ଜାତୀୟ

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା ବେଳେ ୭ମାସର ଶିଶୁପୁତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର...

ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ

ବେଙ୍ଗାଲୁର୍‌,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍‌. ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ସରକାରଙ୍କ ପକ୍ଷରୁ ଏବେ ନୂଆ ବାଚସ୍ପତି ନିର୍ବାଚନ କରାଯିବ।

ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି: ଅଗଷ୍ଟ ୧୨ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ,୨୯।୭: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ଅଗଷ୍ଟ ୧୨ ରାତି ୯ଟାରେ ହେବ। ଏନେଇ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ...

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌. ରମେଶ କୁମାରଙ୍କ ଦ୍ୱାରା ହୋଇଥିବା ଭଏସ୍‌ ଭୋଟ୍‌ରେ ୟେଦୁରପ୍ପା ପାସ୍‌ ହୋଇଛନ୍ତି। ତେବେ...

ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ

ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ। ସେମାନଙ୍କ ୧୦୫ ଭୋଟକୁ ଆମେ କେବେବି...

ବମ୍ବେ ଆଇଆଇଟି ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ପଶିଲା ବୁଲା ଗାଈ: ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୯।୭: ବମ୍ବେ ଆଇଆଇଟିର ଶ୍ରେଣୀ କକ୍ଷରେ ପାଠପଢ଼ା ଚାଲିଥିବା ସମୟରେ ଏକ ବୁଲା ଗାଈ ହଠାତ୍‌ ପଶିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ...

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର ନାଗରିକ ଇଭାନା ଆଲେନ୍‌ ମିରଟରେ ଦିପକ ଆଲେନଙ୍କୁ ବିବାହ କରିବା ପରଠାରୁ ଏହି...

ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ: କ୍ଷମା ମାଗିଲେ ଆଜମ୍‌ ଖାଁ

ନୂଆଦିଲ୍ଲୀ,୨୯।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁ ଭାଜପା ଏମ୍‌ପି ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତେବେ ସୋମବାର ଲୋକସଭାରେ ଗୃହର ସାଧାରଣ କାର୍ଯ୍ୟ ପୂର୍ବରୁ ଆଜମ୍‌ ଖାଁ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା...

କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ବଳାତ୍କାରୀ ପୀଡ଼ିତା

ଜୟପୁର,୨୯।୭: ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସହରର ବୈଶାଳୀ ନଗର ଥାନାରେ ଏକ ବଳାତ୍କାର ମାମଲାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବଳାତ୍କାରୀ ପୀଡ଼ିତା ଉତ୍ତ୍ୟକ୍ତ ହୋଇପଡ଼ି ନିଜ ଦେହରେ ନିଅଁ। ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସ୍ବାମୀଙ୍କ...

ଭିଡ଼ ହିଂସା: ରକ୍ତରେ ମୋଦିଙ୍କ ପାଖକୁ ଚିଠି ଲେଖିଲେ ୧୦୧ ହିନ୍ଦୁ ମହାସଭା କର୍ମୀ

ଲକ୍ଷ୍ନୌ,୨୯।୭: ଭିଡ଼ ହିଂସା ନେଇ ଫିଲ୍ମ ଦୁନିଆର ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଥିଲେ। ଏହାର ଗୋଟିଏ ଦିନ ପରେ ବଲିଉଡ୍‌ ଦୁଇଫାଳ ହୋଇଥିଲା। ଫିଲ୍ମ ଦୁନିଆର ୬୧ ଜଣ...

କାଉଡି ଯାତ୍ରା ଉପରେ ନଜର ରଖିବାକୁ ଡ୍ରୋନ୍‌ ବ୍ୟବହାର କରୁଛି ଉତ୍ତର ପ୍ରଦେଶ ପୋଲିସ

ଲକ୍ଷ୍ନୌ,୨୯।୭: ଶ୍ରାବଣର କାଉଡି ଯାତ୍ରା ପାଇଁ କାଉଡିଆଙ୍କୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। କାଉଡିଆ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ରହିବାର...

ନିଜ ରାଇଜରେ ବେଘର ଜଙ୍ଗଲ ରାଜା: ୨୦୨୨ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା କରିବାକୁ ୧୩ ଦେଶର ମିଳିତ ପ୍ରୟାସ

ନୂଆଦିଲ୍ଲୀ,୨୯।୭: ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଏହାଦ୍ୱାରା ଜଙ୍ଗଲ ରାଜା ବାଘ ନିଜ ରାଇଜରେ ବି ବେଘର ହେବାରେ ଲାଗିଛି। ଏହାଯୋଗୁ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ପ୍ରତିବର୍ଷ ଜୁଲାଇ ୨୯ରେ ବିଶ୍ୱ ବାଘ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri