ଜାତୀୟ

ମା’ ଚାମୁଣ୍ଡାଙ୍କ ଆଖିରୁ ବାହାରୁଛି ଲୁହ: ଭକ୍ତଙ୍କ ଜମୁଛି ଭିଡ

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ନିମଚ ଜିଲାର ବନ୍ୟା ପ୍ରଭାବିତ ଧାନମଣ୍ଡିରେ ଥିବା ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରୁଛି। ଏହାକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। କିଛି ଭକ୍ତ...

ଖରସ୍ରୋତା ନଦୀରେ ଭାସିଗଲେ ବିଏସ୍‌ଏଫ୍‌ ଯବାନ: ଲୋଡ଼ାଗଲା ପାକିସ୍ତାନ ସହାୟତା

ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆର୍ନିଆ ସେକ୍ଟରରେ ଜଣେ ବିଏସ୍‌ଏଫ୍‌ ଯବାନ ଖରସ୍ରୋତା ନଦୀରେ ଭାସିଯାଇଛନ୍ତି। ୫୪ ବର୍ଷ ବୟସ୍କ ବିଏସ୍‌ଏଫ୍‌ ସବ୍‌ ଇନସ୍ପେକ୍ଟର ପରିତୋଷ ମଣ୍ଡଳ ଦୁଇ ସୁରକ୍ଷାକର୍ମୀଙ୍କ ସହିତ ପାଟ୍ରୋଲିଂ କରୁଥିବାବେଳେ ନଦୀରେ ଖସିପଡ଼ିଥିଲେ।...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି  ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ...

ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ

ପଣଜୀ,୨୯।୯: ଦେଶରେ  ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଚେତାବନୀ ପାକିସ୍ତାନକୁ ଦେଇଛନ୍ତି। ପାକିସ୍ତାନ ଭାରତରେ...

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ନବରାତ୍ର ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ଆଗକୁ ଆସୁଥିବା ଗରବା,...

ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କଲେ ଛାତ୍ର

ଫିରୋଜାବାଦ୍‌,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍‌ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କରିଛନ୍ତି। ସେମାନେ ୧୦ ଦିନରେ ଏହାକୁ ତିଆରି କରିଛନ୍ତି। କାର୍ଡରେ ବିଭିନ୍ନ ସାମାଜିକ...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ୧୫ ବର୍ଷ ଧରି...

ପ୍ରବଳ ବର୍ଷା: ୨ ଦିନରେ ଉତ୍ତରପ୍ରଦେଶରେ ୭୯ ମୃତ

ଲକ୍ଷ୍ନୌ,୨୯।୯: ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ଯୋଗୁ ଗତ ୨ ଦିନ ମଧ୍ୟରେ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।...

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼ ପାଦଦେଶରେ ଥିବା ଥୋବ୍‌ଓ୍ବାରା ସରକାରୀ ମାଧ୍ୟମ ସ୍କୁଲରେ ଏଭଳି ଅଘଟଣ ଘଟିଥିବା ପୋଲିସ...

ଚାଇନାର ‘କଶ୍ମୀର’ ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୯ା୯(ପି.ଟି.): ଜାତିସଂଘରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି। ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେଇ ଚାଇନା କହିଥିଲା, ଜାତିସଂଘ ନିୟମାବଳୀ, ସୁରକ୍ଷା ପରିଷଦର ସଂକଳ୍ପନାମା ଓ ଦ୍ୱିପାକ୍ଷିକ ଚୁକ୍ତିନାମା ଆଧାରରେ ଏହି ବିବାଦର ଶାନ୍ତିପୂର୍ଣ୍ଣ ଓ...

ବିହାର କୋର୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ମାମଲା

ପାଟନା,୨୯ା୯ (ଆଇଏଏନ୍‌ଏସ୍‌): ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତିସଂଘରେ ଇମ୍ରାନ ଭାରତକୁ ଆଣବିକ ଯୁଦ୍ଧ ଧମକ ଦେବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଏହା ବିରୋଧରେ...

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇକୁ କେନ୍ଦ୍ରର ଅନୁମତି; ୪ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିବ

ନୂଆଦିଲ୍ଲୀ,୨୯ା୯: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ନୀତି ଆୟୋଗର ପୂର୍ବତନ ସିଇଓଙ୍କ ସମେତ ୪ ବରିଷ୍ଠ ପୂର୍ବତନ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ସିବିଆଇକୁ ସରକାର ଅନୁମତି ଦେଇଛନ୍ତି। ୨୦୦୭ରେ ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ଲାଗି ଅନୁମତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri