ଜାତୀୟ

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଖଣ୍ଡପୀଠ ଏହା ଉପରେ...

‘ଅର୍ଥବଳ ପ୍ରୟୋଗ କରୁଛି ଭାଜପା’

ଅହମଦାବାଦ,୧୩ା୭: କର୍ନାଟକରେ ସରକାର ଭାଙ୍ଗିବାକୁ ଭାଜପା ଅର୍ଥବଳ ପ୍ରୟୋଗ କରିବା ସହ ଭୟଭୀତ କରାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଶାସକ ମେଣ୍ଟର ୧୬ ବିଧାୟକ ଇସ୍ତଫା ଦେବା ଫଳରେ ସରକାର ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି।...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ...

କର୍ନାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୬ ଯାଏ କାର୍ଯ୍ୟାନୁଷ୍ଠାନ ନେଇପାରିବେନି ବାଚସ୍ପତି

ନୂଆଦିଲ୍ଲୀ,୧୩ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ମାମଲାର ଶୁଣାଣି ୧୬ ତାରିଖରେ ସୁପ୍ରିମକୋର୍ଟରେ ହେବ। ସେ ପର୍ଯ୍ୟନ୍ତ ୧୦ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସର୍ବୋଚ୍ଚ...

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ଅହମ୍ମଦାବାଦ,୧୨।୭: ମାନହାନିର ଆଉ ଏକ ମାମଲାରେ ଅହମ୍ମଦାବାଦ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ରାହୁଲଙ୍କ ବିରୋଧରେ ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କୋଅପରେଟିଭ ବ୍ୟାଙ୍କ(ଡିସିବି)...

ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ସରକାରୀ ସ୍କୁଲରେ ମିଳିଲାନି ନାମଲେଖା ଅନୁମତି

ଚେନ୍ନାଇ,୧୨।୭: ତାମିଲନାଡୁର ପେରାମ୍ବୁଲୁର ଜିଲାର ଏକ ସରକାରୀ ହାଇସ୍କୁଲରେ ଜଣେ ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ନାମଲେଖାର ସୁଯୋଗ ଦିଆଯାଇନାହିଁ। ଏହାପରେ ଶୁକ୍ରବାର ତାମିଲନାଡୁ ଶିକ୍ଷା ବିଭାଗ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ କଙ୍କଡା ସମେତ ୧୮ହଜାରରୁ ଉର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି...

କ୍ଷୀର କିଣିବାକୁ ଟଙ୍କା ନ ଥିଲା: ୮ମାସ ଶିଶୁର ତଣ୍ଟି ଚିପି ମାରିଦେଲେ ମା’

କନୌଜ, ୧୨।୭: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଭୋକିଲା ଶିଶକୁ କ୍ଷୀର କିଣି ଆଣି ଦେଇ ନ ପାରିବାରୁ ଶେଷରେ ନିଜ ଛୁଆର ତଣ୍ଟି ଚିପି ହତ୍ୟା କରିଛନ୍ତି ମା’। ପୋଲିସ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ...

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୧୨।୭: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇ କୋର୍ଟ ଶୁକ୍ରବାର ଲାଲୁଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଦେଓଘର ଟ୍ରେଜେରି ମାମଲାରେ...

ବିବାହର ୧୬ ବର୍ଷ ପରେ ପ୍ରମାଣପତ୍ର ମାଗିବାରୁ କର୍ମଚାରୀ କହିଲେ ପୁଣିଥରେ ବିବାହ କର

କୋଚି,୧୨।୭: କେରଳର ଜଣେ ଦମ୍ପତି ବିବାହର ୧୬ ବର୍ଷ ପରେ ଏହାର ପ୍ରମାଣପତ୍ର ପାଇଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ୪ ଜଣ କର୍ମଚାରୀ ବେଶ୍‌ କିଛି ଦିନ ତାଙ୍କୁ ଦୌଡାଇବା ପରେ ଶେଷରେ କହିଥିଲେ ପୁଣି...

ବିଶ୍ୱାସ ମତ ପାଇଁ ପ୍ରସ୍ତୁତ କୁମାରସ୍ବାମୀ

ବଙ୍ଗାଲୁରୁ,୧୨।୭: କର୍ନାଟକ ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଶୁକ୍ରବାର କର୍ନାଟକ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ କୁମାରସ୍ବାମୀ...

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨।୭: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ପୁଣି ଝଟକା। ତାଙ୍କ ଜାମିନ ଆବେଦନ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆଶାରାମ ଜାମିନ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri