ଜାତୀୟ

ବଡୋଦରାରେ ପ୍ରବଳ ବନ୍ୟା: ଘରେ ପଶିଲା କୁମ୍ଭୀର, ୨୨ଟି ଟ୍ରେନ୍‌ ବାତିଲ୍‌

ବଡୋଦରା, ୨।୮: ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୨ ଘଣ୍ଟା ମଧ୍ୟରେ ରେକର୍ଡ ୫୫୪ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଡୋଦରାରେ ବନ୍ୟା ପାଣି ଲୋକଙ୍କ ଘର ଭିତରେ ପଶିଯାଇଛି।...

କାଶ୍ମୀର ସମସ୍ୟା: ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨।୮: କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଚାହିଁବେ ତେବେ ଆମେରିକା ସହାୟତା ଦେବ ବୋଲି ସେ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ ଚଳିଆସୁଥିବା ତତ୍କାଳ ତିନି ତଲାକ୍‌ ପ୍ରଥା ଉକ୍ତ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ...

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଉକ୍ତ ମାମଲାଗୁଡ଼ିକର ଦୈନନ୍ଦିନ ଶୁଣାଣି ପାଇଁ ଜଣେ ସ୍ବତନ୍ତ୍ର...

ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରୀ:ଶିଶୁଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷାକରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନରେ ସଂଶୋଧନକୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ଗୁରୁବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ଉକ୍ତ ବିଲ୍‌କୁ ସମର୍ଥନ...

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ନିର୍ଦ୍ଦେଶ ଦେବାର ୧୫ ଦିନ ପରେ ପାକିସ୍ତାନ ଏପରି ନିଷ୍ପତ୍ତି...

ଅଯୋଧ୍ୟା ମଧ୍ୟସ୍ଥ କମିଟି ରିପୋର୍ଟ ଦାଖଲ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୨।୮(ପି.ଟି.):ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବ। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନ୍ତରୀଣ ରିପୋର୍ଟ ଜଉମୁଦା ଲଫାପାରେ ଦାଖଲ କରିଥିଲେ। ଶୁକ୍ରବାର ସର୍ବୋଚ୍ଚ...

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କୁ ଓ ତାଙ୍କ ୭ ବର୍ଷର ସାନଭାଇଙ୍କୁ...

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ ସେନ୍‌ଗର ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାୟକଙ୍କ ମଧ୍ୟରୁ ଜଣେ ହୋଇ ରହିଯାଇଥାନ୍ତେ। ପ୍ରଥମେ...

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି॥ ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। -କୋଷ୍ଠ କାଠିନ୍ୟ ହେଉଥିଲେ ନିୟମିତ ପିଜୁଳି ଖାଇଲେ...

ରାମପୁରରେ ୧୪୪ ଧାରା ଜାରି

ଲକ୍ଷ୍ନୌ, ୧।୮: ରାମପୁର ଏମ୍‌ପି ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲା ଆଜମ ଖାନଙ୍କୁ ପୋଲିସ୍‌ ଅଟକ ରଖିବା ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ପକ୍ଷରୁ ଧାରଣା ଦିଆଯାଇଛି। କାଉଡି ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri