ଖେଳ

ପର୍ତ୍ତୁଗୀଜ୍‌ ଫୁଟବଲ ସେସନ ଜୁନ୍‌ ୪ରୁ

ଲିସବନ,୧୩।୫(ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ପର୍ତ୍ତୁଗାଲର ଫୁଟବଲ୍‌ ସେସନ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁନା ୪ରୁ ପ୍ରିମିରା ଲିଗ୍‌ ଆରମ୍ଭ ହେବ ବୋଲି ଦେଶର ଫୁଟବଲ ଲିଗ୍‌ ଘୋଷଣା କରିଛି। ଷ୍ଟାଡିୟମର ପରୀକ୍ଷା ପୁଙ୍ଖାନୁପୁଙ୍ଖ ଭାବେ...

ବାଂଲାଦେଶ ଡେଭଲପମେଣ୍ଟ କୋଚ୍‌ କରୋନା ପଜିଟିଭ୍‌

ଢାକା,୧୩।୫ (ପି.ଟି.): ବାଂଲାଦେଶ ଡେଭଲପ୍‌ମେଣ୍ଟ କୋଚ୍‌ ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଅଶିକୁର ରହମାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣା ପଡିଛି। ଗତକାଲି ରିପୋର୍ଟ ମିଳିଥିଲା। କୋଭିଡ-୧୯ର ଶିକାର ହୋଇଛି ଓ ସ୍ଥାନୀୟ ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛି...

‘ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଯୁଗ୍ମ ବିଜେତା ଘୋଷଣା ଉଚିତ ହୋଇଥାନ୍ତା’

ନୂଆଦିଲ୍ଲୀ,୧୩।୫(ପି.ଟି.): ଇଂଲଣ୍ଡରେ ଗତବର୍ଷ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ତେବେ ଇଂଲଣ୍ଡ ସମେତ ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଭାବେ ଘୋଷିତ କରାଯିବା ଉଚିତ ବୋଲି ଭାରତୀୟ ପୂର୍ବତନ କ୍ରିକେଟର...

କରୋନାରେ ଯୁବ ସୁମୋ ରେସଲର ମୃତ

ଟୋକିଓ,୧୩।୫(ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣରେ ଜାପାନର ଜଣେ ୨୮ ବର୍ଷୀୟ ସୁମୋ ରେସଲର କିୟୋଟାକା ସୁଏଟେକ ମୃତ୍ୟୁବରଣ କରିଛନ୍ତି। ଅବଶ୍ୟରେ ସେ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସୁମୋ ରେସଲିଂ ଭଳି ପୁରାତନ କ୍ରୀଡ଼ାର ପ୍ରଥମ ଖେଳାଳିଭାବେ ସେ...

ଅଲିମ୍ପିକ୍‌ ମେଡାଲିଷ୍ଟ ହେବାକୁ ଚାହେଁ: ନିକ୍କି

ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଅନ୍ୟତମ ସଦସ୍ୟାଥିଲେ ନିକ୍କିି ପ୍ରଧାନ। କେବଳ ଜଣେ ଅଲିମ୍ପିଆନଭାବେ ନୁହେଁ...

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର କ୍ରିକେଟ ମ୍ୟାଚ ଯୋଜନା

ମେଲବୋର୍ନ, ୧୩ା୫ (ପି.ଟି.)- କରୋନା ଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ସ୍ଥିତିରେ ଇଣ୍ଟରନ୍ୟାଶନାଲ ଟୁର୍‌ ସମ୍ଭବନା ଦେଖା ଯାଉ ନ ଥିବାରୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମ୍ୟାଚ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ...

ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ୍‌, ବାଲା ଦେବୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଜାତୀୟ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଏବଂ ମହିଳା ଦଳର ଷ୍ଟ୍ରାଇକର ଏନ୍‌. ବାଲା ଦେବୀଙ୍କ ନାମ ସୁପାରିସ କରିଛି। ଚଳିତ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ ତାରିଖ ଘୋଷଣା ହୋଇଛି। ଭାରତର ୫ଟି ସ୍ଥାନରେ ହେବାକୁଥିବା ଏହି ପ୍ରତିଯୋଗିତା ୨୦୨୧...

କୋଭିଡ-୧୯: ଲଣ୍ଡନ ଡାଇମଣ୍ଡ ଲିଗ୍‌ ମିଟିଂ ବାତିଲ

ଲଣ୍ଡନ,୧୨।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ ଆଥଲେଟିକ୍‌ ଇଭେଣ୍ଟ ବାତିଲ ହୋଇଛି। ଜୁଲାଇ ପ୍ରାରମ୍ଭରେ ଲଣ୍ଡନରେ ଆୟୋଜନ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ ମିଟିଂକୁ ବାତିଲ କରାଯାଇଛି ବୋଲି ବ୍ରିଟିଶ ଆଥଲେଟିକ୍ସ କହିଛି। ଏହି ମେଗା...

ପୂର୍ବତନ ଜାତୀୟ ଟିଟି ଚାମ୍ପିୟନ ମନ୍‌ମୀତ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୨।୫ (ପି.ଟି.): ପୂର୍ବତନ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ମନ୍‌ମୀତ୍‌ ସିଂ ଓ୍ବାଲିଆ ୫୮ ବର୍ଷ ବୟସରେ କାନାଡାର ମଣ୍ଟ୍ରିଲ୍‌ରେ ମୃତ୍ୟୁ ବରଣ କରିଛନ୍ତି। ଗତ ଦୁଇବର୍ଷ ଧରି ସେ ଅସୁସ୍ଥତା ଦେଇ ଗତି କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କ...

୨୦୨୦ ସିଜନ ଶେଷରେ ଫେରାରି ଛାଡିବେ ଭେଟେଲ

ପ୍ୟାରିସ୍‌,୧୨।୫ (ଏଏଫ୍‌ପି): ଜର୍ମାନୀର ଫର୍ମୁଲା-୧ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଚଳିତ ୨୦୨୦ ସିଜନ ପରେ ଫେରାରି ଛାଡିବେ ବୋଲି କହିଛନ୍ତି। ୪ଥର ଫର୍ମୁଲା-୧ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିବା ଏହି ଡ୍ରାଇଭର ଫେରାରି ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ...

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ ପୁଣିଥରେ ସାମିଲ କରାଯାଇଛି। ଅଖିଲ୍‌ ମଧ୍ୟ ହରିୟାଣା ପୋଲିସ୍‌ ବିଭାଗରେ ଗୁରୁଗ୍ରାମ୍‌ରେ ଏସିପି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri