ଜାତୀୟ

ଇବ୍ରାହିମଙ୍କୁ ଏହି ପଦରୁ ହଟାଇଲେ ଦେବେଗୌଡା

ବେଙ୍ଗାଲୁରୁ,୧୯।୧୦: ଜନତା ଦଳ ସେକ୍ୟୁଲାର (ଜେଡିଏସ) ବିଦ୍ରୋହୀ ଚାନ୍ଦ ମହଲ ଇବ୍ରାହିମ (ସିଏମ ଇବ୍ରାହିମ) ଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର ମୁଖ୍ୟ ଏଚଡି ଦେବେଗୌଡା ତାଙ୍କୁ ଗୁରୁବାର ଦଳର ରାଜ୍ୟ ସଭାପତି ପଦରୁ ହଟାଇ ଦେଇଛନ୍ତି।...

କୋଇଲା ଖଣି କର୍ମଚାରୀଙ୍କୁ ଭେଟିଲେ ରାହୁଲ, ଶୁଣିଲେ ଅଭିଯୋଗ

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ତେଲଙ୍ଗାନାର ସିଙ୍ଗରେନି କୋଇଲା ଖଣି (SCCL) ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭେଟିଥିଲେ। କଂଗ୍ରେସ ପକ୍ଷରୁ ଏମପି...

ମୁଁ ଏହି ପଦ ଛାଡିବାକୁ ଚାହୁଁଛି ହେଲେ ପଦ ମୋତେ ଛାଡୁନାହିଁ: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏଭଳି କହିଲେ ଗେହଲଟ

ଜୟପୁର,୧୯।୧୦: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଛନ୍ତି। ଏହି ସମୟରେ ସେ ଇଡି ଚଢାଉ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ...

ଆସନ୍ତା ଲୋକ ସଭା ନିର୍ବାଚନରେ ଲଢିବେନି ଶରଦ ପାୱାର

ମୁମ୍ବାଇ,୧୯।୧୦: ଏନସିପି ମୁଖ୍ୟ ଶରଦ ପାୱାର ଆସନ୍ତା ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏନସିପି ମୁଖ୍ୟ ଏହା କହିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଡିଣ୍ଡୋରୀ ଲୋକ ସଭା ଆସନ ସମ୍ପର୍କରେ ସମୀକ୍ଷା ବୈଠକରେ ଶରଦ ପାୱାର...

ସ୍ତ୍ରୀ ରାନ୍ଧି ନ ଜାଣିଲେ ଦିଆ ଯାଇ ପାରିବନି ଛାଡପତ୍ର: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୯।୧୦ : ସ୍ତ୍ରୀ ରାନ୍ଧି ନ ଜାଣିଥିବାରୁ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ପାଇଁ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ସ୍ତ୍ରୀ ରାନ୍ଧିବା ବିଷୟରେ ଜାଣି ନାହାଁନ୍ତି ତେବେ ଏହା କ୍ରୁରତା...

ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି, ବୋତଲରେ କମଲନାଥଙ୍କ ଫଟୋ…

ଭୋପାଳ,୧୯।୧୦ : ଏବେ ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି କରିଛି। ଦମୋହରେ ନିର୍ବାଚନ ଆୟୋଗ କମଲ ନାଥଙ୍କ ଫଟୋ ଥିବା ଗଙ୍ଗାଜଳ ବୋତଲ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଭାଜପା ପାଇଁ ନୂଆ କଥା ନୁହେଁ। କିନ୍ତୁ, ସମାନ...

କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ତନ୍ତ୍ର ସାଧନା, ରହିଛି କମଲନାଥଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…

ଉଜ୍ଜୟନୀ,୧୯।୧୦ : ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ଏବଂ କ୍ଷମତାକୁ ଫେରିବା ପାଇଁ ନବରାତ୍ରୀରେ ଚକ୍ରତୀର୍ଥ ଶ୍ମଶାନରେ ତନ୍ତ ସାଧନା କରାଯାଉଛି। ତାନ୍ତ୍ରିକ ଭୟୁ ମହାରାଜ କହିଛନ୍ତି ଉଜ୍ଜୟନୀରେ କରାଯାଇଥିବା ତନ୍ତ୍ର ସାଧନା ଶୀଘ୍ର ଫଳାଫଳ ଦେଇଥାଏ, ସେଥିପାଇଁ ଲୋକମାନେ ତନ୍ତ୍ର...

ମା’ ଝିଅଙ୍କୁ ବଳାତ୍କାର କରିବାକୁ ଧମକ ଦେଲେ ଭାଜପା ନେତା…

ଭୋପାଳ ,୧୯।୧୦ : ମଧ୍ୟପ୍ରଦେଶର ଦାମୋହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଅଧିକାରୀ ଏବଂ ତାଙ୍କ ୬ବର୍ଷର ଝିଅଙ୍କୁ ବଳାତ୍କାର ହେବାର ଧମକ ଦିଆଯାଇଛି। ଦମୋହରେ ଜଣେ ମହିଳା ଅଧିକାରୀ ଭୟରେ କାମ ଛାଡି...

ନିଟ୍‌ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍‌, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର

ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍‌ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍‌ ପାସ କରିଥିଲେ। ଝିଅ ବାପାଙ୍କ...

ବଂଶବାଦ ରାଜନୀତି ନେଇ କଂଗ୍ରେସର ଜବାବ , ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କର ଥାଏ ଅଧିକାର…

ନୂଆଦିଲ୍ଲୀ,୧୯।୧୦ : ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଅଣାଯିବା ପରେ କଂଗ୍ରେସ ନେତା ରାଜମଣି ପଟେଲ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଗାନ୍ଧୀ ପରିବାର ପିଢ଼ି ପରେ ପିଢ଼ି ଦେଶ ଶାସନ କରିଆସୁଛନ୍ତି।...

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ...

ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୮।୯: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏବଂ ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସୁପ୍ରିମକୋର୍ଟ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସତ୍ୟେନ୍ଦ୍ର ଜେନା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଜାମିନ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri