ଜାତୀୟ

ବିହାରରେ ଅସମ୍ଭାଳ ତାତି: ୨୨ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗୟାରେ ୧୪୪ ଧାରା ଜାରି

ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଲ୍ମ ନିର୍ମାତା ମଣିରତ୍ନ ୨୦୦୪ରେ ଫିଲ୍ମ ‘ୟୁବା’ର ଶୁଟିଂ ବେଳେ...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ...

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ସଲମାନଙ୍କ ଉପରେ ମିଥ୍ୟା ଆଫିଡେଭିଟ ମାମଲା ଲାଗିଥିଲା। ସୂଚନାଯୋଗ୍ୟ, କୃଷ୍ଣସାର...

ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ ଦରମା ଓ ଅନ୍ୟାନ୍ୟ ଅନେକ ଦାବି ନେଇ ଶିକ୍ଷକମାନେ କୋଳକାତା ସ୍ଥିତ ବିକାଶ...

ମାଓବାଦୀ ଅପରେଶନରେ ସୁବିଧା ପାଇଁ ଯବାନଙ୍କୁ ଦିଆଯିବ ଗୋଣ୍ଡି ଭାଷା ଶିକ୍ଷା

ରାୟପୁର,୧୭।୬: ଏଣିକି ମାଓବାଦୀ ଅପରେଶନ୍‌ରେ ନିୟୋଜିତ ଥିବା ଯବାନଙ୍କୁ ଗୋଣ୍ଡି ଭାଷା ଶିକ୍ଷା ଦିଆଯିବ। ମାଓବାଦୀମାନେ ଏହି ଜନଜାତି ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନଙ୍କ ଗତବିଧି ସମ୍ପର୍କରେ ସୂଚନା ମିଳିବା ଯବାନଙ୍କ ଲାଗି କଷ୍ଟକର ହେଉଛି। ତେଣୁ ବସ୍ତର ଅଞ୍ଚଳରେ...

ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଚିରି ଦିଆଗଲା ବାର୍‌ ଡ୍ୟାନ୍ସରଙ୍କ ପୋଷାକ

ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍‌ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା ସହ ତାଙ୍କ ଉପରେ ମାଡ ହୋଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳା...

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌ ସମୟରେ ଡାକ୍ତର ଯୁବକଙ୍କ ପେଟରୁ ୫୦ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି।...

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି। ୪୧ ବର୍ଷ ବୟସ୍କ ଯାଦୁକର ଚଞ୍ଚଳ ଲାହିରୀ ନିଜର ହାତଗୋଡ଼ ବାନ୍ଧି ଏକ...

ପ୍ରଥମଥର ଏମ୍‌ପି ହୋଇଥିବା ନକୁଲ ନାଥଙ୍କୁ ସଂସଦ ପର୍ଯ୍ୟନ୍ତ ଛାଡିବାକୁ ଆସିଲେ ବାପା

ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ତାଙ୍କ ପୁଅ ନକୁଲ ନାଥ ସୋମବାର ସଂସଦ ଭବନ ପହଞ୍ଚିଥିଲେ। ନକୁଳ ନାଥ ୧୭ତମ ଲୋକ ସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ଛିଣ୍ଡଓ୍ବାଡା ଆସନରୁ ବିଜୟୀ ହୋଇଛନ୍ତି। ପ୍ରଥମଥର ଲାଗି ସେ...

ବଜେଟ୍‌ ଅଧିବେଶନର ପ୍ରଥମ ଦିନ: ଲୋକ ସଭାରେ ରାହୁଲ ଅନୁପସ୍ଥିତ

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିଛନ୍ତି। ସେ କେରଳର ଓ୍ବାୟନାଡ୍‌ ଗସ୍ତରୁ ଆସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ...

ଶୋଷ ମେଣ୍ଟିବାକୁ ପାଣି ନାହିଁ, ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଗୁହାରିକଲେ ପରିବାର

ଲକ୍ଷ୍ନୌ, ୧୭।୬: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ବିହାରରେ ଅଂଶୁଘାତରେ ୭୩ ଜଣଙ୍କ ପ୍ରାଣ ଗଲାଣି। ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି। ଉତ୍ତର ପ୍ରଦେଶର ହତରସର ଏକ ପରିବାର ଶୋଷ ମଣ୍ଟେଇବାକୁ ପାଣି ନାହିଁ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri