ଜାତୀୟ

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି। ଏଥିସହ କାହିଁକି ସେ ଏତେ ଦିନ ନିଖୋଜ ହୋଇଯାଇଥିଲେ ତାର କାରଣ ସର୍ବସମ୍ମୁଖରେ...

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ ଚିଫ୍‌ ମାର୍ଶାଲ୍‌ ଅନୀଲ୍‌ ଟିପନିସ୍‌ ପ୍ରକାଶ କରିଛନ୍ତି। ଏହା ସହିତ ବାଜପେୟୀ ସ୍ଥଳସେନାକୁ...

ହେଲ୍‌ମେଟ୍‌ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା

ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୩୦ଜଣ ବିନା ହେଲ୍‌ମେଟ୍‌ରେ ଧରାପଡ଼ିଛନ୍ତି। ଟ୍ରାଫିକ୍‌ ନିୟମ ଅନୁସାରେ ସେମାନଙ୍କୁ...

୧୩ ବର୍ଷ ପରେ ଖୋଲିଲା ସ୍କୁଲ: ମାଓବାଦୀଙ୍କ ଦ୍ୱାରା ହୋଇଥିଲା ଛାରଖାର

ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ଏହି ସ୍କୁଲକୁ ଖୋଲା ଯାଇଥିବା ସୂଚନା ମିଳିଛି। ୨୦୦୬ରେ ମାଓବାଦୀମାନେ...

ପଞ୍ଚାୟତର ତାଲିବାନୀ ନ୍ୟାୟ: ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇଲେ; ଛେପ ଚାଟିବାକୁ ଦେଲେ ଆଦେଶ

ଭାଗଲପୁର,୨୯।୬: ବିହାର ସୁପୌଲରେ ତ୍ରିବେଣୀଗଞ୍ଜର ଥଲହା ଗାଢ଼ିୟା ଉତ୍ତର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଗାଁ ପଞ୍ଚାୟତ ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇବା ସହିତ ତାଙ୍କୁ ଛେପ ଛାଟିବାକୁ ବାଧ୍ୟ କରାଯାଇଛି। ସ୍ଥାନୀୟ ବଲଜୋରା...

ଡାହାଣୀ ସନ୍ଦେହ: ମା’ ଓ ନାବାଳିକା କନ୍ୟାଙ୍କୁ ଗଳାକାଟି ହତ୍ୟା କଲେ ଗ୍ରାମବାସୀ; ବାପା-ନାବାଳକ ପୁଅ ବହୁ କଷ୍ଟରେ ବର୍ତ୍ତିଲେ

ଜାମସେଦ୍‌ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ ସିଂହଭୂମ ଜିଲାରେ ଘଟିଛି। ଏଠାକାର ମାଓବାଦୀ ପ୍ରବଣ ଅଞ୍ଚଳ ଗୁଦଡ଼ି ଥାନା ଅନ୍ତର୍ଗତ...

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା ଚଣା, ଆଲମଣ୍ଡ, ଓ୍ବାଲନଟ୍‌, ଖଜୁରୀ ଆଦି ଖାଇବେ ଯାହା ସ୍ବାସ୍ଥ୍ୟପକ୍ଷେ ହିତକର। କେନ୍ଦ୍ର...

ଜଳବାହିତ ରୋଗରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କ ମୃତ୍ୟୁ ଘଟୁଛି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ

ନୂଆଦିଲ୍ଲୀ,୨୯।୬: ଜଳବାହିତ ରୋଗରେ ଦେଶରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ ବିଭିନ୍ନ ଜଳବାହିତ ରୋଗରେ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଦିନ ୭ରୁ ଅଧିକ ଜଣଙ୍କର ମୃତ୍ୟୁ...

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିବା ସହ ମୃତଶରୀର ଗୁଡିକୁ ଠାବ କରାଯାଇଥିଲା। ହେଲେ ସେମାନଙ୍କୁ...

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ୨୨ ଫୁଟ ଉଚ୍ଚ କାନ୍ଥ ତଳେ ଚାପି ହେଲେ ୧୭ ଲୋକ

ପୁଣେ,୨୯।୬: ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ପୁଣେର କୋଣ୍ଡଓ୍ବାସ୍ଥିତ ତାଲାବ୍‌ ମସଜିଦ୍‌ ଅଞ୍ଚଳରେ ଏକ ୨୨ପୁଟ ଉଚ୍ଚ କାନ୍ଥ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ କାନ୍ଥ ତଳେ ଚାପି ୧୭...

କଂଗ୍ରେସରେ ଇସ୍ତଫାର ସୁଅ

ନୂଆଦିଲ୍ଲୀ,୨୯ା୬(ପି.ଟି.): କଂଗ୍ରେସ ଏମ୍‌ପି ବିବେକ ତନ୍‌ଖା ଦଳର ଆଇନ ଓ ମାନବାଧିକାର ସେଲ୍‌ ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ସାଧାରଣ ସମ୍ପାଦକ ଦୀପକ ବାବରିଆ (ମଧ୍ୟପ୍ରଦେଶ ପ୍ରଭାରୀ) ଓ ଗୋଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଗିରିଶ...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ ସମୟସୀମା ଆଉ ୬ ମାସ ବଢ଼ାଇବା ପାଇଁ ଶାହ ଆଣିଥିବା ବୈଧାନିକ ପ୍ରସ୍ତାବ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri