ଜାତୀୟ

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ହସ୍ପିଟାଲ ପଛପଟେ ମାନବ କଙ୍କାଳ ମିଳିବା ଆଲୋଚନାର ବିଷୟ ପାଲଟିଛି। ତେବେ ଅପରିଚିତ...

ଲାହୁଲ-ସ୍ପୀତି ହେବ ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା

କେଲାଙ୍ଗ୍‌,୨୨।୬: ହିମାଚଳପ୍ରଦେଶର ଲାହୁଲ-ସ୍ପୀତିକୁ ଖୁବ୍‌ ଶୀଘ୍ର ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା ଭାବେ ଘୋଷଣା କରାଯିବ। ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକ ବୈଠକରେ ଏସଡିଏମ୍‌ ଅମର ନେଗି ଏନେଇ ସୂଚନା...

ବହୁ ପ୍ରତିକ୍ଷା ପରେ ବିହାର ପହଞ୍ଚିଲା ମୌସୁମୀ

ପାଟନା,୨୨।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବିହାରବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ଶୁକ୍ରବାର ସୁଦ୍ଧା ମୌସୁମୀ ବିହାର ଛୁଇଁଥିବା କୁହାଯାଉଛି। ଏହାର ପ୍ରଭାବରେ ଶୁକ୍ରବାର କିଛି ଅଂଶରେ ବର୍ଷା ହୋଇଥିବା ବେଳେ ଆଗାମୀ ୨ ଦିନରେ ସାରା...

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ଡାକ୍ତର

ସାଗର,୨୨।୬: ମଧ୍ୟପ୍ରଦେଶର ସାଗର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି। ଜଣେ ଜୀବିତ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବା ପ୍ରକାଶ।...

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ...

ସିଦ୍ଧୁ କେବେ ରାଜନୀତି ଛାଡିବେ ବୋଲି ଲେଖି ଲଗାଗଲା ପୋଷ୍ଟର

ଲୁଧିଆନା,୨୨।୬: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏବେ ଅଡୁଆରେ ପଡିଯାଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ସେ କହିଥିବା କଥା ଏବେ ତାଙ୍କୁ ବିବାଦକୁ ଟାଣି ନେଇଛି। ସୂଚନାଯୋଗ୍ୟ, ଲୋକ ସଭା...

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୦୦ରୁ ୨୦୧୭ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ୮ଶହ...

ବର୍ଷା ପାଇଁ ଯଜ୍ଞର ଆୟୋଜନ କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୨।୬: ତାମିଲନାଡୁର ଅରୁଲମିଗୁ ଗଙ୍ଗାଦିସ୍ବରର ମନ୍ଦିରରେ ବର୍ଷା ଲାଗି ଏଆଇଏଡିଏମ୍‌କେ ପକ୍ଷରୁ ଏକ ଯଜ୍ଞର ଆୟୋଜନ କରାଯାଇଛି। ରାଜ୍ୟମନ୍ତ୍ରୀ ଜେ. ଜୟକୁମାର କହିଛନ୍ତି ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହେବାରୁ ଏବେ ଆମେ ଈଶ୍ୱରଙ୍କୁ ବର୍ଷା ପାଇଁ ପ୍ରାର୍ଥନା କରୁଛୁ।...

ସରକାରୀ ସ୍କୁଲରେ ଚାଦର ବିଛାଇ ତଳେ ଶୋଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର,୨୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ‘ଭିଲେଜ ଷ୍ଟେ ପ୍ରୋଗ୍ରାମ’ କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର କଲବୁର୍ଗୀ ଜିଲାର ଅଫଜଲପୁର ଅନ୍ତର୍ଗତ ହେରୁର ଗଁ।କୁ ଗସ୍ତ କରିଥିଲେ। ଗସ୍ତ ସମୟରେ ସେହି ଗଁ।ରେ ବର୍ଷା ହେବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା। ଏଭଳି...

ହସ୍ପିଟାଲରେ କମଲ ନାଥ

ଭୋପାଳ,୨୨।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶନିବାର ସକାଳେ ହମିଦିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା। ସେଠାରେ ତାଙ୍କ ଆଙ୍ଗୁଳିର ଏକ ଅପରେଶନ କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଠିକ୍‌...

୨୦୨୩ ସୁଦ୍ଧା ଜେୱର ଏୟାର ପୋର୍ଟ ହୋଇପାରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାରପୋର୍ଟ

ନୂଆଦିଲ୍ଲୀ,୨୨।୩: ଯୋଜନା ମୁତାବକ ଯଦି କାମ କରାଯାଏ ତେବେ ୨୦୨୩ ସୁଦ୍ଧା ଅର୍ଥାତ୍‌ ୪ ବର୍ଷ ପରେ ଉତ୍ତର ପ୍ରଦେଶରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାର ପୋର୍ଟ ଦୃଶ୍ୟମାନ ହେବ। ଏହା ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧୀ ଇଣ୍ଟନ୍ୟାଶନାଲ ଏୟାରପୋର୍ଟଠାରୁ...

ଋଣ ବୋଝ: ୪ ବର୍ଷରେ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛନ୍ତି ୧୨ ହଜାର ଚାଷୀ

ମୁମ୍ବାଇ,୨୨।୬: ଋଣ ବୋଝ ସହି ନ ପାରି ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୪ ବର୍ଷରେ ରାଜ୍ୟରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏନେଇ ମନ୍ତ୍ରୀ ସୁଭାଷ ଦେଶମୁଖ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୫ରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri