ଜାତୀୟ

ମ୍ୟାନମାରର ସନ୍ଦିଗ୍ଧ ଜାହାଜକୁ ଧରିଲା ରାଜବୀର

ପୋର୍ଟ ବ୍ଲେୟାର,୨୨।୯: ମ୍ୟାନମାରର ଏକ ସନ୍ଦିଗ୍ଧ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଜବୀର କାର ନିକୋବର ଦ୍ୱୀପ ନିକଟରେ ଧରିଥିବା ସୂଚନା ମିଳିଛି। ଏହି ଜାହାଜରୁ କିଛି ପ୍ୟାକେଟ ମିଳିଥିବା ବେଳେ ପୋର୍ଟ ବ୍ଲେୟାରରେ ନାରକୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)...

ବିଷାକ୍ତ ମଦ ପିଇ ୬ ମୃତ: ୩ ଅଧିକାରୀ ନିଲମ୍ବିତ

ଡେରାଡୁନ,୨୧।୯: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଶୁକ୍ରବାର ବିଷାକ୍ତ ମଦ ପିଇବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ଆଇନ ବ୍ୟବସ୍ଥାର ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି। ତେବେ ମୃତ୍ୟୁକୁ ନେଇ...

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଭୋଟ ଗ୍ରହଣ କରାଯିବ। ସେହିପରି ଅକ୍ଟୋବର ୨୪ରେ ଭୋଟ ଗଣତି ହେବ ବୋଲି...

ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା

ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର ରକ୍ଷାଣବେକ୍ଷଣ କରିଥାନ୍ତି। ସ୍କୁଲର ମିଳିତ ପ୍ରାର୍ଥନା ପୂର୍ବରୁ ଶିକ୍ଷାର୍ଥୀ ନିଜ ନିଜ ନାମଧାରୀ...

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍‌ ରଙ୍ଗ।...

ରାତିରେ ଶୋଇ ପାରିଲେନି ଚିନ୍ମୟାନନ୍ଦ

ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍‌ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ କରାଯିବା ପରେ ସେ ତାଙ୍କର ସମସ୍ତ ଦୋଷ ସ୍ବୀକାର କରିଥିଲେ। ଏହାପରେ ତାଙ୍କୁ...

ଲକ୍ଷ୍ନୌ-ନୂଆଦିଲ୍ଲୀ ମଧ୍ୟରେ ଅକ୍ଟୋବରରେ ଗଡ଼ିବ ତେଜସ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୧।୯: ଲକ୍ଷ୍ନୌ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କାରଣ ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟୋବର ୪ରେ ସବୁଜ ପତାକା ଦେଖାଇବାକୁ ଥିବା ବେଳେ ଏହା...

ଉତ୍ତର ପ୍ରଦେଶ ଚାଷୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ସିଲ୍‌ ହେଲା ଦିଲ୍ଲୀ ବର୍ଡର

ନଏଡା,୨୧।୯: ଭାରତୀୟ କୃଷକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ହୋଇଥିବା ବିରୋଧ ପ୍ରଦର୍ଶନୀ ଯୋଗୁଁ ଦିଲ୍ଲୀର ସୀମା ସିଲ୍‌ କରି ଦିଆଯାଇଛି। ପାଦରେ ଚାଲି ଚାଲି ଏମାନେ ନଏଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏମାନେ ନଏଡା ଗାଜିଆବାଦ...

ନିୟନ୍ତ୍ରଣ ରେଖାରେ ବଢ଼ିଲା ଉତ୍ତେଜନା: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶନିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲାର ଶାହପୁର ଏବଂ କେର୍ନି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ପୂର୍ବାହ୍ନ ୯ଟା...

ଯମୁନା ଏକ୍ସପ୍ରେସ୍‌ଓ୍ବେ ପାଲଟିଛି ମରଣ ଯନ୍ତା: ୭ ବର୍ଷରେ ନେଲାଣି ୮ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ୍‌୍‌ଓ୍ବେ ମରଣ ଯନ୍ତା ପାଲଟିଛି। ୧୬୫ କିମି ଦୀର୍ଘ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗତ ୭ ବର୍ଷ ମଧ୍ୟରେ ୮୨୨ ଜଣଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିବା ସୂଚନା ଅଧିକାର ରିପୋର୍ଟରୁ...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ ବୋଲି ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି। ଔରଙ୍ଗାବାଦରେ...

ସୋମବାରରୁ ଅଯୋଧ୍ୟା ଶୁଣାଣି ଅଧିକ ଘଣ୍ଟାଏ

ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri