ଜାତୀୟ

ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପିଓକେ ପ୍ରସଙ୍ଗରେ ସହାୟତା ଯୋଗାଇବ ଆମେରିକା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୩୧।୮: ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରସଙ୍ଗରେ ଆମେରିକା ଆବଶ୍ୟକ ସହାୟତା କରିବ। ଏନେଇ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ଶନିବାର ଟୁଇଟ୍‌ କରି ଏଭଳି ଦାବି କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସହିତ ଭାରତ...

ପାଣି ଭର୍ତ୍ତି ନାଳରେ ଖସିପଡ଼ିଲା ବସ୍‌: ଗଁ।ଲୋକେ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରତଲାମ ଜିଲାର ଜ୍ୱାରା ତହସିଲର ରିଙ୍ଗନୋଦ ଥାନା ଅନ୍ତର୍ଗତ ରୋଲା ଗଁ। ନିକଟରେ ଶୁକ୍ରବାର ଏକ ଯାତ୍ରାବହୀ ବସ୍‌ ପାଣି ଭର୍ତ୍ତି ଥିବା ଏକ ନାଳକୁ ଖସି ପଡ଼ିଥିଲା। ନାଳରେ ପାଣିର ଗଭୀରତା ଏତେ ଥିଲା ଯେ...

ବିହାରରେ ସ୍ଥାପନ କରାଯିବ ଜେଟଲୀଙ୍କ ପ୍ରତିମୂର୍ତ୍ତି: ନୀତୀଶ

ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଆହୁରି ମଧ୍ୟ କହିଛନ୍ତି ଜେଟଲୀଙ୍କ ଜନ୍ମ ଦିବସକୁ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ...

ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାରେ ରହିଛନ୍ତି। କୃଷି...

ଲାଲୁ ଯାଦବଙ୍କ କିଡ୍‌ନୀ ୩୭ ପ୍ରତିଶତ କାର୍ଯ୍ୟକ୍ଷମ ଥିବା କହିଲେ ଡାକ୍ତର

ପାଟନା,୩୧।୮: ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି ଯେ, ତାଙ୍କର କିଡ୍‌ନୀ ୩୭ ପ୍ରତିଶତ କାମ କରୁଛି। ଏହା ସହିତ ଲାଲୁଙ୍କ...

ଉତ୍ତରାଖଣ୍ଡରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେଲେ ବଡ଼ କ୍ଷତି ସହିବାକୁ ପଡ଼ିବ: ହରିଶ ରାଓ୍ବତ

ଡେରାଡୁନ,୩୧।୮: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟାୟ କ୍ରମେ ମଦ ବିକ୍ରି କରାଯାଉ ବୋଲି ସେ କହିଛନ୍ତି। ଯଦି ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି...

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼କିଲୋ କେଶ

ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ ଖାଉଥିବା ଜଣାପଡ଼ିଛି। ଯୁବତୀଙ୍କ ଖାଇବା ପିଇବା କମିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...

ଏନ୍‌ଆର୍‌ସି ତାଲିକାରୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ସନାଉଲାଙ୍କ ନାମ ପୁଣି ବାଦ ପଡ଼ିଲା

ଗୁଆହାଟୀ,୩୧।୮: ରାଷ୍ଟ୍ରପ୍ରତି ସମ୍ମାନରେ ସମ୍ମାନିତ ଭାରତୀୟ ସେନାର ଅବସରପ୍ରାପ୍ତ ଜୁନିୟର କମିଶନଡ୍‌ ଅଫିସର ମହମ୍ମଦ ସନାଉଲାଙ୍କ ନାମ ସଦ୍ୟ ପ୍ରକାଶିତ ଆସାମ ଏନ୍‌ଆର୍‌ସି ତାଲିକାରେ ନାହିଁ। ପୂର୍ବରୁ ତାଙ୍କ ନାମ ଏଥିରୁ ବାଦ୍‌ ପଡ଼ିଥିଲା। ତାଲିକାରେ ତାଙ୍କ ସ୍ତ୍ରୀଙ୍କ ନାମ...

ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୩୧।୮: ଆସାମର ଏନ୍‌ଆର୍‌ସି ତାଲିକା ଶନିବାର ପ୍ରକାଶ ପାଇବା ପରେ ଭାଜପା ପକ୍ଷରୁ ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଦାବି କରାଯାଇଛି। ଭାଜପା ପକ୍ଷରୁ ମନୋଜ ତିଓ୍ବାରୀ ଏନେଇ ଟୁଇଟ୍‌ କରି ଜଣାଇଛନ୍ତି। ବିଦେଶୀମାନେ ବିନା ଅନୁମତିରେ ଦେଶରେ ବାସ...

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି ଅଙ୍କକଷା।...

୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇ ଯାଇଛି କହି ଅଧା ଦିନ ଛୁଟି ପାଇଁ ଲେଖିଲେ ଦରଖାସ୍ତ: ପ୍ରିନ୍ସିପଲ କଲେ ମଞ୍ଜୁର

କାନପୁର,୩୧।୮: ଉତ୍ତରପ୍ରଦେଶରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ କାନପୁରର ଏକ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଯାଇଥିବା ଦର୍ଶାଇ ପ୍ରିନ୍ସିପଲଙ୍କୁ ଦରଖାସ୍ତ ଲେଖିଛନ୍ତି। ଏଥିପାଇଁ...

ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୮ ଜଣ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri