ଜାତୀୟ

ତ୍ରିପୁରାରେ ବାଦଲ ଫଟା ବର୍ଷା: ୭ଶହ ଲୋକ ବେଘର

ଅଗରାତାଲା,୨୬।୫: ତ୍ରିପୁରାରେ ଗତ ୩ ଦିନ ଧରି ବାଦଲ ଫଟା ବର୍ଷା ଲାଗି ରହିଛି। କେତେକ ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ୭ଶହ ଲୋକ ବାସ ହରାଇ ବେଘର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାରଠାରୁ ଏଠାରେ ବର୍ଷା...

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମେ ୩୦ରେ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ...

କଂଗ୍ରେସର ଉଜୁଡ଼ା କ୍ଷେତକୁ ଜଗିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ !

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ ଆସନ ଅଧିକ ହାସଲ କରିଛି। ପୂର୍ବରୁ ଏହା ୪୪ ଥିବାବେଳେ ଚଳିତ ଲୋକ ସଭାରେ ୫୨ରେ ସୀମିତ ରହିଛି। ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି...

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୫୩୯ଜଣ ଏମ୍‌ପିଙ୍କର ସତ୍ୟପାଠରୁ ଏହା ଜଣାପଡ଼ିଛି।...

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର...

ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପରେ ପହଞ୍ଚିଲା ସନ୍ଦିଗ୍ଧ ବୋଟ୍‌: ଗୋଇନ୍ଦା ବିଭାଗ ସୂଚନା ଆଧାରରେ କେରଳରେ ହାଇଆର୍ଲଟ

ଥିରୁବନନ୍ତପୁରମ୍‌,୨୬।୫: ଶ୍ରୀଲଙ୍କାରୁ ଏକ ସନ୍ଦିଗ୍ଧ ବୋଟ୍‌ ଲାକ୍ଷାଦ୍ୱୀପରେ ଆସି ପହଞ୍ଚିଛି। ଏଥିରେ ୧୫ ଜଣ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଇନ୍ଦା ବିଭାଗର ତଥ୍ୟ ଭିତ୍ତିକ ସୂଚନା ଆଧାରରେ କେରଳରେ ହାଇ ଆର୍ଲଟ...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ ମୋର୍ଟାର ସେଲିଂ ମାଡ଼ ହୋଇଛି। ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।...

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ ସଂଯୋଗ କରୁଥିବା ଏହି ଏକମାତ୍ର ସଡକପଥ ବନ୍ଦ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ...

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଏହା ପୂର୍ବରୁ ବିଜୟଓ୍ବାଡାରେ ନବନିର୍ବାଚିତ ଓ୍ବାଇଏସ୍‌ଆର୍‌ସି (ଯୁବଜନ ଶ୍ରମିକ...

ସିକିମ୍‌ରେ ସରକାର ଗଠନ ଲାଗି ଏସ୍‌କେଏମ୍‌ର ଦାବି

ଗାଙ୍ଗଟକ୍‌,୨୬ା୫(ପି.ଟି.): ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଏକ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପି.ଏସ୍‌. ଗୋଲେଙ୍କ ନେତୃତ୍ୱରେ ଶନିବାର ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ତେବେ ନବନିର୍ବାଚିତ ବିଧାୟକ ଦଳ ନେତା...

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ...

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗୁଜୁରାଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri