ଜାତୀୟ

ଏସିଡିଟିରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧା ଗ୍ଲାସେ…

ସକାଳେ ଜିରା ମିଶା ଗୁଡ଼ପାଣି ପିଇଲେ ବହୁ ଉପକାର ହୋଇଥାଏ। ଏହା ଦ୍ୱାରା ପାଚନକ୍ରିୟା ସ୍ବାଭାବିକ ହେବା ସହିତ ରକ୍ତହୀନତାରୁ ମୁକ୍ତି ମିଳେ। ଏହା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରି ହାର୍ଟ ଆଟାକ୍‌ରୁ ମୁକ୍ତି ଦେଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।...

ଅର୍ଶ ରୋଗୀଙ୍କ ପାଇଁ ଉପକାରୀ ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ଭିଟାମିନ୍‌ ଏ ଏବଂ ବି ର ଗୁଣରେ ଭରପୂର। ଏହାକୁ ଖାଇବା ସହିତ ସ୍କିନ୍‌ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା ଅମୃତଭଣ୍ଡାକୁ ତରକାରୀ କରାଯାଏ। ପାଚିଲା ଅମୃତଭଣ୍ଡାକୁ ଫଳ ଭାବରେ ଖିଆଯାଏ। ଏହା ସହିତ...

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪ ବର୍ଷ ବୟସ୍କ ଶ୍ରମିକ ଧନଜୀ ଜଗଦାଲେଙ୍କୁ ବସ୍‌ ଷ୍ଟପ୍‌ରୁ ୪୦ ହଜାର ଟଙ୍କା...

ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍‌ଫିଲ୍‌ଡ଼ ବୁଲେଟ...

ଦିଲ୍ଲୀ ଭଳି ଉତ୍ତର ପ୍ରଦେଶରେ ବି ଲାଗୁ ହୋଇପାରେ ଅଡ୍‌ ଇଭିନ୍‌ ନମ୍ବର

ଲକ୍ଷ୍ନୌ,୪।୧୧: ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ...

ତେଲେଙ୍ଗାନା ମହିଳା ତହସିଲଦାର ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୪।୧୧: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲାରୁ ସୋମବାର ଏକ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତହସିଲଦାରଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନ୍ତ ଜଳାଇ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତହସିଲଦାର ବିଜୟା ରେଡ୍ଡି କାର୍ଯ୍ୟାଳୟରେ ଥିବା ବେଳେ...

ଅବସର ନେବ ବାୟୁସେନା ଯୁଦ୍ଧ ବିମାନ ମିଗ-୨୭

ନୂଆଦିଲ୍ଲୀ,୪।୧୧: ଦୀର୍ଘ ୩୫ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍‌-୨୭କୁ ଆଗାମୀ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟରୁ ନିବୃତ୍ତ କରାଯିବ। ଯୋଧପୁର ଯୁଦ୍ଧ ବିମାନ ଘାଟିରେ ଏକ ବିଦାୟ ସମାରୋହର ଆୟୋଜନ କରାଯିବ।...

ପୁଣି ବିବାଦ ଘେରରେ ଜେଏନ୍‌ୟୁ: ହଷ୍ଟେଲ ଫି’ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ, କ୍ୟାମ୍ପସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୪।୧୧: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ବିବାଦ ଥମିବାରେ ନାଁ ନେଉନି। ଗତ କିଛି ଦିନରୁ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ରମାନେ ଆନ୍ଦୋଳନ କରିଆସୁଛନ୍ତି। ସୋମବାର ମଧ୍ୟ ଛାତ୍ରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି...

ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ପ୍ରେମିକା

ଆଲିଗଡ,୪।୧୧: ଉତ୍ତର ପ୍ରଦେଶ ଆଲିଗଡର ତେରୋଲିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବିଧବା ମହିଳା ଏବେ ତାଙ୍କ ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମହିଳା ଜଣକ ବିବାହ କରିଥିବା ବେଳେ ୩ ବର୍ଷ ପୂର୍ବେ...

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା କହିଛନ୍ତି। ଆତଙ୍କବାଦ ସାରା ପୃଥିବୀ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ତେବେ...

କଠୋର ହେଲେ ସୁପ୍ରିମକୋର୍ଟ: ମାଗିଲେ ନଡ଼ା ଜଳାଉଥିବା ଲୋକଙ୍କ ତାଲିକା

ନୂଆଦିଲ୍ଲୀ,୪।୧୧: ରାଜଧାନୀରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ। ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀରେ ବ୍ୟାପୁଥିବା ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଟିପ୍ପଣି ରଖି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ...

ଯବାନଙ୍କ ପାଖରେ ୫୧ ଡିଗ୍ରୀ

ଜୟପୁର,୪।୧୧: ଜମ୍ମୁ-କଶ୍ମୀର, ଆସାମ, ପଞ୍ଜାବ ଆଦି ସୀମାରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପାଠପଢ଼ିବା ପ୍ରତି ଥିବା ଆଗ୍ରହ ଏବେ ଲୋକଲୋଚନକୁ ଆସିଛି। ରାଜସ୍ଥାନର ଦଶରଥ ସିଂ ସେନାରେ ନିଯୁକ୍ତି ହୋଇ ମଧ୍ୟ ପାଠ ପଢ଼ାରେ ୫୧ ଡିଗ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri