ଜାତୀୟ

ଜାମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀରର ପୁଲଓ୍ବମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍‌ୟରେ ଲଢେଇ ଜାରି ରହିଛି। ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ହିଜବୁଲ ମୁଜାହିଦ୍ଦିନର ଡେପୁଟୀ ଚିଫ୍‌ଙ୍କୁ ମଧ୍ୟ ଘେରିବାରେ ସଫଳ ହୋଇଛି ପୋଲିସ।...

ଜମ୍ମୁ-କଶ୍ମୀରରେ ବ୍ରେକ୍‌ ଫେଲ୍‌ ହେବାରୁ ଓଲଟିଲା ବସ୍‌

ଶ୍ରୀନଗର,୧୪।୬: ଜମ୍ମୁ କଶ୍ମୀର କିସ୍ତଓ୍ବାରରେ ଶୁକ୍ରବାର ସକାଳେ ବସ୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଯବାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏକ ଘରୋଇ ବସ୍‌ ମନପ୍ରୀତ୍‌ ଟ୍ରାଭେଲରେ ୪୨ ଜଣ ଯାତ୍ରୀ...

ଛତିଶଗଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୧୪।୬: ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ୨ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଟାଡୋକି ଥାନା ଅନ୍ତର୍ଗତ ମୁରନାର ଗଁାରେ ମାଓବାଦୀ ଲୁଚି ରହିଥିବା ଖବରପାଇ...

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍‌ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା...

କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ ଦେଇଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର...

ନିଖୋଜ ବାୟୁସେନା ବିମାନର ବ୍ଲାକ୍‌ବକ୍ସ ମିଳିଲା:ସମସ୍ତ ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ,୧୪ା୬:ନିଖୋଜ ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଅରୁଣାଚଳର ଏକ ଘଞ୍ଚ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳରୁ ମିଳିଛି। ତେବେ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତିି। ବାୟୁସେନା ପକ୍ଷରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିମାନଟି ପିଟିହେବା ପରେ...

ଟିକ୍‌ଟକ୍‌ ପାଇଁ ଆତ୍ମହତ୍ୟା କଲେ ୨ ସନ୍ତାନର ମାଆ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଟିକ୍‌ଟକ୍‌ ପାଇଁ ତାମିଲନାଡୁର ୨ ସନ୍ତାନର ଜନନୀ ଜଣେ ୨୪ ବର୍ଷୀୟା ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଅନୀତା ନାମ୍ନୀ ଏହି ମହିଳା ଟିକ୍‌ଟକ୍‌ରେ ଭିଡିଓ ପ୍ରସ୍ତୁତିରେ ବ୍ୟସ୍ତ ରହୁଥିବାବେଳେ ତାଙ୍କ ସ୍ବାମୀ ଏହାକୁ...

ସ୍ପେସ୍‌ ଷ୍ଟେଶନ ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ଭାରତ ୨୦୩୦ ସୁଦ୍ଧା ନିଜସ୍ବ ସ୍ପେସ୍‌ ଷ୍ଟେଶନ ଲଞ୍ଚ୍‌ କରିବାକୁ ଯୋଜନା କରିଥିବା ଇସ୍ରୋ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌)ର ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ କରିଛନ୍ତି। ଉକ୍ତ ସ୍ପେସ୍‌ ଷ୍ଟେଶନର ଓଜନ ପାଖାପାଖି ୨୦ ଟନ୍‌ ହେବ ବୋଲି...

ଅବସର ନେବେ ୯ ରାଜ୍ୟପାଳ

ନୂଆଦିଲ୍ଲୀ,୧୪ା୬: ଆଗାମୀ ୩ ମାସ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଓ ଉତ୍ତରପ୍ରଦେଶ ସମେତ ୯ ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ କେନ୍ଦ୍ର ସରକାର ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ, ଉମା ଭାରତୀ ଓ ଲୋକ ସଭାର...

ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଡାକ୍ତର ଆନ୍ଦୋଳନରୁ ତେଜିଲା ରାଜନୀତି

କୋଲକାତା,୧୪ା୬( ଆଇଏଏନ୍‌ଏସ୍‌):ପଶ୍ଚିମବଙ୍ଗର ଏକ ସରକାରୀ ହସ୍ପିଟାଲରେ ହିଂସା ପରେ ୩ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ରାଜନୈତିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାଜାର୍ନୀ ଏହାକୁ ଭାଜପା ଏବଂ ବାମଦଳଗୁଡ଼ିକର ଷଡ଼ଯନ୍ତ୍ରର ପରିଣାମ ବୋଲି ଅଭିହିତ କରିଥିବାବେଳେ ଗୈରିକ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବାୟୁସେନା ବିମାନର ମିଳିଲା ବ୍ଲାକ୍‌ ବକ୍ସ

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର...

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ ତପସ୍ୟା କରୁଥିବା ଦେଖାଯାଇଛି। ଖୋଲା ଆକାଶ ତଳେ ଚାରିପଟେ ନିଆଁ ଜାଳି ସାଧୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri