ଜାତୀୟ

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତିି ଶାସନ ଜାର ହେଲେ ଭାଜପାକୁ ଫାଇଦା ମିଳିବା ସହିତ ବିପକ୍ଷ...

ସବୁ ପ୍ରକାର ସହଯୋଗ ମିଳିବ ବୋଲି ଜଗନ ମୋହନଙ୍କୁ କଥା ଦେଲେ ମୋଦି

ତିରୁପତି,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଲଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହି ସମୟରେ ସେ ଗୁରୁଭୟୁର ମନ୍ଦିର ଦର୍ଶନ କରିବା ସହ ତିରୁପତି ପହଞ୍ଚିଥିଲେ। ସେଠରେ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ ଟଙ୍କାର ଋଣ ଶୁଝିଛନ୍ତି ପୁଅ। ସୂଚନାଯୋଗ୍ୟ, ରାଓ୍ବତସର ନିବାସୀ ସନ୍ଦୀପଙ୍କ ପିତା ମିତାରାମ...

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ୮ଥର ଏମ୍‌ପି ଥିବା କମଲନାଥ ପ୍ରଥମ କରି ବିଧାୟକ ଭାବେ ଶପଥପାଠ କରିଛନ୍ତି।...

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ତେବେ ଏହା ସୌଜନ୍ୟ ମୂଳକ ସାକ୍ଷାତ୍‌କାର ବୋଲି...

ଆଲିଗଡ଼ ବଳାତ୍କାର ମାମଲା: ଭାଜପାକୁ ‘ବେଟି ବଚାଓ’ ସ୍ଲୋଗାନ ମନେ ପକାଇଲା ଶିବସେନା

ମୁମ୍ବାଇ,୧୦।୬: ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍‌ କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି। ଭାଜପା ‘ବେଟି ବଚାଓ’ ସ୍ଲୋଗାନ୍‌ ଦେଉଥିବାବେଳେ ଦେଶରେ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ କାଣ୍ଡ...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଫଳରେ ଲଖନପୁରରୁ କଶ୍ମୀର ପର୍ଯ୍ୟନ୍ତ ସମସ୍ତ...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାରର ଜନତା ଦଳ ୟୁନାଇଟେଡ(ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)...

ହଠାତ୍‌ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଗଲା ୧୧ ଜୀବନ

ଚମ୍ପାରଣ,୧୦।୬: ଝାରଖଣ୍ଡ ଚମ୍ପାରଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସାଢ଼େ ୩ଟାରେ ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେଇଛି। ଫଳରେ ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଯାତ୍ରୀବାହୀ...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ ସ୍ପଟ୍‌) ଚିହ୍ନଟ ହୋଇଛି। ଏଠାରେ ଆଖିପିଛୁଳାକେ ଅପରାଧ ଘଟିଥାଏ। ଅନ୍ଧାର ଥିବାରୁ ଅପରାଧୀ...

ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର

ଲକ୍ଷ୍ନୌ, ୧୦।୬: ସମାଜବାଦୀ ପାର୍ଟି ନେତା ମୂଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଫଳରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ଅଚାନକ ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ତାଙ୍କୁ ତୁରନ୍ତ ଲୋହିଆ ଇନଷ୍ଟିଚ୍ୟୁଟରେ ଭର୍ତ୍ତି...

୨୬ବର୍ଷୀୟ ବ୍ୟକ୍ତିଙ୍କୁ ଲାଗିଥିଲା ୧୮ଟି ଗୁଳି: ୭ଘଣ୍ଟା ଅପରେଶନ୍‌ ପରେ ମିଳିଲା ନୂଆ ଜୀବନ

ପାଟନା,୧୦।୬: ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ଭାବିଥାନ୍ତି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁଥର ଦେଖିବାକୁ ମିଳିଛି। ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି ବିହାରର ଜଣେ ଡାକ୍ତର। ଜଣେ ବ୍ୟକ୍ତିଙ୍କ ଦେହରେ ୧୮ଟି ଗୁଳି ବାଜିଥିବା ବେଳେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri