ଜାତୀୟ

ଏଠି ହିନ୍ଦୁ ମୁସ୍‌ଲିମ ମିଶି ତିଆରି କରିବେ ଗୋ-ଚିକିତ୍ସାଳୟ

ଖଣ୍ଡଓ୍ବା,୨୦।୯: ହିନ୍ଦୁ-ମୁସଲମାନଙ୍କୁ ନେଇ ରାଜନୀତି ଚାଲିଥିବା ବେଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଦେଖିବାକୁ ମିଳିବ ଏହାର ଏକ ଭିନ୍ନ ଉଦାହରଣ। ଏଠାରେ ଏମାନେ ଏକାଠି ମିଶି ଏକ ଗୋ-ଚିକିତ୍ସାଳୟ ପ୍ରତିଷ୍ଠା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏମାନେ ଏହି ଚିକିତ୍ସାଳକୁ ଆଧୁନିକ...

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେନସେକ୍ସ ଉଠିଲା

ନୂଆଦିଲ୍ଲୀ,୨୦।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର କର୍ପୋରେଟ୍‌ ଟ୍ୟାକ୍ସ କମାଇବା ପରେ ସେନସେକ୍ସ ଅଚାନକ ଉପରକୁ ଉଠିଛି। ଘୋଷଣାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ୧୯୦୦ ପଏଣ୍ଟ ବୃଦ୍ଧି ଘଟି ୩୭,୫୦୦ ସ୍ତର ଅତିକ୍ରମ କରିଛି। ସେହିପରି ନିଫଟି ୫୦୦...

ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି କରିବା ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମାଇଛନ୍ତି। ଏନେଇ ଅଧ୍ୟାଦେଶ ପାସ୍‌ ହୋଇଯାଇଛି ବୋଲି...

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ଶାହଜହାନପୁର,୨୦।୯: ଶେଷରେ ବଳାତ୍କାର ମାମଲାରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗିରଫ ହୋଇଛନ୍ତି। ଏବେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି। ସ୍ବାମୀଙ୍କ ନାଁରେ ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର...

ଝାଡ଼ଖଣ୍ଡ ସରକାରଙ୍କ ପୋଲ୍‌ ଖୋଲିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ

ରାଞ୍ଚି,୨୦।୯: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ରାଜ୍ୟରେ ପୁଣିଥରେ ଶାସନ ମଙ୍ଗ ଧରିବାକୁ ସଜବାଜ ହେଉଛି ଭାରତୀୟ ଜନତା ପାର୍ଟି। କିନ୍ତୁ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପୋଲ୍‌ ଖୋଲିଛନ୍ତି ଭାରତୀୟ କ୍ରିକେଟ...

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଡକାଇ ଥିବା ଏକ ବୈଠକ ଅବସରରେ ଏଭଳି...

ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି: ୫ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ

ପୁନେ,୨୦।୯: ଆସନ୍ତା ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ଲୋକ ସଭା ନିର୍ବାଚନ ପରାଜୟକୁ ଭୁଲି ମହାରାଷ୍ଟ୍ର ଗଡ ଜିଣିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ଦଳର ୫...

ମହାରାଷ୍ଟ୍ରରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ମୋଦି

ନାଶିକ୍‌,୨୦-୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସେଠାରେ ଭାଜପା ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ପାଇଁ ମୋଦି ତାଙ୍କ ଉପରେ...

ରାକେଶ ଭଦୌରିଆ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.): ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ହାଲୁକା ଲଢ଼ୁଆ ବିମାନ ତେଜସ୍‌ର ପରୀକ୍ଷାମୂଳକ ଉଡାଣ ସହ ସମ୍ପୃକ୍ତ ଥିବା ରାକେଶଙ୍କର ୨୬ଟି ଲଢ଼ୁଆ ବିମାନ ଓ ପରିବହନ...

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ କଳାପତାକା ଦେଖାଇ ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଜଗଦୀପ...

ପାକିସ୍ତାନ ବିଛାଇଛି କୁହୁକ ଜାଲ

ନୂଆଦିଲ୍ଲୀ,୨୦-୯(ଆଇଏଏନ୍‌ଏସ୍‌):ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି। ରାଜଧାନୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri