ଜାତୀୟ

୩ହଜାର ୩ଶହ ୫୦ କୋର୍ଟରେ ଲାଗିବ ନ୍ୟାୟିକ ଘଣ୍ଟା: ଖର୍ଚ୍ଚ ହେବ ୪ଶହ ୩୬ କୋଟି

ନୂଆଦିଲ୍ଲୀ,୧୦।୭: ଦେଶର ୩ହଜାର ୩ଶହ ୫୦ କୋର୍ଟରେ ନ୍ୟାୟିକ ଘଣ୍ଟା ଲାଗିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏସମ୍ପର୍କିତ ପ୍ରସ୍ତାବ ୧୫ତମ ଅର୍ଥ କମିଶନଙ୍କ ନିକଟରେ ଦାଖଲ କରାଯାଇଛି। ଏହାଦ୍ୱାରା ଦେଶର ବିଭିନ୍ନ କୋର୍ଟର ତାଲିକା ସୂଚି ଏଲ୍‌ଇଡି...

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ବାଚସ୍ପତି ରମେଶ କୁମାରଙ୍କ ନିଷ୍ପତ୍ତି ଏଥିରେ ନୂଆ ମୋଡ ଆଣିଛି। ଇସ୍ତଫା ପତ୍ର...

୨୬ ଯାତ୍ରୀଙ୍କୁ ବିମାନରୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ କହିଲା ଏୟାର ଫ୍ରାନ୍ସ୍‌

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରୁ ଫ୍ରାନ୍ସ୍‌ ଯାଉଥିବା ଏୟାର ଫ୍ରାନ୍ସ୍‌ର ବିମାନ ଏଫ୍‌-୨୨୫ରୁ ୨୬ଜଣ ଯାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ ବୁଧବାର ସକାଳେ ଅନୁରୋଧ କରାଯାଇଛି। ଯାତ୍ରୀଙ୍କ ଲଗେଜ୍‌ ଅଧିକ ଥିବାରୁ ଏପରି କରାଯାଇଥିବା କୁହାଯାଉଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି...

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ସୂଚନାଯୋଗ୍ୟ, ଅମରୋହା ଜିଲାର ଆଦମପୁର...

କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଜୀବନ ପ୍ରତି ବିପଦ: ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଲେ ଚିଠି

ମୁମ୍ବାଇ,୧୦।୭: କର୍ନାଟକର ୧୦ ବିଦ୍ରୋହୀ ବିଧାୟକ ମୁମ୍ବାଇର ରୋନିସଂସ୍‌ ହୋଟେଲରେ ରହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିବା ନେଇ ସେମାନେ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବିଦ୍ରୋହୀ ବିଧାୟକଙ୍କ ଚିଠି ପୋଲିସ କମିଶନରଙ୍କୁ...

ବିଧାୟକଙ୍କ ବୁଝାଇବା ପାଇଁ ମୁମ୍ବାଇରେ ପହଞ୍ଚିଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ନେଉନି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ଫଳରେ...

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ ଟେକ୍ନିସିଆନ୍‌ ରୋହିତ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ...

୬୮ ବର୍ଷରେ ପାଦଦେଲେ ରାଜନାଥ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ଶାହ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୭: ଭାଜପା ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ୬୮ ବର୍ଷରେ ପାଦଦେଇଛନ୍ତି। ସେ ୧୯୫୧ ଜୁଲାଇ ୧୦ରେ ଉତ୍ତରପ୍ରଦେଶ ଚାନ୍ଦୌଲିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମଦ ନିଶାରେ ହାତରେ ୪ ବନ୍ଧୁକ ଧରି ନାଚିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଡେରାଡୁନ୍‌,୧୦।୭: ଉତ୍ତରାଖଣ୍ଡର ଭାଜପା ବିଧାୟକ କୁଓ୍ବଁର ପ୍ରଣବ ସିଂ ଚମ୍ପିୟନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଦ ନିଶାରେ ଚୁର୍‌ ହୋଇ ପ୍ରଣବ ହାତରେ ୪ଟି ବନ୍ଧୁକ...

ରାହୁଲଙ୍କୁ ପୁଣି ସମନ୍‌

ଅହମଦାବାଦ,୧୦ା୭ (ପି.ଟି.): ଗୁଜରାଟର ଏକ କୋର୍ଟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ପୁଣି ସମନ୍‌ କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ‘ହତ୍ୟା ଅଭିଯୁକ୍ତ’ ବୋଲି କହିବା ପରେ ସ୍ଥାନୀୟ ଜଣେ ଭାଜପା ନେତା ରାହୁଲଙ୍କ ବିରୋଧରେ...

ପୁରୀକୁ ସାଂସ୍କୃତିକ ରାଜଧାନୀ କର: ଅନୁଭବ

ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ସ୍ମରଣ କରାଇ ଦେଇଛନ୍ତି। ଲୋକ ସଭାରେ ମଙ୍ଗଳବାର ସେ...

ତଳ କୋର୍ଟରେ ପଦବୀ ଖାଲି: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୭(ପି.ଟି.): ହାଇକୋର୍ଟଗୁଡ଼ିକରେ କେତେ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ପଦବୀ ଖାଲି ପଡ଼ିଛି ସେନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରିପୋର୍ଟ ମାଗିଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ହାଇକୋର୍ଟ ରେଜିଷ୍ଟ୍ରାର୍‌ ଓ ଆଇନ ସଚିବମାନଙ୍କୁ ଜୁଲାଇ ୩୧ରେ ବ୍ୟକ୍ତିଗତ ଭାବେ ହାଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri