ଜାତୀୟ

ସିକ୍କିମ ବନ୍ୟାରେ ଏ ପର୍ଯ୍ୟନ୍ତ ୧୪ ମୃତ, ୧୦୨ ନିଖୋଜ

ଗ୍ୟାଙ୍ଗ୍‌ଟକ,୫।୧୦:ଉତ୍ତର ସିକ୍କିମର ହ୍ଲୋନାକ ହ୍ରଦରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ସେନା କର୍ମଚାରୀଙ୍କ ସମେତ ପ୍ରାୟ ୧୦୨ଜଣ...

ରାଜସ୍ଥାନରେ ୫୦୦୦ କୋଟି ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ...

ରବିଶଙ୍କର,ବିଜୟଙ୍କ ଘରେ ହୋଇନି ଜାତିଗତ ଜନଗଣନା: ଭାଜପାର ଅଭିଯୋଗ…

ପାଟନା,୫।୧୦ : ଜାତିଗତ ଜନଗଣନା ରାଜନୀତି ନେଇ ଆରୋପ ପ୍ରତ୍ୟାରୋପ ବିହାରରେ ଶିଖରରେ ଅଛି । ଭାଜପା ଏମପି ରବି ଶଙ୍କର ପ୍ରସାଦ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...

ପତ୍ନୀ, ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଅମରାବତୀ,୫।୧୦: ଆନ୍ଧ୍ରପ୍ରଦେଶରେ ଜଣେ ୫୫ ବର୍ଷୀୟ ପୋଲିସ ହେଡ କନଷ୍ଟେବଳ ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାର ତଦନ୍ତ କରି...

ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଇଡ଼ି କାହିଁକି କରୁନି ଚଢାଉ: ପ୍ରିୟଙ୍କାଙ୍କ ପ୍ରଶ୍ନ…

ଭୋପାଳ,୫।୧୦ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ପହଞ୍ଚିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ...

ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର: ମଦ ଦୁର୍ନୀତି ନେଇ ଅନୁରାଗ ଠାକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆମ ଆଦମୀ ପାର୍ଟି (ଏଏପି) କୁ ଟାର୍ଗେଟ କରିଛନ୍ତି। ସେ ଏଏପି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର...

ଅଭିଷେକଙ୍କ ବିରୋଧରେ ନୂଆ ସମନ ଜାରି କରିପାରିବ ଇଡି: କୋଲକାତା ହାଇକୋର୍ଟ

କୋଲକାତା,୫।୧୦: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ପ୍ରଶ୍ନର ସମ୍ମୁଖୀନ ହେଉଥିବା ତୃଳମୂଳ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିପାରେ। ଯାଞ୍ଚ ସମୟରେ ଦସ୍ତାବିଜର ଅଭାବ ଦର୍ଶାଇ ଇଡି ଅଭିଷେକଙ୍କ ହାଜର ସମ୍ପର୍କରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ...

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥକି ପଡିଛନ୍ତି, ସେ ଆରାମ କରିବା ଉଚିତ୍‌: ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଭୂମି ହେଉଛି ଗର୍ବର ଦେଶ। ରାଜସ୍ଥାନ ଗୌରବମୟ ଇତିହାସକୁ ପ୍ରତିନିଧିତ୍ୱ କରେ। ତେଣୁ ରାଜସ୍ଥାନର ବିକାଶ ପାଇଁ...

ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩ ବର୍ଷ ମଧ୍ୟରେ ସେପ୍ଟେମ୍ବରରେ ଉଚ୍ଚତମ ସ୍ତରରେ…

ନୂଆଦିଲ୍ଲୀ,୫।୧୦ : ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମୌସୁମୀ ଏସ ଆଣ୍ଡ ପି ଗ୍ଲୋବାଲ ଇଣ୍ଡିଆ ସର୍ଭିସେସ ପିଏମଆଇ...

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁସିସି , ଅମିତ ଶାହାଙ୍କୁ ଭେଟିଲେ ଧାମି

ଡେରାଡୁନ୍‌,୫।୧୦: ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ୟୁସିସି ଲାଗୁ ହୋଇପାରେ। ବୁଧବାର ରାତିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଉତ୍ତରାଖଣ୍ଡ ୟୁସିସି ଡ୍ରାଫ୍ଟ କମିଟିର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଏହା...

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ: ଡାକ୍ତରଖାନା ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୫।୧୦: ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ...

ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri