ଜାତୀୟ

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ। ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ...

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ...

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ ଉକ୍ତ ଜମି ଲିଜ୍‌ ସୂତ୍ରରେ ଦେଇଥିବା ଜଣାପଡ଼ିଛି। ଗୁଜରାଟ ସୀମାର ସାର୍‌ କ୍ରିକ୍‌...

କର୍‌ତାରପୁର କରିଡର:ଫି ଆଦାୟ ନ କରିବାକୁ ପାକ୍‌କୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୮-୧୦(ପି.ଟି.): କର୍‌ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଖୁବ୍‌ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ନୂଆଦିଲ୍ଲୀ ଆଶାବ୍ୟକ୍ତ କରିଛି। ଏହାସହ କର୍‌ତାରପୁରକୁ ଯିବାକୁ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏ ଫି ଆଦାୟ ନ କରିବାକୁ...

ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ପାକିସ୍ତାନୀ ବାୟୁସେନା ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ଅଟକାଇଥିଲା ବୋଲି...

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଇନୋଭେଶନ ଇଣ୍ଡେକ୍ସ:ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୮-୧୦:ରାଜ୍ୟଗୁଡ଼ିକର ଇନୋଭେଶନ ସାମର୍ଥ୍ୟ ଓ ପ୍ରଦର୍ଶନକୁ ତଉଲିବା ଲାଗି ନୀତି ଆୟୋଗ ପକ୍ଷରୁ ଗୁରୁବାର ପ୍ରଥମ ଥର ଭାରତର ନବପ୍ରବର୍ତ୍ତନ ସୂଚକାଙ୍କ (ଇନୋଭେଶନ ଇଣ୍ଡେକ୍ସ) ପ୍ରକାଶ ପାଇଛି। ବୃହତ୍‌ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ଏହି ରାଜ୍ୟକୁ...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍‌ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ଥାଏ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ...

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା ପୋଲିସ। ଏହି ଶୁଆଗୁଡିକୁ ବିଦେଶ ଚୋରାଚାଲାଣ କରାଯାଉଥିବାବେଳେ ଧରାଯାଇଥିଲା। ଉଜବେକିସ୍ତାନର ରଖମତ ଜୋନୋବ...

ରାହୁଲଙ୍କୁ ଟାର୍ଗେଟ କଲେ ରାଜନାଥ: ଶସ୍ତ୍ରରେ ଓଁ ନ ଲେଖି କ’ଣ ଲେଖିଥାନ୍ତି?

ନୂଆଦିଲ୍ଲୀ, ୧୭।୧୦:ରାଫାଲ ବିମାନ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣାର ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ଅବସରରେ ରାଜନାଥ କହିଛନ୍ତି ଯେ,...

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ ଥିବା ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ...

କଶ୍ମୀର ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌: କାରବାର ବନ୍ଦ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଚଳିତ ଋତୁରେ ସେଓ କାରବାରରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ସେଓ ବ୍ୟବସାୟ ଜଡ଼ିତ ଥିବା ଲୋକଙ୍କୁ ପାକିସ୍ତାନ ଇସାରାରେ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଛନ୍ତି। ସମ୍ପ୍ରତି କଠୁଆ ଜିଲାରୁ ଆସିଥିବା ସେଓ ପେଟିରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri