ଜାତୀୟ

ବନ୍ୟାରେ ଦେଖୁ ଦେଖୁ ଭାସିଗଲା ଘର, କିନ୍ତୁ ବଞ୍ଚାଇଲେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ପୁଣେ, ୧୯।୮: ମହାରାଷ୍ଟ୍ରରେ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ପାଖାପାଖି ୫୦୦ ଗ୍ରାମ ପ୍ରଭାବିତ ହୋଇଛି। ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସେଠାରେ ବନ୍ୟା ପ୍ରପୀଡିତଙ୍କ...

ଜମ୍ମୁ-କଶ୍ମୀରରେ ପ୍ରତିବନ୍ଧକ ସତ୍ତ୍ୱେ ଗିଲାନୀଙ୍କ ଇଣ୍ଟରନେଟ୍‌ ଚାଲିଥିଲା: ସନ୍ଦେହ ଘେରରେ ୨ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ

ଶ୍ରୀନଗର, ୧୯।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ରହିବା ସହିତ ମୋବାଇଲ୍‌ ତଥା ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଥିଲା। ତେବେ ଏହି ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟଦ୍‌ ଅଲୀ ଶାହ...

ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ଜନତାଙ୍କ ନିକଟତର ହେବାକୁ ରାହୁଲଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା

ନୂଆଦିଲ୍ଲୀ,୧୯।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ରାହୁଲ ଗାନ୍ଧୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା କରିଛନ୍ତି। ଏହାଦ୍ୱାରା ସେ ଜନତାଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସମ୍ପ୍ରତି କଂଗ୍ରେସ ଦଳ ଲୋକପ୍ରିୟତା ହରାଇ ବସିଥିବାବେଳେ ରାହୁଲଙ୍କ ଏପରି ଉଦ୍ୟମ...

୨୦୧୮-୧୯ରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଛି: ସିସ୍କୋ

ନୂଆଦିଲ୍ଲୀ,୧୯।୮: ଭାରତରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୮-୧୯ରେ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଥିବା ନେଇ ସିସ୍କୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍‌, ବିଭିନ୍ନ ଅର୍ଥସଂସ୍ଥା,...

ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍‌

ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି। ପ୍ରତିଦିନ ଏହାକୁ ସଫା କରାଯିବା ସହ ଷ୍ଟେରିଲାଇଜ୍‌...

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ‘ଏହା...

ଭିଡିଓ ମେସେଜ୍‌ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ

ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ,...

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର କେନ୍ଦ୍ରରେ କ୍ଷମତାରେ ରହିବେ। ସରକାର ଏଭଳି ଏକ...

ଜଗନ୍ନାଥ ମିଶ୍ରଙ୍କ ପରଲୋକରେ ୩ ଦିନ ଶୋକ ଘୋଷଣା କଲେ ନୀତୀଶ

ପାଟନା,୧୯।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାସହ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା ମଧ୍ୟ କରିଛନ୍ତି। ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯିବ ବୋଲି...

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଆରମ୍ଭ ହେବ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଗୋଆ ଅଦାଲତ...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧାରାରେ ଜଣେ ଶିକ୍ଷକ...

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation (ECMO)ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ବରିଷ୍ଠ ନେତା ଏମ୍ସ ପହଞ୍ଚୁଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri