ଜାତୀୟ

ମଦ୍ରାସାର ଗୋଟିଏ ଘରେ ହେଉଛି ପୂଜା ଓ ନମାଜ ପାଠ

ଅଲୀଗଡ଼,୧୬।୭: ଦେଶରେ ଧର୍ମ ଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ଅଲୀଗଡ଼ର ଏକ ମଦ୍ରାସା ଭାରତ ସମେତ ସମଗ୍ର ପୃଥିବୀ ପାଇଁ ଏକ ନିଆରା ଉଦାହରଣ ପାଲଟିଛି। ଅଲୀଗଡ଼ ଜିଲାରେ ଥିବା ଚାଚା ନେହେରୁ ମଦ୍ରାସାରେ ଉଭୟ...

ଉତ୍ତରାଧିକାରୀ ନିଷ୍ପତ୍ତି ନେବେ ଦଲାଇଲାମା

ଧର୍ମଶାଳା,୧୬ା୭(ଆଇଏଏନ୍‌ଏସ୍‌)-ତିବ୍ବତର ଆଧ୍ୟାତ୍ମିକ ନେତା ଦଲାଇଲାମା ନିଜେ ତାଙ୍କର ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତାଙ୍କର ଉତ୍ତରାଧିକାରୀ ଜଣେ ସୁନ୍ଦରୀ ମହିଳା ହେବ ବୋଲି କିଛିଦିନ ପୂର୍ବେ ମନ୍ତବ୍ୟ ଦେଇ ଦଲାଇଲାମା ବିବାଦ ଘେରକୁ ଆସିଥିଲେ। ପରେ ସେ...

ଆଶାରାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.)-ବଳାତ୍କାର ମାମଲାରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ହାଜର ହୋଇ କହିଥିଲେ, ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ଏବଂ...

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ମିଳିଛି। ଲଞ୍ଚ୍‌ ଭେଇକିଲ୍‌ ସିଷ୍ଟମ୍‌ରେ ତ୍ରୁଟି ସୁଧାର କାର୍ଯ୍ୟ ସମ୍ପନ୍ନ ହେବାପରେ...

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି ପାଇବାରେ ଲାଗିଛି। ୨୦୩୦ ସୁଦ୍ଧା ଜାତିସଂଘର ପୋଷଣୀୟ ଉନ୍ନୟନ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ ପାଇଁ କେବଳ ଘନିଷ୍ଠ ସମ୍ପର୍କୀୟଙ୍କୁ ସରୋଗେଟ ମାଆ ହେବାର ଅନୁମତି ମିଳିବ। ସରୋଗେସୀ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି। ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଏଲ୍‌.କେ. ଆଡଭାନୀ, ମୁରଲୀ ମନୋହର...

ଜଷ୍ଟିସ୍‌ ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟର ବିଚାରପତି

ନୂଆଦିଲ୍ଲୀ,୧୬ା୭(ପି.ଟି.): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ (ଏସ୍‌ଆଇସିସି)ର ବିଚାରପତି ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଜଣେ ଅନ୍ତର୍ଜାତୀୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ୨୦୨୧ ଜାନୁୟାରୀ...

ଏସ୍‌ପି ନେତା ନୀରଜ ଶେଖରଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬ା୭: ସମାଜବାଦୀ ପାର୍ଟି ନେତା ନୀରଜ ଶେଖର ସୋମବାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡ଼ୁ ଗ୍ରହଣ କରିନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଭାଜପାରେ...

ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ,୧୬ା୭: ପ୍ରବଳ ବର୍ଷା ଯୋଗୁ ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ସୋମବାର ସୁଦ୍ଧା ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମର ୩୦ ଜିଲାରେ ବନ୍ୟା ଦ୍ୱାରା...

‘ରାଜ୍ୟ ପୋଲିସର ସ୍ବାୟତ୍ତତା ସ୍ପଷ୍ଟ ହେଉ’

ନୂଆଦିଲ୍ଲୀ,୧୬ା୭: ଏନ୍‌ଆଇଏ (ସଂଶୋଧନ) ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଜଣାଇଛି। ଦଳ ପକ୍ଷରୁ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ରାଜ୍ୟ ପୋଲିସର ବିନା ପରାମର୍ଶରେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ ପ୍ରସ୍ତାବ ଉପରେ...

ଏନ୍‌ଆଇଏକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୬ା୭(ପି.ଟି.): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ଲାଗି ସଂଶୋଧିତ ବିଲ୍‌ ଲୋକ ସଭାରେ ସୋମବାର ଗୃହୀତ ହୋଇଛି। ଏନ୍‌ଆଇଏ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେଲେ ଉକ୍ତ ତଦନ୍ତକାରୀ ସଂସ୍ଥା ଭାରତୀୟ ଏବଂ ବିଦେଶରେ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri