ଜାତୀୟ

କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର: ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ଏହାର ଦାମ ୧୯୯ଟଙ୍କା ରଖାଯାଇଛି। ଏହା ଗ୍ରାମୀଣ ମହିଳାଙ୍କ ପାଇଁ ବେଶ୍‌ ଉପଯୋଗ...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ଓ୍ବାର୍ଡକୁ ଅଣାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୮ରେ ପୀଡିତା,...

ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର

ବାରାଣସୀ,୧।୯: କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଦେଖିବାକୁ ମିଳିଛି ଏହି...

ଭାଜପା ଏମ୍‌ପିଙ୍କ ଗାଡ଼ି ଭାଙ୍ଗିଲେ ଟିଏମ୍‌ସି କର୍ମୀ

କୋଲକାତା,୧।୯: ପଶ୍ଚିମବଙ୍ଗର ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଗାଡ଼ିକୁ ରବିବାର କେତେଜଣ ଟିଏମ୍‌ସି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଉତ୍ତର ୨୪ ପ୍ରଗଣାର ଶ୍ୟାମନଗର ରେଲଓ୍ବେ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଅର୍ଜୁନ ସିଂ...

ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିବ ଜରିମନା

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶରେ ସେପ୍ଟେମ୍ବର ପହିଲା ଅର୍ଥାତ୍‌ ରବିବାରଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଯଦି କୌଣସି ସ୍ଥାନରେ ୫୦ ମାଇକ୍ରନରୁ କମ୍‌ ଥିବା ପ୍ଲାଷ୍ଟିକ ବ୍ୟବହାର ହେଉଥିବା ନଜରକୁ ଆସିବ ତେବେ ଏଥିପାଇଁ ସେହି ଅଞ୍ଚଳର...

ବିବାହ ଭୋଜିରେ ମିଳିଲାନି ନିମନ୍ତ୍ରଣ: ଆଦିବାସୀ ପରିବାରଙ୍କୁ ବାସନ୍ଦ କଲେ ଗ୍ରାମବାସୀ

ଜବଲପୁର,୧।୯: ମଧ୍ୟପ୍ରଦେଶ ଚରଗଓ୍ବାଁ ନିକଟରେ ଥିବା ସିଙ୍ଗୋରି ଜମୁନିୟାରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁରେ ବାସ କରୁଥିବା ଏକ ଆଦିବାସୀ ପରିବାର ଗାଁର କିଛି ଲୋକଙ୍କୁ ବିବାହ ଭୋଜି ପାଇଁ ନିମନ୍ତ୍ରଣ କରିଥିବାବେଳେ ଅନ୍ୟ କେତେକଙ୍କୁ ନିମନ୍ତ୍ରଣ କରି...

ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶିବରାଜ

ନୂଆଦିଲ୍ଲୀ,୧।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା...

ନୂଆ ଆଇଭିଏଫ୍‌ ଜ୍ଞାନକୌଶଳରେ କେବଳ ଗାଈ ହେବେ ଜନ୍ମ; କ୍ଷୀର ଦେବେ ୨୦ ଲିଟର: ଗିରିରାଜ ସିଂ

ନୂଆଦିଲ୍ଲୀ,୧।୯: ନୂଆ ଆଇଭିଏଫ୍‌ ଜ୍ଞାନକୌଶଳ ବ୍ୟବହାର କରି ଭାଜପା ସରକାର ଦେଶରେ ଗାଈ କାରଖାନା ତିଆରି କରିବେ। ଏହି ଜ୍ଞାନକୌଶଳରେ କେବଳ ଗାଈ ଜନ୍ମ ହେବେ। ଏସବୁ ଗାଈ ୨୦ ଲିଟର କ୍ଷୀର ଦେବେ ବୋଲି ପଶୁପାଳନମନ୍ତ୍ରୀ ଗିରିରାଜ ସିଂ...

ଜେଲ୍‌ ଭିତରେ କେକ୍‌ କାଟି ଜନ୍ମଦିନ ପାଳିଲେ ଅପରାଧୀ: ଭିଡିଓ ଭାଇରାଲ

ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍‌ରେ ଜଣେ ଅପରାଧୀ ଜେଲ୍‌ ଭିତରେ କେକ୍‌ କାଟି ନିଜ ଜନ୍ମଦିନ ପାଳିବାର ଏକ ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଛି।...

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ରବିବାର ପାଞ୍ଚ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତିି। କେତେକ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ଏପରି କରାଯାଇଥିବା ଆଲୋଚନା ହେଉଛି। ତେବେ ହିମାଚଳର ରାଜ୍ୟପାଳ ଥିବା କଲରାଜ ମିଶ୍ରଙ୍କୁ ଏବେ ରାଜସ୍ଥାନର ରାଜ୍ୟପାଳ ଭାବେ...

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ...

ସରକାର ଯେଉଁ କାର୍ଯ୍ୟରେ ହାତ ଦେଉଛନ୍ତି ତାହାର ହେଉଛି ସତ୍ୟାନାଶ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାରଙ୍କୁ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସମାଲୋଚନା କରିଛନ୍ତି। ନୀତୀନ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି। ସେ କହିଛନ୍ତି ସରକାର ଯେଉଁ କାର୍ଯ୍ୟରେ ହାତ ଦେଉଛନ୍ତି ତାହାର ସତ୍ୟାନାଶ ହେଉଛି। ନାଗପୁରରେ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri