ଜାତୀୟ

ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା

ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ ଥିବା ଫୁଟ୍‌ପାଥ ଉପରେ ବସି ପାଠ ପଢୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।...

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ...

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି। ଆଗାମୀ ନିର୍ବାଚନରେ ଏମାନେ ଏକାଠି...

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ ଅଖିଳେଶ ଖୋଲାଖୋଲି ଭାବେ କହିଛନ୍ତି କି ଦଳର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ...

ଉତ୍ତରାଖଣ୍ଡରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କଲେ ସେନାମୁଖ୍ୟ

ଉତ୍ତରକାଶୀ,୨୦।୯: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର ଉତ୍ତରାଖଣ୍ଡ ଉତ୍ତରକାଶୀର ଥାଥି ଗାଁ ଗସ୍ତ କରିଥିଲେ। ସେଠାରେ ଥିବା ତାଙ୍କ ବନ୍ଧୁ ଘରକୁ ସେ ଯାଇଥିଲେ ଓ ସାଙ୍ଗରେ କିଛି ଉପହାର ମଧ୍ୟ ନେଇଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ଗୌରଜ୍ୟା ମା’ଙ୍କ ପୂଜା ଉତ୍ସବରେ ଭାଗ ନେଉଥିବା ମାନସିକଧାରୀମାନେ...

୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍‌ଆଇଆର୍‌ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲା କୋତଓ୍ବାଲି ଥାନାରେ। ଇତିମଧ୍ୟରେ ୪ଦିନ ବିତିଗଲାଣି।...

ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଜେଇ

ମିରଟ,୨୦।୯: ଉତ୍ତର ପ୍ରଦେଶର ମିରଟରେ ଜଣେ ଜେଇ ଥାନାର ବିଜୁଳି କାଟିଦେବା ଖବର ଏବେ ଆସିଛି ଚର୍ଚ୍ଚାକୁ। ଜେଇ ସୋମପ୍ରକାଶ ଗର୍ଗ ବିନା ହେଲମେଟ୍‌ରେ ଗାଡ଼ି ଚାଳାଇ ଯାଉଥିଲେ। ଏହି ସମୟରେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଟ୍ରାଫିକ୍‌...

ନିଜର ଦୋଷ ସ୍ବୀକାର କଲେ ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,୨୦।୯: ଶାହାଜାହାନପୁରରେ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଶୁକ୍ରବାର ସ୍ବାମୀ ଚନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ଏହାପରେ ଚିନ୍ମୟାନନ୍ଦ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡିଛି। ତେବେ ଭାଇରାଲ ଭିଡିଓର ସତ୍ୟତା ରହିଥିବା ଓ ସେ ଉକ୍ତ...

ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ। ତେବେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଯେଉଁ ବିମାନ ଆକ୍ରମଣ...

ବେକାରୀ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୦।୯: କର୍ନାଟକରେ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ଦ୍ୱାରା ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରମାନେ ବସ୍‌ ଷ୍ଟାଣ୍ଡରେ ଫଳ ବିକିବା ସହ ଜୋତା ପଲିସ୍‌ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ଓ...

ଗୋଟିଏ ଲଟେରୀ ଟିକେଟ ଚମକାଇଲା ୬ଜଣଙ୍କ ଭାଗ୍ୟ

ଥିରୁଭାନନ୍ତପୁରମ୍‌,୨୦।୯: ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି। ପୁରସ୍କାରରେ ଜିତିଛନ୍ତି ଏମାନେ ୧୨ କୋଟି ଟଙ୍କା। ଏହି ଘଟଣା ଦେଖିବାକୁ ମିଳିଛି କେରଳର କୋରୁଙ୍ଗାପାଲୀରେ। ଗୁରୁବାର ଓନାମ୍‌ ବମ୍ପର ଲଟେରୀର ଘୋଷଣା କରାଯାଇଥିଲା। ଲଟେରୀର ପ୍ରଥମ ପୁରସ୍କାର ରାଶିରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri