ଜାତୀୟ

୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ ୭୩ କୋଟି ୧୯ ଲକ୍ଷ ଟଙ୍କାର ଭୂତଳ ଚୋରି କରିଥିବା ପୋଲିସ ସୂଚନା...

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍‌ବାଲ୍‌ ଅନସାରୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍‌କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ ଲୋକଙ୍କ ବିକାଶ ହେବାର ସମ୍ଭାବନା ରହିବ ବୋଲି ଏହି ମାମଲାରେ ଜଡ଼ିତ ଥିବା...

ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍‌ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ସୂଚନା ଦେଇଛନ୍ତି। ଭାରତରେ ମୁସଲମାନ ଶାସକଙ୍କ ଦ୍ୱାରା...

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମଧ୍ୟରେ ସାଭରକରଙ୍କ ନାଁ ଥିଲା: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା। ଆଉ ଏଥିରେ କୁହାଯାଇଥିଲା କି ମହାରାଷ୍ଟ୍ରରେ ଯଦି ଭାଜପା ଶାସନ କ୍ଷମତାକୁ ଆସେ ତେବେ ଭାରତ ରତ୍ନ...

ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା ଆସନ ମଧ୍ୟରୁ ୧୬୪ରେ ଭାଜପା ପ୍ରାର୍ଥୀ ଦେଇଥିବାବେଳେ ୧୨୪ ଆସନରେ ଶିବସେନା ପ୍ରାର୍ଥୀ...

ରାଜଧାନୀରେ ଲୋକେ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ,୧୭।୧୦: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏବେଠାରୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଥିବା ଅଭିଯୋଗ ଆସିଲାଣି। ଆଗକୁ ଏହା ଆହୁରି ବଢିବ ବୋଲି କୁହାଯାଇଛି। ସେଥିପାଇଁ ଦିଲ୍ଲୀ ସରକାରଙ୍କ...

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ...

ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍‌ଡିଏ: ଶାହ

ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଏବେ ସ୍ପଷ୍ଟ...

ବଢ଼ିଲା ଭାରତର ଚିନ୍ତା: ଗୁଜରାଟ ସୀମାରେ ପାକିସ୍ତାନ ଚାଇନାକୁ ଦେଲା ୫୫ ବର୍ଗ କିମି ଜମି

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ସୀମାରେ ଭାରେତ ପାଇଁ ପାକିସ୍ତାନ ବିପଦ ସୃଷ୍ଟି କରିଛି। ଏଠାରେ ଥିବା ହରାମିନାଳେ ନିକଟରେ ୫୫ ବର୍ଗ କିମି ଜମି ପାକିସ୍ତାନ ଚାଇନାକୁ ଦେଇଛି। ଏହାଦ୍ୱାରା ଭାରତର କେତେକ ଗତିବିଧି ଉପରେ ଚାଇନା ରଖିପାରିବାର ଆଶଙ୍କା ଦେଖାଦେଇଛି।...

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରଖିବା ଲାଗି ଏଫ୍‌ଏଟିଏଫ୍‌( ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ...

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ଉକ୍ତ ଆଦିବାସୀ ନାବାଳିକାଙ୍କୁ କିଣିଥିବା ଅସ୍‌ଓ୍ବାରାର ୩୫ ବର୍ଷୀୟ ଗୋବିନ୍ଦ...

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାମ ମହମ୍ମଦ ଫାରୁକ୍‌। ସମ୍‌ସାଦ୍‌ ମାର୍କେଟ ନିକଟ ଅଫିସରେ ସେ ଥଇବାବେଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri