ଜାତୀୟ

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ସାହସିକତାର ନିଷ୍ପତ୍ତି ପାଇଁ ତାଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଛନ୍ତି...

ପ୍ରବଳ ବର୍ଷା: ଜାତୀୟ ରାଜପଥରେ ବଡ଼ ଫାଟ

ବେଙ୍ଗାଲୁରୁ,୬।୮: ପ୍ରବଳ ବର୍ଷାଯୋଗୁ କର୍ନାଟକର କେତେକ ଜିଲାର ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବେଲଗାବି ଜିଲାର ନିପ୍ପାନି ଠାରେ ଥିବା ଜାତୀୟ ରାଜପଥ-୪ରେ ପ୍ରବଳ ବର୍ଷା ଯୋଗୁ ବଡ଼ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରେ ଏହି ଜାତୀୟ...

ଖାଲକୁ ଖସିଲା ସ୍କୁଲ ବସ୍‌: ୭ ମୃତ

ଡେରାଡୁନ,୬।୮: ଉତ୍ତରାଖଣ୍ଡର ଟିହିରି ଗଡଓ୍ବାଲରେ ମଙ୍ଗଳବାର ସକାଳୁ ଏକ ସ୍କୁଲ ଭ୍ୟାନ୍‌ ଖାଲକୁ ଖସି ପଡିବା ଫଳରେ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଆହତ ହୋଇଥିବା ପିଲାମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସକାଳେ...

ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି

ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍‌ ସିଂ ସୂଚନା ମଙ୍ଗଳବାର ଦେଇଛନ୍ତି। ହିଂସାକାଣ୍ଡର ଆଶଙ୍କା କରି ଏହାର ମୁକାବିଲା ପାଇଁ...

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୩୭୦ ଏକ ପୁରୁଣା ପ୍ରସଙ୍ଗ। ସ୍ବାଧୀନତା ପରେ ଅନେକ ସ୍ବାଧୀନତା...

କଶ୍ମୀରୀ ପଣ୍ଡିତଙ୍କ ମାତୃଭୂମିକୁ ଫେରିବାର ବାଟ ଫିଟିଲା

ନୂଆଦିଲ୍ଲୀ ,୬ା୮(ପି.ଟି.): ୧୯୯୦ରୁ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତମାନେ ୩୭୦ ଧାରା ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏବେ ସମ୍ମାନର ସହ ମାତୃଭୂମିକୁ ଫେରିବାର ବାଟ ଫିଟିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ବିଦେଶରେ ରହୁଥିବା ପ୍ରବାସୀ କଶ୍ମୀର ପଣ୍ଡିତମାନେ...

କଶ୍ମୀର ନିଷ୍ପତ୍ତି ନେଇ ଅନ୍ୟ ଦେଶକୁ ଜଣାଇଲା ଭାରତ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ ସମ୍ପର୍କିତ ନିଷ୍ପତ୍ତି ଭାରତ ଜାତିସଂଘ ସୁରକ୍ଷା ପରିଷଦର ୫ ସଦସ୍ୟ ରାଷ୍ଟ୍ର ସମେତ ଅନ୍ୟ ଦେଶର ରାଷ୍ଟ୍ରଦୂତମାନଙ୍କୁ ଜଣାଇଦେଇଛି। ଏହା ଭାରତର ଆଭ୍ୟନ୍ତରୀଣ ନିଷ୍ପତ୍ତି। ଉକ୍ତ ଅଞ୍ଚଳକୁ ଉତ୍ତମ...

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ ପାର୍ଲାମେଣ୍ଟ ଅନୁଚ୍ଛେଦ ୩୭୧ରେ ଅନେକ ନିୟମ ଯୋଡ଼ିବା ସହ ବିଭିନ୍ନ ରାଜ୍ୟକୁ ସ୍ବତନ୍ତ୍ର...

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ ପରିଣତ ହେଲେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ। ଜମ୍ମୁ-କଶ୍ମୀର...

ମୋଦିଙ୍କ ମିଶନ ସଫଳ କରାଇଲେ ଶାହ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଏହାକୁ ଦୁଇଭାଗ କରିବା ଲାଗି ଜୁନ୍‌ ତୃତୀୟ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗଣନା ଆରମ୍ଭ କରିଥିଲେ। ଏଥିପାଇଁ ସେ ପିଏମ୍‌ଓରେ ଯୁଗ୍ମ ସଚିବ ଥିବା ୧୯୮୭ ବ୍ୟାଚ୍‌ର ଛତିଶଗଡ କ୍ୟାଡର...

ଜମ୍ମୁ-କଶ୍ମୀର ହେବ ସର୍ବବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ୍‌କୁ ଅଲଗା କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଭାରତର ସବୁଠାରୁ ବଡ଼ କେନ୍ଦ୍ରଶାସିତ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶବ୍ୟାପୀ ବିପୁଳ ସମର୍ଥନ

ନୂଆଦିଲ୍ଲୀ,୬ା୮(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri