ୍‌): ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ହର୍‌ମିତ୍‌ ରାମରହିମ୍‌ ସିଂଙ୍କ ପାଳିତା କନ୍ୟା ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କୁ ବୁଧବାର ଅମ୍ବାଲା କେନ୍ଦ୍ରୀୟ ଜେଲ୍‌ରୁ ମୁକ୍ତି ମିଳିଛି। କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୧୭ରେ ହରିୟାଣାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri