ଜାତୀୟ

ମହାଲକ୍ଷ୍ମୀ ଏକ୍ସପ୍ରେସରେ ଜଳବନ୍ଦୀ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ଶନିବାର ହୋଇଥିବା ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ବଦଲାପୁରଠାରୁ ବାନଗନି ଯାଉଥିବା ଟ୍ରାକରେ ପାଣି ଜମା ହୋଇ ଯିବାରୁ ଅଧାବାଟରେ ଅଟକି ଯାଇଥିଲା। ଏଥିରେ ୯ ଜଣ...

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ କମଲନାଥଙ୍କ ଭଣଜା ଫେରାର

ନୂଆଦିଲ୍ଲୀ,୨୭।୭: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଇଡି ସମନ ପଠାଇ ଶନିବାର କାର୍ଯ୍ୟାଳୟକୁ ଡକାଇଥିଲା। ସକାଳେ ରତୁଲ ପହଞ୍ଚିଥିବା ବେଳେ ତାଙ୍କୁ...

କର୍ନାଟକ ବିଧାନସଭା ନିକଟରେ ଜାରି ହେବ ୧୪୪ ଧାରା

ବେଙ୍ଗାଲୁରୁ,୨୭।୭: କର୍ନାଟକ ବିଧାନସଭାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଏବେ ଏଠାରେ ରାଜନୈତିକ ପରିବେଶ ବେଶ୍‌ ସରଗରମ। ତେଣୁ ବିଧାନସଭା ପରିସରରେ ୧୪୪ ଧାରା ଜାରି କରାଯିବ ବୋଲି ଶନିବାର ଘୋଷଣା କରାଯାଇଛି। ବିଧାନସଭାର ୨ କିଲୋମିଟର ମଧ୍ୟରେ ଆସନ୍ତା ୨୯...

କୁଲୁ-ମନାଲିରେ ଭୂସ୍ଖଳନ: ଜାତୀୟ ରାଜପଥ ଜାମ୍‌

ଶିମଲା,୨୭।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମଣ୍ଡି, କୁଲୁ ଓ ମନାଲି ଜାତୀୟ ରାଜପଥ ଅବରୋଧ ହେବା ସହ ହାଇଓ୍ବେର ଦୁଇ ପାର୍ଶ୍ୱରେ ୫-୫ କିଲୋମିଟର ପର୍ଯ୍ୟନ୍ତ ଯାନବାହନ ଅଟକି ରହିଛି।...

ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ: ୧୦ ହଜାର ସୁରକ୍ଷାକର୍ମୀ ଯିବେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୭।୭: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ୨ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ଲାଗି ଅଧିକ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ଏଠାକୁ ପଠାଯିବା...

ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ

ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍‌ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍‌ ଜରିଆରେ ଲୁଟ୍‌ କରୁଥିବା ମାମଲା ସାମ୍ନାକୁ ଆସିଛି। ହରିୟାଣାର ରୋହତକ ଅଞ୍ଚଳରେ ଥିବା ଏମ୍‌ଡି ବିଶ୍ୱବିଦ୍ୟାଳୟର...

୫ ବର୍ଷରେ ଏକ କୋଟିରୁ ଅଧିକ ଗଛ କାଟିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରି ଚାଲିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ କୋଟିରୁ ଅଧିକ ଗଛ କଟାଇଛନ୍ତି। ଏନେଇ ଶନିବାର କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରେଜଓ୍ବାଲା...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା ପରେ, ପରିବାର ଉପରେ ବିପଦ ମାଡ଼ିଆସେ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ...

ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ୍‌,୨୭।୭: ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର କହିଛନ୍ତି। ନିଜର ୫୯ ତମ ଜନ୍ମ ଦିବସ ପାଳନ ଅବସରରେ ସେ ସମବେତ...

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମସ୍ଥାନ ବୁଲିଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୭।୭: ଚତୁର୍ଥ ଥର ଲାଗି କର୍ନାଟକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଲିବାକୁ ଯାଇଛନ୍ତି। ମାଣ୍ଡ୍ୟାର ବୁକାନାକେରେ ପହଞ୍ଚିବା ପରେ...

ବଳାତ୍କାରୀଙ୍କ ଜିଭକୁ କାମୁଡି ଛିଣ୍ଡାଇଲେ ଯୁବତୀ

ଜୟପୁର,୨୭।୭: ରାଜସ୍ଥାନ ଜୟପୁରରୁ ଚିତ୍ରକୁଟ ଯିବାଲାଗି ଜଣେ ୨୧ ବର୍ଷୀୟା ଯୁବତୀ ଓଲା କ୍ୟାବ ବୁକ୍‌ କରିଥିଲେ। ସେ ଟ୍ୟାକ୍ସିରେ ବସିବାକୁ ଯିବା ସମୟରେ ପୁର୍ବରୁ ସେଥିରେ ଡ୍ରାଇଭରଙ୍କ ଜଣେ ସାଙ୍ଗ ବସିଥିବା ବେଳେ ସେ ଯୁବତୀଙ୍କୁ ଏକ ନକଲି...

ସାପ କାମୁଡ଼ିବାରୁ ୨ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ୨ଶିକ୍ଷକ ନିଲମ୍ବିତ

ଜଶପୁର,୨୭।୭: ଛତିଶଗଡ଼ର ଜଶପୁର ଜିଲାର ଏକ ପ୍ରାଥମିକ ସ୍କୁଲରେ ସାପ କାମୁଡ଼ିବାରୁ ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ଜଶପୁର ଜିଲା ବଗିଚା ତହସିଲର ଟଟକେଲା ଗାଁରେ ଶାସକୀୟ ପ୍ରାଥମିକ ବିଦ୍ୟାଳୟରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri