ଜାତୀୟ

ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହାସହ ଯବାନଙ୍କ ସ୍ମୃତିରେ ଏକ ସଡ଼କର ନାମକରଣ...

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ ଅନେକ ଶିଶୁ ହସ୍ବିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ...

କେନ୍ଦ୍ରୀୟ ରାଜନୀତିରେ ଶିବରାଜଙ୍କ ଏଣ୍ଟ୍ରି: ମିଳିପାରେ ଗୁରୁ ଦାୟିତ୍ୱ !

ନୂଆଦିଲ୍ଲୀ,୧୩।୬: କେନ୍ଦ୍ରୀୟ ରାଜନୀତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଏଣ୍ଟ୍ରି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଗୁରୁଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କୁ ସଦସ୍ୟତା ଅଭିଯାନ...

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମମତା ଗୁରୁବାର ଏସ୍‌ଏସ୍‌କେଏମ୍‌ ସରକାରୀ ହସ୍ପିଟାଲରେ ପହଞ୍ଚିବା...

୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍‌ ପାଇ

ଓ୍ବାଶିଂଟନ୍‌,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବାର ଆଶା ରହିଛି। ଏନେଇ ବରିଷ୍ଠ ଭାରତ-ଆମେରିକା ଅଧିକାରୀ...

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ ମହାବଳିପୁରମ ରୋଡରେ ଥିବାର କିଛି ଆଇଟି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିନ୍ତୁ ଏହାକୁ ଖାରଜ କରିଦେଇଥିଲା।...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌) ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏସବୁ ଲୋକ...

ପୁଅର ସ୍କୁଲ ଫି’ ଦେଇ ନ ପାରିବାରୁ ପରିବାର ଲୋକଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୩।୬: ତାମିଲନାଡୁର ନାଗପଟ୍ଟନମ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲିପାୟମ ଇଲାକାରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ୧୧ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ସ୍କୁଲ ଫି’ ଦେବା ଅସମର୍ଥ ଥିବାରୁ ଦମ୍ପତ୍ତି ନିଜ ପୁଅ...

ରାସ୍ତାରେ ଜମା ହୋଇଥିବା ମଇଳା ସଫା କଲେ ରାଜ୍ୟପାଳ

ଭୋପାଳ,୧୩।୬: ହିଲ୍‌ ଷ୍ଟେଶନ୍‌ ପଞ୍ଚମାଢ଼ି ଗସ୍ତରେ ଆସିଥିବା ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ରାସ୍ତାରେ ଜମା ହୋଇଥିବା ମଇଳା ସଫା କରିଛନ୍ତି। ରାଜ୍ୟପାଳଙ୍କ ଗାଡ଼ି ହଠାତ୍‌ ଅଟକି ଯିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେ ହାତରେ ଝାଡୁ ଧରି ରାସ୍ତାରେ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନ ନିକଟରେ ପହଞ୍ଚିଲେ ବାୟୁସେନା ଟିମ୍‌

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର...

ସ୍ବାଧୀନତାର ୭୨ ବର୍ଷ ପରେ ବି ତ୍ରିଶୁଳି ଗାଁରେ ପହଞ୍ଚିନି ବିଦ୍ୟୁତ୍‌ ଆଲୋକ

ରାୟପୁର,୧୩।୬: ଦେଶ ସ୍ବାଧୀନ ହେବାର ୭୨ ବର୍ଷ ବିତିଯାଇଛି। ଇତିମଧ୍ୟରେ ଦେଶରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଜାରି ରହିଛି। ତେବେ ଏବେ ବି ଛତିଶଗଡ଼ର ବଳରାମପୁର ଜିଲା ଅନ୍ତର୍ଗତ ତ୍ରିଶୁଳି ଗାଁରେ ପହଞ୍ଚିପାରିନି ବିଦ୍ୟୁତ୍‌ ଆଲୋକ। ଗାଁରେ ବାସ କରୁଥିବା ଶହେରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri