ଖେଳ

ଭାରତକୁ ପରାଜିତ କରିବାର ଶ୍ରେୟ ଏମାନଙ୍କୁ ଦେଲେ ବିରୋଧି ଅଧିନାୟକ, କହିଲେ…

ଅହମ୍ମଦାବାଦ,୧୩।୩: ଚଳିତ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୮ ଉଇକେଟରେ ହରାଇଛି ଇଂଲଣ୍ଡ। ଟେଷ୍ଟ ସିରିଜରେ ପରାଜୟ ପରେ ଏହି ବିଜୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରାଯାଉଛି।...

କୋହଲିଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲେ ବୁମ୍‌ରାଙ୍କ ଭାବି ସ୍ତ୍ରୀ; ସଚିନ, ଧୋନୀଙ୍କ ସହ ରହିଛି ପୂରୁଣା ସମ୍ପର୍କ

ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଏବେ ତାଙ୍କ ନାମ କ୍ରୀଡା ଆଙ୍କର ସଞ୍ଜନା ଗଣେଶନଙ୍କ ସହ ଯୋଡା ଯାଉଛି। ଉଭୟ ମାର୍ଚ୍ଚ ୧୪ କିମ୍ବା ୧୫ରେ ଗୋଆରେ ବିବାହ କରିବେ ବୋଲି ଶୁଣିବାକୁ...

ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ସେଥିରୁ ଜଣେ ହେଲେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ।...

ଦ୍ୱିତୀୟ ଟେଷ୍ଟ: ଜିମ୍ବାଓ୍ବେ ଫଲୋଅନ୍‌

ଆବୁଧାବି,୧୩।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ହାଶମାତୁଲ୍ଲା ଶାହିଦିଙ୍କ ୨୦୦ ରନର ଅପରାଜିତ ଦ୍ୱିଶତକୀୟ ପାଳି ବଳରେ ୧୬୦.୪ ଓଭରରେ...

ଫିଫା ବିଶ୍ୱକପ୍‌: କାତାରରେ ଯୋଗ୍ୟତା ପର୍ଯ୍ୟାୟ ଖେଳିବ ଭାରତ

ନୂଆଦିଲ୍ଲୀ,୧୩ା୩ (ପି.ଟି.)-ଭାରତ ଏହାର ଅବଶିଷ୍ଟ ୩ଟି ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ କାତାରରେ ଖେଳିବ। କରୋନା ଭାଇରସ୍‌ଜନିତ ଗସ୍ତ ଓ କ୍ୱାରାଣ୍ଟାଇନ୍‌ କଟକଣା ଯୋଗୁ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ମ୍ୟାଚଗୁଡ଼ିକ ନିର୍ଦ୍ଦିଷ୍ଟ ଭେନ୍ୟୁରେ ଆୟୋଜନ କରିବା ଲାଗି...

ବିଜେନ୍ଦର-ଲୋପସାନ ମୁକାବିଲା

ନୂଆଦିଲ୍ଲୀ, ୧୩ା୩(ପି.ଟି.)- କୋଭିଡ୍‌ ପାଇଁ ଏକବର୍ଷ ପରେ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ଭାରତର ପ୍ରଫେସନାଲ ବକ୍ସର ବିଜେନ୍ଦର ସିଂ। ଚଳିତ ମାସ ୧୯ରେ ଏକ ସୁପର ମିଡ୍‌ଲଓ୍ବେଟ୍‌ (୭୬କେଜି) ମୁକାବିଲାରେ ସେ ରୁଷିଆର ଆର୍ତ୍ତିସ ଲୋପସାନ୍‌ଙ୍କୁ ଭେଟିବେ। ଏହି ଲଢେଇ...

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩- ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ ହାରିଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ୨୦ ଓଭରରେ ୭ ଉଇକେଟ...

ଜାତୀୟ ସିନିୟର ଟେନିସ କ୍ରିକେଟ: ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୫ମ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ କର୍ନାଟକକୁ ହରାଇ ଅଭିଯାନ...

କୋଭିଡ୍‌-୧୯: ୟୁଏସ୍‌, କାନାଡ଼ା ଓପନ ବ୍ୟାଡ୍‌ମିଣ୍ଟନ ବାତିଲ

ନୂଆଦିଲ୍ଲୀ,୧୩।୩(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା କଟକଣା ଓ ବିଭିନ୍ନ ନିୟମ କାରଣରୁ ଦୁଇଟି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ୟୁଏସ୍‌ ଓପନ୍‌ ଓ କାନାଡା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବାକୁ...

ମିତାଲିଙ୍କ ରେକର୍ଡ: ୧୦ ହଜାର ଅନ୍ତର୍ଜାତୀୟ ରନ ପୂରଣ କଲେ

ଲକ୍ଷ୍ନୌ,୧୩।୩(ପି.ଟି.): ଅଭିଜ୍ଞ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ହିସାବରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ ପୂରଣ କରିଛନ୍ତି। ୩ଟି ଯାକ ଫର୍ମାଟ୍‌କୁ ଦୃଷ୍ଟିରେ...

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ୬ ଉଇକେଟରେ ପରାସ୍ତ କରିଛି। ୧୩୧ଟି ବଲର ସମ୍ମୁଖୀନ...

ଆରମ୍ଭରୁ ଝଟ୍‌କା

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୨୫ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୫.୩ ଓଭରରେ ୮...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri