ଜାତୀୟ

ବିମାନରୁ ଜମ୍ପ ମାରିଲେ ଭାଜପା ଏମପି, ଦେଖନ୍ତୁ ନୂଆବର୍ଷରେ ନୂଆ ଭିଡିଓ

ନୂଆଦିଲ୍ଲୀ,୧।୧:ସମଗ୍ର ବିଶ୍ୱରେ ଲୋକମାନେ ନିଜ ନିଜ ଶୈଳୀରେ ନୂଆ ବର୍ଷ ପାଳନ କରିଛନ୍ତି। କେହି କେହି ନୂଆ ବର୍ଷକୁ ପାର୍ଟି କରି ସ୍ବାଗତ କରିଥିବାବେଳେ ଅନ୍ୟମାନେ ରୋମାଞ୍ଚକର ନୂଆ ବର୍ଷ ଆରମ୍ଭ କରିଥିଲେ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଭାଜପାର...

କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୧।୧: ମହାରାଷ୍ଟ୍ରର ଛତ୍ରପତି ଶାମ୍ଭାଜୀ ନଗରରେ ଥିବା ଏକ ଗ୍ଲୋଭସ୍‌ ନିର୍ମାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ମୃତକଙ୍କ ସଂଖ୍ୟା...

ଆମ ପିଲାମାନେ ନୂଆବର୍ଷ ପାଳନ କରୁଛନ୍ତି, ହେଲେ ଗାଜାରେ ପିଲାମାନଙ୍କୁ ହତ୍ୟା କରାଯାଉଛି: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ୨୦୨୩ର ଶେଷ ଦିନରେ, ଦେଶର ଲୋକମାନେ ନୂତନ ବର୍ଷ ୨୦୨୪ର ଆଗମନକୁ ପାଳନ କରିଥିଲେ ଏବଂ ନୂଆ ବର୍ଷକୁ ସ୍ବାଗତ କରିଥିଲେ। ଏହି ଅବସରରେ ପରସ୍ପରକୁ ଅଭିନନ୍ଦନ ବାର୍ତ୍ତା ମଧ୍ୟ ଦିଆଯାଉଛି। ସେହି କ୍ରମରେ କଂଗ୍ରେସ ସାଧାରଣ...

ନୂଆବର୍ଷରୁ ବଦଳିଲା ସିମ କାର୍ଡ-ବ୍ୟାଙ୍କିଙ୍ଗ-ଆଧାର ନିୟମ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୪ ଆରମ୍ଭ ହୋଇଛି। ନୂଆବର୍ଷରେ, ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଇନକମ ଟ୍ୟାକ୍ସ ରିଟର୍ନ (ଆଇଟିଆର), ସିମ କାର୍ଡ ସହିତ ଜଡିତ ଥିବା ନିୟମରେ ପରିବର୍ତ୍ତନ କରାଯାଇଛି।...

ମୁଁ ଯେଉଁ ରାସ୍ତା ବାଛିଛି, ସେଥିରେ ଜେଲ୍‌ ଯିବାକୁ ପଡ଼ିବ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୧: ‘କାର୍ଯ୍ୟ କେନ୍ଦ୍ରିକ ରାଜନୀତି’ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଲୋକପ୍ରିୟତା ହାସଲ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି। ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ବାଛିଥିବା ରାସ୍ତାରେ ଆଗକୁ ବଢିବାକୁ ଦଳୀୟ କର୍ମୀମାନେ ଜେଲ ଯିବାକୁ...

ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ରହିଛି ଗ୍ରାଚ୍ୟୁଇଟି ଅଧିକାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ବେଙ୍ଗାଲୁରୁ,୧।୧ : ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ଗ୍ରାଚ୍ୟୁଇଟି ଅଧିକାର ରହିଛି । ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।ରେ ମଧ୍ୟ ଆସିଥିଲା। ଡେଲି ଓ୍ବେଜ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇବାକୁ ଯୋଗ୍ୟ ନୁହଁନ୍ତି କି...

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର: କମିଲା ସିଲିଣ୍ଡର ଦାମ…

ନୂଆବର୍ଷ,୧।୧ : ସରକାରୀ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି। ଇଣ୍ଡିଆନ ଅଏଲ (ଆଇଓସି), ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ଭଳି ସରକାରୀ ତୈଳ କମ୍ପାନୀ ନୂଆବର୍ଷର ପ୍ରଥମ ଦିନରୁ ହାଲୱାଇ ସିଲିଣ୍ଡର ନାମରେ...

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ...

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୧: ନୂତନ ବର୍ଷ (୨୦୨୪) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ‘ସମସ୍ତଙ୍କୁ...

ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗରରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୩୧ା୧୨: ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି। ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ...

୩୩ ମହଲାରୁ ଖସିପଡ଼ିଲେ ସଫ୍ଟଓ୍ବେର ଇଞ୍ଜିନିୟର

ବେଙ୍ଗାଲୁରୁ,୩୧ା୧୨: ବେଙ୍ଗାଲୁରୁର କେଆର୍‌ ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଖସିପଡ଼ି ପ୍ରାଣ ହରାଇଛନ୍ତି। ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ଦିବ୍ୟାଂଶୁ ଶର୍ମା ସିଗାରେଟ୍‌ ପାଉଁଶ ତଳକୁ ପକାଇବାକୁ...

ବିସ୍ଫୋରଣ ଧମକ ପରେ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ,୩୧ା୧୨: ନୂଆବର୍ଷ ପାଳନ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯିବ। ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏଭଳି ଧମକ ଦେଇଛନ୍ତି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସହରରେ ହାଇଆଲର୍ଟରେ ଜାରି କରାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri