ଖେଳ

ରାହାନେଙ୍କ ଉପରେ ଅଧିନାୟକତ୍ୱ ଚାପ ରହିବ ନାହିଁ’

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ପଡ଼ିବ। ଏହାଦ୍ୱାରା ସେ ଚାପରେ ରହିବେ ଏବଂ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ...

ଅଷ୍ଟ୍ରେଲିଆ ଦଳରେ ବଢ଼ୁଛି ଆହତ ସମସ୍ୟା

ସିଡ୍‌ନୀ, ୧୫।୧୨(ପି.ଟି.): ଭାରତ ବିପକ୍ଷ ଦିବାରାତ୍ର ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ସିଅନ ଆବୋଟ। ଦ୍ୱିତୀୟ ଓ୍ବାର୍ମଅପ୍‌ ଗେମ୍‌ ଅବସରରେ ଗୋଡ଼...

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ୍‌, ୧୫ା୧୨ (ଏପି): ସ୍ଥାନୀୟ ବେସିନ୍‌ ରିଜର୍ଭଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୧୨ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହିତ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ...

ଇଣ୍ଡିଆନ ସୁପର ଲିଗ୍‌ ଜାମସେଦପୁର- ମୁମ୍ବାଇ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୧୪।୧୨- ଇଣ୍ଡିଆନ ସୁପର ଲିଗ୍‌ରେ ସୋମବାର ଜାମସେଦପୁର ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚର ୯ମ ମିନିଟରେ ନେରିଜୁସ ଭାଲ୍ସକିସ୍‌ ଗୋଲ...

ବିବିଏଲରେ କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗିଛନ୍ତି କ୍ରିସ ଲିନ, ଡାନ ଲରେନ୍ସ

ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍‌ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ ଶନିବାର କୋଭିଡ୍‌-୧୯ ପ୍ରୋଟୋକଲ ଭଙ୍ଗ କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ...

କାଠରେ ନୁହେଁ ଆଲୁମୁନିୟମ ବ୍ୟାଟ୍‌ରେ ଖେଳୁଥିଲେ ଏହି ଖେଳାଳି

କ୍ରିକେଟରେ ସାଧାରଣତଃ କାଠରେ ତିଆରି ବ୍ୟାଟ୍‌ ବ୍ୟବହାର କରାଯାଏ। ହେଲେ କ୍ରିକେଟ ଇତିହାସରେ ଏମିତି ଜଣେ ଖେଳାଳି ଥିଲେ, ସେ ଆଲୁମୁନିୟମ ବ୍ୟାଟ୍‌ରେ ବ୍ୟାଟିଂ କରିଥିଲେ। ଘଟଣାଟି ହେଲା ୧୯୭୯ ମସିହାର। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ଖେଳାଯାଉଥିବା...

ରାଜ୍ୟ ଓପନ ରାପିଡ୍‌ ଚେସ୍‌: ସୌମ୍ୟରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୪ା୧୨ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଏବଂ ମା’ ଉତ୍ତରେଶ୍ୱରୀ କ୍ଲବ ମିଳିତ ଆନୁକୂଲ୍ୟରେ ପିପିଲିଠାରେ ଚାଲିଥିବା ୪ର୍ଥ ରାଜ୍ୟ ଓପନ ରାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ମା’ ଉତ୍ତରେଶ୍ୱରୀ ଟେମ୍ପଲ ହଲ୍‌ଠାରେ...

ଆଇଟିଏଫ୍‌ ଡବଲ୍ସ ଟାଇଟଲ ଜିତିଲେ ଅଙ୍କିତା

ଦୁବାଇ, ୧୪ା୧୨ (ପି.ଟି.)-ଭାରତୀୟ ଟପ୍‌ ଟେନିସ ଖେଳାଳି ଅଙ୍କିତା ରାଇନା ମହାମାରୀରେ ପ୍ରଭାବିତ ୨୦୨୦ ସିଜନରେ ତାଙ୍କର ତୃତୀୟ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏକାଟରିନ୍‌ ଗୋର୍‌ଗଜ୍‌ଙ୍କ ସହିତ ସେ ଏଠାରେ ଅଲ୍‌ ହାବ୍‌ତୁର ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଛନ୍ତି। ଅଣସିଡ୍‌...

ବାୟୋ ବବଲ୍‌ରେ ଆୟୋଜନ ହେବ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌

*ଡିସେମ୍ବର ୧୪ରୁ ୨୨ ଟୁର୍ନାମେଣ୍ଟ * ମୋଟ୍‌ ୩୭ ଦଳ ଅଂଶଗ୍ରହଣ କରିବେ * ୧୦୩ ମ୍ୟାଚ୍‌ ଖେଳାଯିବ * ବାରବାଟୀରେ ଫାଇନାଲ ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦...

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏ’ ଓ ଭାରତ ମଧ୍ୟରେ...

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର ତୃତୀୟ ଦିବସ। ଫଲୋଅନ ହେବା ପରେ ଭ୍ରମଣକାରୀ ଦଳ ତୃତୀୟ ଦିବସ ଖେଳ...

ସିଜନ ଶେଷ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ୟାସ୍‌ ଆଇଲାଣ୍ଡ (ଆବୁଧାବି), ୧୪ା୧୨ (ଏପି)-ରେଡବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ସିଜନ ଶେଷ ଆବୁଧାବି ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍‌ରେ ସେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସିଜନର ସେ ଦ୍ୱିତୀୟ ଏବଂ କ୍ୟାରିୟରର ୧୦ମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri