ଜାତୀୟ

ଅମରନାଥ ଯାତ୍ରା: ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଅକ୍ସିଜେନ୍‌ ଦେଲେ ଆଇଟିବିପି ଯବାନ

ଶ୍ରୀନଗର,୩।୭: ଅମରନାଥ ଯାତ୍ରାରେ ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆଇଟିବିପି ଯବାନ ଅକ୍ସିଜେନ୍‌ ଦେବା ସହିତ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଏହି ଯାତ୍ରୀମାନେ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହେବାରୁ ତାଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଛି। ଯାତ୍ରୀମାନେ...

ଭାଙ୍ଗିଲା ଡ୍ୟାମ:୬ ମୃତ, ୧୭ ନିଖୋଜ

ମୁମ୍ବାଇ, ୩।୭: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ରତ୍ନଗିରିର ତିଓ୍ବାରେ ଡ୍ୟାମ୍‌ ଭାଙ୍ଗିଯାଇଛି। ଫଳରେ ୬ ଲୋକଙ୍କ ମୃତ ହେବା ସହ ୧୭ ଜଣ ନିଖୋଜ ଅଛନ୍ତି। ଏହି ଡ୍ୟାମ ପାର୍ଶ୍ୱରେ ଥିବା...

ଅସଦାଚରଣରୁ ସୁରକ୍ଷା ପାଇଁ ଛାତ୍ରୀଛାତ୍ର ସପ୍ତାହରେ ୩ଦିନ ଅଲଗା ଅଲଗା ଯିବେ ସ୍କୁଲ

ମାଲଦା,୩।୭: ଛାତ୍ରୀଙ୍କ ଉପରେ ହେଉଥିବା ଅସଦାଚରଣ ଘଟଣା କମ୍‌ କରାଇବା ପାଇଁ କୋଲକତାର ଏକ ସରକାରୀ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଭିନ୍ନ ଭିନ୍ନ ଦିିନ ସ୍କୁଲ ଆସିବା ଲାଗି ନିୟମ ଜାରି ହୋଇଛି। ସପ୍ତାହରେ ଛାତ୍ରୀମାନେ ୩ ଦିନ ଏବଂ ଛାତ୍ରମାନେ...

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ପାଖରେ ଛିଡ଼ା ହୋଇଥିବା ଗାଈଟି ଫୁଟବଲକୁ ଗୋଡ଼ରେ ଲାତ ମାରିବା...

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା ନିଷ୍ପତ୍ତି ଭୁଲ। ଏହା ସମ୍ବିଧାନ ସମ୍ମତ ନୁହେଁ। ଏଭଳି ନିଷ୍ପତ୍ତି ନେବା ଅଧିକାର...

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲି କଡ଼ା ସନ୍ଦେଶ ଦେଇଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ସେ କହିଛନ୍ତି...

ରାଜସ୍ଥାନରୁ ରାଜ୍ୟ ସଭା ଯିବେ ମନମୋହନ

ନୂଆଦିଲ୍ଲୀ,୩ା୭ (ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବେ। କଂଗ୍ରେସ ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଦେଶ ଭାଜପା ସଭାପତି ମଦନ ଲାଲ ସାଇନିଙ୍କ ପରଲୋକ ପରେ...

ମହାରାଷ୍ଟ୍ରରେ ଜଳ ତାଣ୍ଡବ

ମୁମ୍ବାଇ,୩ା୭ (ପି.ଟି.): ମୁମ୍ବାଇରେ ବର୍ଷା ବିତ୍ପାତ ସଙ୍ଗିନ ରୂପ ଧାରଣ କରିଛି। ଲଗାଣ ବର୍ଷା ଯୋଗୁ ବାଣିଜି୍ୟକ ରାଜଧାନୀ ମୁମ୍ବାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ମୁମ୍ବାଇର ମାଲାଡ୍‌ରେ ୨୧ ଜଣଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ...

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲାଗି କାହିଁକି ପ୍ରତ୍ୟକ୍ଷ ନଗଦ ସୁବିଧା ପ୍ରଦାନ ଯୋଜନା ଘୋଷଣା...

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ୧୫ ଦିନ ପରେ ଘରକୁ ଫେରିବା ପାଇଁ ପ୍ରସ୍ତୃତି...

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ୍‌ରେ ମନୀଷ ଅରୋଡା ଓ ତାଙ୍କ ପରିବାର ଯାତ୍ରା କରୁଥିଲେ। ମନୀଷ ଓ...

୨୯ ବର୍ଷ ପରେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ

ଲକ୍ଷ୍ନୌ, ୨।୭: ୨୯ବର୍ଷ ପରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ। ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ କଲ୍ୟାଣ କେବଳ ଯେ ୨୦ବର୍ଷ ଅପେକ୍ଷା କରିଥିଲେ ତା’ ନୁହେଁ, ପିତାଙ୍କ ହତ୍ୟାକାରୀ ସହ ବନ୍ଧୁତା ମଧ୍ୟ ସ୍ଥାପନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri